ପ୍ରସ୍ତୁତ
ପ୍ରସ୍ତୁତ
ଫୁଲ ପରି କୋମଳ ନୁହେଁ
ଧୂଳିକଣା ପରି ଏତେ କ୍ଷୁଦ୍ର ବି ନୁହେଁ
ମନରେ ଲକ୍ଷ୍ୟ ପୂରଣର ଭାବନା
କିଛି କରିବାକୁ ହେବ
ଅତୀତର ଶିକ୍ଷାରୁ ହିଁ
ଭବିଷ୍ୟତ ପାଇଁ ପ୍ରସ୍ତୁତ।
ନିଜର ବ୍ୟକ୍ତିତ୍ଵ ବି ବିଜୟ ସହିତ ଜଡିତ
ନିଜେ ଜଣେ ଯୋଦ୍ଧା,ଲଢ଼ିବାରେ ଗର୍ବ
ମନରେ ଆଶା ସଙ୍କୁଚିତ,ଲିଭି ନାହିଁ
ନିଜେ ଏବେ ମୁକୁଟ ବିହୀନ ସମ୍ରାଟ
ଅତୀତର ଶିକ୍ଷାରୁ ହିଁ
ଭବିଷ୍ୟତ ପାଇଁ ପ୍ରସ୍ତୁତ।
ଚିନ୍ତାଧାରାର କ୍ରମ,ଏବେ ବି ମନରେ
ଜ୍ଞାନର ଆଲୋକ ପ୍ରକାଶିତ ପାଇଁ
କୁଶ୍ଚିତ ବିଚାରକୁ ହତ୍ୟା କରାଯିବ
ଅତୀତର ଶିକ୍ଷାରୁ ହିଁ
ଭବିଷ୍ୟତ ପାଇଁ ପ୍ରସ୍ତୁତ।
ସମସ୍ୟାଜନିତ ଅସୁବିଧା
ହୃଦୟରେ ଆଘାତର ଚିହ୍ନ
ଅବଗତ ଅଛି,ସମ୍ମୁଖରେ ଜୀବନର ସଂଜ୍ଞା
ଅତୀତରୁ ଶିକ୍ଷା ଗ୍ରହଣ
ଏବେ ଭବିଷ୍ୟତ ପାଇଁ ପ୍ରସ୍ତୁତ।