ପ୍ରଣୟ
ପ୍ରଣୟ
ତୁମ ପ୍ରେମ ପ୍ରଣୟେ ଅଭିଷ୍ଟ ମାନସ
ବିକ୍ଷଣ ବିକୁଷ ବଦନେ ବିମୋହ ରସ।
ଆହ୍ଲାଦ ସୁଖ୍ୟତି ଭରା ଚପଳ ଚିତ୍ତେ
ସୁକ୍ଷ୍ମ ଅଭିଷ୍ଟ ଭ୍ରାନ୍ତି ଆନନ୍ଦିତ ମତ୍ତେ ।
ପୁଷ୍ପ ବାଟିକାର ପଥେ ତୁମକୁ ବିକ୍ଷଣ ନିମନ୍ତେ
ପତଙ୍ଗିକା କଳାପ ମଧୁକର ବସନ୍ତଦ୍ଵତେ ।
କ୍ରୀଡନ୍ତି ଆଲ୍ଲାଦିତ ହୋଇ ନାନା ପ୍ରସ୍ଫୁଟିତ ପୁଷ୍ପେ
ଏ ଶାଖା ରୁ ସେ ଶାଖା ହୋଇ ଉଚ୍ଚ ନୀଚ୍ଚେ ।
ପ୍ରେୟସୀ ତୁମ୍ଭ ନିର୍ଦଶନେ ମୁଁ ଅଭିଳାଷୀ
ଚତୁଷ୍ପଦ ପତତ୍ରୀ ମୋର ସାଥେ ବସି ।
ପୁନଃ ପୁନଃ ପୁଚ୍ଛନ୍ତି କେ ସମେ ଆସିବେ
ତୁମ ମାନସ ପ୍ରଣୟ କନ୍ୟା କି ସମେ ଆସିବେ ।
କୁମଦ ହାସିନୀ ପଙ୍କଜ ଲୋଚନୀ
ରକ୍ତମନ୍ଦା ଓଷ୍ଠଧର ନୟନେ କଜ୍ଜଳ ଟାଣି ।
ଆସିବେ ପ୍ରିୟସୀ ମନ୍ଦ ମନ୍ଦ ହାସ୍ୟ ହସି
ତକ୍ଷଣ ଅସ୍ଥିର ପୁନର୍ବାର ପ୍ରତୀକ୍ଷା ରସେ ।
ଅଭିଷ୍ଟ ମୋହର ହେବନି ଯେ ପୂର୍ଣ୍ଣ
ପ୍ରଦୋଷ ର ଭାର ନେଇ ପ୍ରକୃତିର ଆଗମନ ।
ମଧୁର ମିଳନ ନହେବ କି ଆମ୍ଭ
ମିଷ୍ଟ ଅଧର ରେ ଆମ୍ଭ କଥୋପକଥନ ।
ପ୍ରତୀକ୍ଷା ଅର୍ଥେ ତୁମ୍ଭ ପ୍ରଣୟ ପ୍ରେମୀ
କିମ୍ପା ନିରାଶ ଯେ କର ମୋ ପ୍ରିୟସୀ ।