Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Drama

3  

Rabindra kumar Sahoo

Abstract Drama

ପ୍ରତିଶୋଧ

ପ୍ରତିଶୋଧ

1 min
128


  

ବୁଝେନା ମୁଁ ମୋ ଜୀବନର ଗତିପଥ

ବୁଝେନା ମୁଁ ମୋ ଜୀବନର ଚଲାପଥ

ସଭିଏଁ କିନ୍ତୁ କରନ୍ତି

ମୋ ଜୀବନର ଗତିରୋଧ

କାହିଁକି କେଜାଣି ମୁଁ ବୁଝି ପାରେନା

ମୋ ଶତ୍ରୁଙ୍କ ଉପରେ ମୁଁ ପ୍ରତିଶୋଧ ।


 ଅତୀତ ଓ ବର୍ତ୍ତମାନ ସବୁକୁ ମୁଁ ବୁଝେ ସମାନ

 ସବୁ ପରିସ୍ଥିତି ଓ ସବୁ ପରିବେଶରେ

 ସଭିଙ୍କୁ ମୁଁ ଦିଏ ସମ୍ମାନ

 ମୁଁ କିନ୍ତୁ ମୋ ଜୀବନେ ପାଏ ଖାଲି ଧୋକା

 ଜୀବନର ପ୍ରତି ମୁହୂର୍ତ୍ତେ ଚାଲେ ଏକା ଏକା

 ନୀତି ଆଦର୍ଶ ମଧ୍ୟେ ଗଣେ ମୁଁ ପ୍ରମାଦ

 ସାହାଯ୍ୟ ଓ ସହାନୁଭୂତିରେ ଖୋଜେ

 ମୁଁ ମୋ ଜୀବନେ ଅନେକ ହର୍ଷ ଓ ବିଷାଦ

 ମଣିଷ ପଣିଆ ଓ ମାନବିକତାର 

 ବୁଝି ପାରେନା ମୂଲ୍ୟବୋଧ

 ଜୀବନଟା ମୋ'ର କଟେ ହୋଇ ଖାଲି 

 ଦୁଃଖ ଓ ଅବସାଦ

 ଜୀବନ ମୋ ହୋଇଯାଏ ଦୁର୍ବିସହ

 କଟେ ଖାଲି ମନ ଓ ହୃଦୟ ମଧ୍ୟେ ଦ୍ଵନ୍ଦ୍ଵ

ଖୋଜେ ଖାଲି ଅପର ପରେ 

ନେବା ପାଇଁ ପ୍ରତିଶୋଧ ।

    

କିଏ ଏଠି ସଚ୍ଚୋଟ

କିଏ ସତ୍ୟ ନିଷ୍ଠ

କାହାକୁ କହିବି ସତ୍ୟବାନ୍

କିଏ ବା ମହାନ୍

ନିରପେକ୍ଷତା ଅବଲମ୍ବନ କରି

ହା ହୁତାଶନେ କଟେ ମୋ ଜୀବନ

ସଭିଏଁ ଅର୍ଥ ଓ କ୍ଷମତାରେ ଅନ୍ଧ

ଶାନ୍ତି ମୈତ୍ରୀର ନାହିଁ ନାମ ଗନ୍ଧ

ସେ ପାଇଁ ନେବାକୁ ଚାହେଁ

ମୁଁ ଅମଣିଷ ମାନଙ୍କ ଉପରେ ପ୍ରତିଶୋଧ ।


ବିଳାସ ବ୍ୟସନେ କଟାନ୍ତି ଜୀବନ 

ଆମ ଏ ସଭ୍ୟ ସମାଜର ନେତୃବୃନ୍ଦ

କ୍ଷମତାରେ ସେମାନେ ଅନ୍ଧ

ପରଶ୍ରୀକାତରତା କପଟତାରେ

ହୋଇ ସଭିଏଁ କ୍ଷମତାରେ ଅନ୍ଧ

ଭୁଲନ୍ତି ମାନବିକତା ଓ ମଣିଷ ପଣିଆ

ନିଜକୁ ସଜାନ୍ତି ଶାସନ ଓ ଶୋଷଣର

କ୍ଷମତାଲିପ୍ସୁ ଅନ୍ଧ

ସେହି ପାପୀ ମାନଙ୍କ ବିନାଶ ପାଇଁ

ତାଙ୍କ ଉପରେ ନେବାକୁ ଚାହେଁ

ମୁଁ ମୋ ଆଦର୍ଶ ଗତ ପ୍ରତିଶୋଧ ।


କିଏ କୁହେ ମୁଁ କରେ କୁଆଡେ

ସ୍ଵଛାଚାରୀ ଓ ଅତ୍ୟାଚାରୀଙ୍କ ପ୍ରତିବାଦ

କିଏ ମୋତେ ଆଖ୍ୟା ଦିଏ ମୁଁ ଉନ୍ମାଦ

କିଏ କୁହେ ମୋତେ ମୁଁ ଉତ୍ଶୃଙ୍ଖଳ

ହତ୍ୟାକାରୀ ଓ ଅତ୍ୟାଚାରୀଙ୍କ

କରେ ପ୍ରତିବାଦ

ଦୁଷ୍କର୍ମ କାରୀ ଭ୍ରଷ୍ଟାଚାରୀଙ୍କ ପାଇଁ

ମୁଁ କୁଆଡ଼େ ସୃଷ୍ଟି କରେ ପ୍ରମାଦ

ନିରବଚ୍ଛିନ୍ନ ଭାବେ ମୁଁ କରେ

ଏ ଅତ୍ୟାଚାରୀ ଓ ହତ୍ୟାକାରୀଙ୍କ ପ୍ରତିବାଦ

ଭ୍ରଷ୍ଟ ଓ ନଷ୍ଟ ଚରିତ୍ରଙ୍କ ଉପରେ

ନିଏ ମୁଁ ପ୍ରତିଶୋଧ

ମୁଁ ସତ୍ୟ ନିଷ୍ଠ ମୁଁ ନ୍ୟାୟ ଶ୍ରେଷ୍ଠ

ହତ୍ୟାକାରୀ ଅତ୍ୟାଚାରୀ ଓ ଦେଶଦ୍ରୋହୀଙ୍କ

ଉପରେ କାଳେ ନିଏ ପ୍ରତିଶୋଧ 

ମାନବିକତା ଓ ମଣିଷ ପଣିଆର ବୁଝିଛି

କୁଆଡେ ମୂଲ୍ୟବୋଧ ।


  


Rate this content
Log in

Similar oriya poem from Abstract