ପ୍ରେମ
ପ୍ରେମ
ପ୍ରେମ ପ୍ରେମ କେବେ ଦିକ୍ ଦିକ୍ ହେଇ ଜଳୁଥିବା
ରାତ୍ରି ଶେଷ ପ୍ରହରର ଦୀପ ଶିଖା
ପ୍ରେମ ବୁଝେଇ ଦିଏ ସେ ପ୍ରାପ୍ତି ନୁହେଁ
ମିଳନ ଆଶରେ ନୀରବ ପ୍ରତୀକ୍ଷା
ପ୍ରେମ ଛଳନା ନଗରୀ ସ୍ୱପ୍ନ ଉଆସ
ରାସ୍ତା ପୁଣି କଣ୍ଟକିତ ହାତେ ନିରାଶ
ପ୍ରେମ କରେ ବିଭୋର ଆପଣା ସାଜଇ ପର
ଯନ୍ତ୍ରଣାର ନୂଆ ଅଧ୍ୟାରମ୍ଭ କରେ ହୃଦ ଚିତ୍କାର
ପ୍ରେମ ମାୟା ଜାଲ ବୁଦ୍ଧି ଶୂନ୍ୟ ହୁଅଇ
ପ୍ରେମ ଶାଶ୍ୱତ ଚିରନ୍ତନ ସଫଳ ହେଲେ ଲାଗଇ।।
ପ୍ରେମ ତନ୍ଦ୍ରା ରାତିର ଆଞ୍ଜୁଲାଏ ମୋହ
ଇପ୍ସିତ ପୃଥିବୀର ଅବଶିଷ୍ଟ ନିରୁର୍ଦ୍ଦିଷ୍ଟ କୋହ
ଅପେକ୍ଷାର ଦ୍ଵାର ମୁକ୍ତ ଆଖି ଆକାଶରେ
ପ୍ରୀତି ଭାବ ପରୋକ୍ଷରେ ସୁପ୍ତ ହୃଦୟରେ
ପୁଲକ ସାଜେ ପଲକ ଉଜାଗରେ ପ୍ରେମରେ
କଷ୍ଟ ଲବ୍ଧ ସମ୍ପତ୍ତି ସେ ସହଜେ ନ ମିଳେରେ
ଛଳନାର ଖୋଳପାରେ ପ୍ରେମ ଲୁଚକାଳି
ହସି ହସାଏ କେବେ ପୁଣି ଘୃଣାରେ ଦିଏ ଜାଳି
ପରସ୍ତ ପରସ୍ତ ହତାଶ ବେଦନାର ଜୁଆର
ସହିକି ହୁଏ ଜୀବନ ପ୍ରେମ ଭଗ୍ନ ଏକ ମନ୍ଦିର ।।