Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Romance

4  

Manorama Mohanty

Romance

ପ୍ରେମ ବୋଲି ଯାହା କହୁ

ପ୍ରେମ ବୋଲି ଯାହା କହୁ

1 min
224



ଭାବଦରିଆରେ ଶରଧାର ଢେଉ 

      ପ୍ରେମ ବୋଲି ଯାହାକହୁ 

ଯେଥରେ ପାଇଛି ସୁଆଦ ତାହାର 

     ଭୁଲି କି ପାରିବ ଆଉ !


ମୁକୁଳିତ ହେଲେ ପ୍ରୀତିର କଳିକା 

      ମନ ହଜେ ମହକରେ 

ଉଡିଯାଏ କାଟି ବାରଣ ବନ୍ଧନ 

      ପ୍ରୀତିମଧୁ ଯହିଁଝରେ ।


ପୀରତିର ପଥଖସଡ଼ା ବହୁତ 

      ଖସିଯାଏ ତନୁମନ 

ନ ଲାଗଇ ଲାଜ ଲାଗଇ ମଉଜ 

     ଅପବାଦ ଅପମାନ ।


ଯାଉ ଜାତିକୂଳ ଯାଉ ବିଧରମ 

     ଦୁନିଆଁ ରହୁ ନ ରହୁ 

ପୀରତି ନଈରେ ଉଠିଲେ ଜୁଆର 

      କୂଳଲଙ୍ଘଇ ଚାହୁଁଚାହୁଁ !



Rate this content
Log in

Similar oriya poem from Romance