ପ୍ରେମ ସଂଜ୍ଞା
ପ୍ରେମ ସଂଜ୍ଞା
ପ୍ରେମ ଏକ ମତୁଆଲି ପ୍ରଜାପତି
ଉଡ଼ୁଥାଏ ଚିତ୍ରିତ ଡେଣା ମେଲି
ଖୋଜୁଥାଏ କାହା ଗାଁ କେଜାଣି
ଫୁଲମତି ଅବା ଶେଷରାତି
କାହାଣୀ ପୁଣି କେତେ ମଧୁମତି
ପ୍ରେମ ହୁଏ କେବେ ଯେବେ
ଲାଗେ ଏ ଆକାଶ ସାରା
ନିଜ ନାଁ ଭରା ଭରା
କିଏ ବାଢି ଦେଇଛି ପ୍ରୀତି
ପୁଣି ହେଉ ହେଉ ହେଇଯାଏ
ମନଠୁ ମନ ଯିଏ ଛଡାଇ ନିଏ
ଧୀର ଗତି ଜନଶ୍ରୁତି ଅବା
ଆଞ୍ଜୁଳେ ଗୋଲାପ ହାତ ପାତି
କହେ ଆ ପ୍ରଜାପତି
ନହେଉ ଏ ଶେଷ ଗୀତି
ଶୋଷ ଲାଗୁ ଶୀତ ରାତି
ଜହ୍ନ ଉଠୁ ଚିରି ଆକାଶ ଛାତି
ଲେଖିଦେଇ କେତେ ଗୀତି
ମାଗୁ ଥରେ ଆଞ୍ଜୁଳେ ଅଭୁଲା ସ୍ମୃତି
ଯାହାର ଶେଷ ନଥାଇ ଥାଉ ପାହାନ୍ତି
ସେଇ ମଧୁ ଲଗ୍ନର ଶ୍ରୁତି ଅସରନ୍ତି
ପ୍ରେମ ପାଇଁ ଆହୁଲା କି ଆହୁତି
କୋଉଟା କିଏ ନିଏ ଅଦୃଷ୍ଟ ଇଂଗିତି ।।