ପ୍ରେମର ପେଡ଼ି
ପ୍ରେମର ପେଡ଼ି
ଶୀତୁଆ ପାଗରେ
ଅଳସ ଭାଙ୍ଗୁଛି
ଚଦରକୁ ଢାଙ୍କି
ଉଷୁମ ନେଉଛି
ତୁମେ ଗଲାପରେ
କମଳ ଛୁଉଁନି
କମଳ ଦେଖିଲେ
ବାଉଳି ହେଉଛି
ତୁମ ଉଷ୍ମତା
ଚଦରେ ମାପୁଛି
କମଳ ମୋତେ
ମୁଚୁକି ହସୁଛି
ଆମ ପ୍ରେମର
ଦୁର୍ଲଭ କାହାଣୀ
ମନ ପେଡ଼ିରେ ରଖିଛି
ଯତନେ ସଜାଇ
ପ୍ରେମର ମାଳାକୁ
ଲୁଚେଇ ଦେଖୁଛି
ମୋତି ବିନ୍ଦୁ ସବୁ
ଚକ୍ ଚକ୍ କରୁଛି
ଏହି ମାଳାଟିକୁ
ଯତନେ ପୋଛୁଛି
ମନ ସିନ୍ଦୁକ ରେ
ରଖିତ ଦେଉଛି
ମନ ମନ୍ଦିର ରେ
ତାଲା ପକାଉଛି
ଚାବିକୁ ନେଇ
ଅଣ୍ଟାରେ ଖୋସୁଛି ।