Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Classics

3  

Jagannath Barik

Classics

ପର କରି ଦେଲ କଳା ଠାକୁର

ପର କରି ଦେଲ କଳା ଠାକୁର

1 min
166



    

ମୋତେ ଅଥଳ ଜଳରେ ଭସାଇ ଦେଲ

ପାଉନାହିଁ ଥଳ ପାଉନାହିଁ କୂଳ 

 ମଝି ଦରିଆରେ ହୁଏ ଆକୁଳ କଳା ଠାକୁର ।


ପର କରି ଦେଲ ପରମ 

 ପରାତ୍ପର କି ଦେଖି ଭ୍ରମ 

ଛାଡ଼ିଦେଲ ହାତ ପ୍ରଭୁ ଜଗନ୍ନାଥ 

ଡାକୁଛି ଅନାଥ ହୋଇ ଆତୁର କଳା ଠାକୁର ।


ଭାବ ରେ କି କଲି ଅଭାବ 

ଭାବଗ୍ରାହୀ ମୋ ପ୍ରାଣଧବ 

ଧନ ଜ୍ଞାନ ଦେବୀ ତୁମରି ବଲ୍ଲଭୀ 

ବତାଇ ମୋ ଠାରୁ ନ କର ଦୂର କଳା ଠାକୁର ।


ମାତା ଅନ୍ନପୂର୍ଣ୍ଣା କରୁଣା 

 ସଦା କାଳେ ନହେଉ ଊଣା 

ମହା ସରସ୍ୱତୀ ବାଗ୍ଦେବୀ ଭାରତୀ 

ପ୍ରସାଦେ ବିକଶୁ ସୃଜନାଙ୍କୁର କଳା ଠାକୁର ।


ହେ ଛଳିଆ ବଳିଆଗ୍ରଜ

ନୀଳଗିରି କାଳିଆ ଗଜ 

ଚକାଆଖିଆ ମୋ ନହେଲେ ପକ୍ଷିଆ 

ଆଶ୍ରିବି ତଳପ ଚୌରାସ୍ୟାଙ୍ଗୁଳ କଳା ଠାକୁର ।


ଅନ୍ତର୍ଯ୍ୟାମୀ ଜଗତ ସ୍ୱାମୀ 

ହୁଅ ନୟନ ପଥଗାମୀ 

ତୁମେ ମୋ ନିଃଶ୍ୱାସ ପ୍ରଶ୍ୱାସ ବିଶ୍ୱାସ 

 ଡାକେ ବଗା ଜଗା ଉଦ୍ଧରି ଧର କଳା ଠାକୁର ।


     

  



   



Rate this content
Log in

Similar oriya poem from Classics