ପ୍ରୀତି କବର
ପ୍ରୀତି କବର
ଯା'ପାଇଁ ଜୀବନେ ସହିଛି ଯାତନା ନିର୍ଲଜ ହୋଇ,
ଯା'ପାଇଁ ହୃଦୟ ପକାଇଲି ବନ୍ଧା
ଯୌବନ ଫେଇ,
ଯା'ପାଇଁ ଲେଖିଲି ପ୍ରେମର କବିତା
ରାତ୍ରୀ ସାରା,
ତା'ପାଇଁ ବୋଲି ମୁଁ ଅସହାୟ ଆଜି ବେସାହାରା ।।
କାଲି ଯିଏ ଏତେ ପାଉଥିଲା ଭଲ ଆପଣାପଣେ,
ଆଜି ତା'ର ଋକ୍ଷ କର୍କଶ ସ୍ବଭାବ ଗରଳବୁଣେ,
କି ଥିଲି ଜୀବନେ କି ହୋଇଲି ଆଜ
ହୃଦୟ ଜାଣେ,
ସବୁ ସରିଗଲା ମନ ଭରିଗଲା ଅକାରଣେ ।।
ଅଗଣାରେ ପୂଜା କରୁଥିଲି ଯା'କୁ ତୁଳସୀ ଭାବି,
ବିଛୁଆତି ସେତ ସମୟ ସୁଆରେ କରୁଛି ଦାବୀ,
ଶ୍ବାସଋଦ୍ଧ ଏଠି ପୁରୁଷପ୍ରାଣ କରେ କ୍ରନ୍ଦନ
ଲୁହ ନୁହଁ ଲହୁ ଝରେ ତା' ନୟନୁ ରାତିଦିନ ।।
ପ୍ରୀତି କବରର ଛଳନା କୋଠିରେ ପ୍ରେତାତ୍ମା ମୁହିଁ,
ମଶାଣି ପଦାରେ ଖୋଜୁଛି ଜୀବନ ଜୀଇଁବା ପାଇଁ ।।