ହାରିବା ମଣିଷ
ହାରିବା ମଣିଷ
ସାଲିସ୍ ପାଲିସ
କରିବାକୁ
ମନ ନାରାଜ
ପ୍ରଶସ୍ତି ଗାନ ପାଇଁ
ମୋର ଘୃଣା
କୁଞ୍ଜ ସୁନ୍ଦର
ଭାଷା ଭାବ
ମୋ ପାଖେ ଦୁଷ୍ପ୍ରାପ୍ୟ।
ଏଣୁ ମୁଁ ପଛରେ
ପଛରେ ଥାଇବି ଖୁବ୍ ଖୁସି
କାରଣ
ମୋ ହୃଦ ଲାଳାୟିତ ନୁହେଁ
ହାଁ ଜୀ ହାଁ ଜୀ ପଦୋନ୍ନତିରେ
ଚାଟି ପାରିନି ନାହିଁ ପାଦ
ସାଉଁଳେଇ ନ ପାରେ କାର ଚୁଟି।
ଏଣୁ ସ୍ଵଭାଵକି ହାରିବା
ହାରିବା ମଣିଷ
ମରିବା ସଂଗେ ସମାନ କୁହନ୍ତି।
କିନ୍ତୁ କାହିଁକି
ହାରିଯିବା କଣ ଜୀବନର ଶେଷ କଥା!
ହାରିବା ନଥିଲେ
ଜିତିବା ଏତେ ମହତ୍ୱ ରଖନ୍ତା କି ।