Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama chandra Pradhan

Romance

4  

Rama chandra Pradhan

Romance

କେବେ ତୁମେ

କେବେ ତୁମେ

1 min
23.7K


କେବେ ତୁମେ ଥର୍ ମରୁଭୂମିର ତୃଷ୍ଣା ଆଉ କେବେ ବଉଳ ଫୁଲର ସୁମଧୁର ବାସ୍ନା ପୁଣି କେବେ କେବେ ଉଦାସି ଜହ୍ନର ଫିକା ଫିକା ଜ୍ୟୋତ୍ସ୍ନା ।


କେବେ ତୁମେ ଗୋଧୂଳି ବେଳାର ସୁନା ଖରା ଆଉ କେବେ କୁଆଁରୀ କାଖର ରଙ୍ଗିନ୍ ଗରା ପୁଣି କେବେ କେବେ ଫୁଲେଇ ଫଗୁଣର କମନୀୟ ଧରା ।


କେବେ ତୁମେ ବାଟ ହୁଡ଼ିଥିବା ଗାଈର ହମ୍ବାରଡ଼ି ଆଉ କେବେ ଶୀତ ସକାଳର କାକର ଭିଜା କୁହୁଡି ପୁଣି କେବେ କେବେ ବୃଷ୍ଟିଛାୟା ଅଞ୍ଚଳର କୃତିମ ମରୁଡି ।


କେବେ ତୁମେ ଅଜଣା ବଣମୁଲକର ତ୍ରିଫଳା ଆଉ କେବେ ମେଘାଚ୍ଛନ୍ନ ଆକାଶର ଚପଳା ପୁଣି କେବେ କେବେ ଗାଙ୍ଗେୟ ସମତଳ ଭୂମିର ଉପଳା ।


କେବେ ତୁମେ ଗାଁ ଗହଳର ନୁଆଁଣିଆ ଚାଳଘର ଆଉ କେବେ ଅଗଭୀର ନୀଳ ସାଗରର ବତୀଘର ପୁଣି କେବେ କେବେ ଆଦିବାସୀଙ୍କ ଝୋଟିଦିଆ ମାଟିଘର ।



Rate this content
Log in

Similar oriya poem from Romance