Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susanta kumar Das

Romance

3  

Susanta kumar Das

Romance

ପ୍ରେମର ପରୀକ୍ଷା

ପ୍ରେମର ପରୀକ୍ଷା

1 min
7.3K


ପ୍ରେମମୟ ଏଇ ହୃଦୟଟି ମୋର

ସ୍ପନ୍ଦନେ ତମ ନାମ ଭାସେ ।

ରହିଛି ଅନାଇ କେବେ ତମେ ଆସିବ

ହସି ନବବଧୁ ବେଶେ ।।

ସପନ ବି ସତ ହେଲାଣି କାହାର

ପାହିଯାଏ ସିନା ରାତ୍ରି ।

ଏକା ଆସିଥିଲ ଚାଲିଯିବ ଏକା

କେହି ନୁହେଁ ସାବିତ୍ରୀ ।।

ସରଳ ମଣିଷ ଜାଣେନି କପଟ

ବଂଚିଥାଏ ଡରି ଡରି ।

ଯେତେ ବୁଝିଲେ ବି ଉଠେ ନୀତି କୋହ

ଶୂନ୍ୟତାର ବକ୍ଷ ଚିରି ।।

ଉତ୍ତର ଦେଉନ କିଛି ବି କହୁନ

ନେଉଛ ପରୀକ୍ଷା ମୋ ପ୍ରେମର ।

ସବୁବେଳେ ମୋର ଗୋଟିଏ ଭୟ

କରିଦେବନି ତ ମୋତେ ପର ।।

ଦୁରେ ଥାଅ ସୁଖେ ସଦା ହସୁଥାଅ

ଝୁରୁଥାଏ ବାରବାର ।

ଥାଇ ଧନଜନ ମାନ ସନମାନ

ସପନ ଅଧୁରା ମୋର ।।

ଫୁଲ ବଗିଚାରେ ସ୍ମୃତି ଫୁଲଟିକୁ

କରିଛି ମୋ ପ୍ରେମ ଅପେକ୍ଷା ।

ଭଲପାଏ ବୋଲି କହିବାକୁ ହେଲେ

ନେଉଛ କି ମୋ ପ୍ରେମ ପରୀକ୍ଷା ।।


Rate this content
Log in

Similar oriya poem from Romance