ପ୍ରଭୁ ଦୁଃଖ ନାଶନ
ପ୍ରଭୁ ଦୁଃଖ ନାଶନ
ଜଗତ ଈଶ୍ୱର ପ୍ରଭୁହେ,ବିପଦ ଭଞ୍ଜନ
ଦେଇଛୁ ମନୁଷ୍ୟ ଜୀବନ,ଅତିହିଁ କଠିନ
ପ୍ରଭୁ ଦୁଃଖ ନାଶନ !
ଭକ୍ତ ଡାକ ଶୁଣି ପ୍ରଭୁହେ,କର ନିବାରଣ
ଦୂର କରି ଦିଅ ଠାକୁର, ତାଙ୍କରି କଷଣ
ପ୍ରଭୁ ଦୁଃଖ ନାଶନ !
ଦେଲ ବୀଭିଷଣ ଶରଣ,କଲହେ ରାଜନ
ପ୍ରହ୍ଲାଦ କଲ ରକ୍ଷା ପ୍ରଭୁ ସ୍ତମ୍ଭୁ ବାହାରିଣ
ପ୍ରଭୁ ଦୁଃଖ ନାଶାନ !
ବିନାଶ କରିଲ ରାବଣ କଲ ଧର୍ମ ରକ୍ଷା
ହୀରଣ୍ୟକଶୂପ ମାରିଲ ସତ୍ୟର ପରିକ୍ଷା
ପ୍ରଭୁ ଦୁଃଖ ନାଶନ !
ଲକ୍ଷେ ଯୋଜନରୁ ଗଜର ଡାକକୁ ଶୁଣିଲ
ଧାଇଁଧାଇଁ ଯାଇ ତୁମେହେ କଷ୍ଟ ଦୂର କଲ
ପ୍ରଭୁ ଦୁଃଖ ନାଶନ !
ତୁମେ କୃଷ୍ଣ ତୁମେ ହିଁ ରାମ ତୁମେ ହିଁ କାଳିଆ
ଅବତାର ନେଇ କରହେ ବିନାଶ ବଳିଆ
ପ୍ରଭୁ ଦୁଃଖ ନାଶନ !