Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Debadatta Jena

Romance

4.0  

Debadatta Jena

Romance

ପ୍ରେମ..

ପ୍ରେମ..

1 min
242



ଯେଉଁ ଇଚ୍ଛାଶକ୍ତିରେ, 

ଥାଏ ଟିକିଏ ଖୁସି, ଅଳ୍ପ ହସ 

ସମ୍ୟକ ରାଗ, ଅନେକ ଶ୍ରଦ୍ଧା 

ସତ ସଦିଚ୍ଛା, ଅନାବିଳ ଆସ୍ଥା 

ଅନେକ ସ୍ନେହ, ବହୁତ ବିଶ୍ୱାସ  

କିଛି ସମ୍ଭାବନା ଓ ପ୍ରତିଶୃତିର

ନିରଳସ ପ୍ରତିଛବି,ପ୍ରତିବିମ୍ବ, 

ସେ ସଶ୍ରଦ୍ଧ ଇଚ୍ଛାଶକ୍ତି, 

ହେଉଛି ଆମ ପ୍ରେମ.. |


ଯେଉଁ ଦୃଢ଼ ଦୃଷ୍ଟି ଶକ୍ତିରେ, 

ଥାଏ ସ୍ୱତଃ ସାଧୁତା, ସ୍ୱଚ୍ଛତା, 

ଦୃଢ ଦାମ୍ଭିକତା, ନିତି ନିର୍ଭିକତା

କିଛି ଅନୁଭବ ଓ ଅନୁଭୂତିରେ ସେ 

ନିଃସ୍ଵାର୍ଥପର ନିରବ ସାଧନାର 

ଅନ୍ୟ ନାମ, 

ସେ ଆମ ପ୍ରେମ...|


ସମ୍ୟକ ଦୃଷ୍ଟିରେ ଯହିଁ, 

ଅନେକ ଅସ୍ମିତା, ବହୁ ବାଗ୍ମିତା

ଅତୁଲ୍ୟ ଆବେଗ, ସ୍ଥିର ଭାବାବେଗ

ସୂକ୍ଷ୍ମ ଭାବ ପ୍ରବଣତା, ସ୍ୱଚ୍ଛ ସରଳତା

କର୍ତ୍ତବ୍ୟ ନିଷ୍ଠା ଓ ଆଚାର ବିଚାରରେ 

ନିର୍ଭିକ ଗୁରୁ ଗମ୍ଭୀର ପ୍ରବଣତା, 

ଯିଏ ଦେଇପାରେ ମୂଲ, 

ସେ ହୋଇ ପାରେ,,, 

ଆମ ପ୍ରେମ...|


ସୃଷ୍ଟି ସମ୍ଭାବନାରେ ଯିଏ, 

ସର୍ବ ସମ୍ମୁଖରେ, ସର୍ବ ସମ୍ମତିରେ 

ଧର୍ମ ଧାରଣାରେ, ଧର୍ମ ବିଶ୍ୱାସରେ 

ସତ୍ୟ ବଚନରେ ଓ ସର୍ବାନ୍ତରରେ 

ସବୁ ପରିସ୍ଥିତି,ପରିବେଶରେ, 

ସର୍ବ ସିଦ୍ଧ ପ୍ରତୀକ ସେ

ସେ ଆମ ପ୍ରିୟ, ପ୍ରିୟତମ, 

ସେ ଆମର ନିହାତି 

ନିଜର, ସେ 

ଆମ ପ୍ରେମ...|


 


 


Rate this content
Log in

Similar oriya poem from Romance