ପ୍ରେମ ସଙ୍ଗିନୀ
ପ୍ରେମ ସଙ୍ଗିନୀ
ଚେହେରା ତା ତାରା ପରି ଝିଲିମିଲି ଦିଶେ,
ମୋତେ ଦେଖି ସେ ଖାଲି ଖିଲିଖିଲି ହସେ।
ହସ ତାର ନେଇଯାଏ ମନକୁ ମୋ ମୋହି,
ମନ କଥା ଖୋଲି ତାକୁ ପାରେନା ମୁଁ କହି।
ଆଉ କେ ଦେଖିଲେ ତାକୁ ପାରେନାହିଁ ସହି,
ନ ଦେଖିଲେ ତାକୁ ଟିକେ ପାରେନା ମୁଁ ରହି।
ଛବିକୁ ତାହାର ଅନାଇ ମୋ ପାହିଯାଏ ରାତି,
ତା ଓଠ ଛୁଆଁରେ ଦେହରେ ବଢିଯାଏ ତାତି।
ରାତି ଦିନ ମୁହିଁ ଭାବୁଥାଏ କଥା ତାର ବସି।
ମୋତି ଝରିପଡ଼େ ଓଠରୁ ତାର ଦେଲେ ହସି।