ଫଳାଫଳ ଜୁନ ଚାରି !
ଫଳାଫଳ ଜୁନ ଚାରି !
ଫଳାଫଳ ଦିନ,ଆସୁଛି ଆଗେଇ,
ଅତି ବିଚଳିତ,ନେତା ହୁଅନ୍ତି ଭାଇ,
ଚିନ୍ତିତ ଅତିହିଁ, କି ହେବ ତାହାର,
ଅତି ଆକୁଳ,
ତିନିରେ ଚରଣ,ବାକିଯେ ରହିଛି,
ଜୀତିବ କି ନାହିଁ,ଚିନ୍ତାରରେ ରହିଛି,
ସର୍ବସ୍ବ ସମ୍ପତ୍ତି,ଉଡେଇ ଦେଇଛି,
ହୁଏ ବ୍ୟାକୁଳ !!
ସତ୍ୟର ବିଜୟ, ଅବଶ୍ୟ ହୋଇବ,
ରାମରାଜ୍ୟ ପରି, ଶାସନ ଦେଖିବ,
ତ୍ରେତୟାର ପରି,ଦୃଶ୍ୟ କି ଗୁଞ୍ଜିବ,
ଚାରି ତାରିଖ,
ଚହଳ ଗହଳ, ନିର୍ବାଚନ ଦୃଶ୍ୟ,
ନେତାଙ୍କର ମନେ,କାହିଁରେ ହରଷ,
କି ହେବ ଟି ତାର,ଆଗକୁ ଭବିଷ୍ୟ,
ହୁଏ ଭାବୁକ !!
ରାମ ଦରବାରରେ,ଲାଗିଛି ମେଳା,
ପୁରୀଧାମେ ଗୁଞ୍ଜେ,କାଳିଆର ଲୀଳା,
କାହ୍ନୁ କୃଷ୍ଣ ପଦେ, ଭକତ ପାଗଳା
ସତ୍ୟର ଜୟ,
ହେଉ ବିଶ୍ବ ଗୁରୁ, ଭକତ କହୁଛି
ଚାରି ଜୁନ ପରା,ସଂକେତଦେଉଛି
ରାଷ୍ଟ୍ର ଭକ୍ତି ପ୍ରୀତି, ସମଗ୍ର ଦିଶୁଛି
ଦୂର ଯେ ଭୟ !!