ପତାକା
ପତାକା
ଥକି ଗଳିଣି ମୁଁ ଚାଲି ଚାଲି
ଏ କଅଁଳ ପାଦରେ,
ଥକି ଗଳିଣି ବିଚ୍ ରାସ୍ତାରେ
ପାଦ ଥାମି ଥାମି ,
କ୍ଳାନ୍ତ ହୋଇ ପଡିଲିଣି
ପତାକା ବିକି ବିକି ।
ଯେବେ ଜାତୀୟ ପର୍ବର ଜୁଆର
ମାଡି ଆସେ ,
ସେବେ ମୋ ଛିଣ୍ଡା କନାର
ଭଙ୍ଗା ଦଦରା କୁଡିଆରେ
ଦି'ଓଲି ଖାଇବାର ଚୁଲି ଜଲେ ।
ସମସ୍ତେ ଦେଶଭକ୍ତ
ମୁଁ ମଧ୍ୟ ଜଣେ ଦେଶ ଭକ୍ତ,
ସେଥିପାଇଁ ତ ରାସ୍ତା ଗଲିରେ
ପତାକା ବିକି ଚାଲିଛି,
ସାହି ଗଲିରେ,ଅଫିସ,ବିଦ୍ୟାଳୟରେ
ସଜେଇ ହୁଏ ପତାକା,
କାହା ରକ୍ତାକ୍ତର ଝାଲରେ ।
କେତେ କେତେ ଭାଷଣ
ଅନର୍ଗଳ କହି ଚାଲନ୍ତି ସମସ୍ତେ,
ମୁଖରୁ ଭାସି ଆସେ ଭାରତ ମାର ଗାଥା,
ବୀରପୁରୁଷଙ୍କ କଥା,
ସତରେ ହଜାଇ ଦେଇଛି
କେଉଁ ଏକ ଗଳିରେ
ସେଇ ପୁରୁଣା ସ୍ମୃତି ।
ମୋର ସ୍ୱପ୍ନ ସବୁ ମାଡି ଆସେ
ଏକ ଲୁହ ଭରା ଆଖିରେ
ଛୁପି ଛୁପି , କଟି ଯାଇଛି ସେ ପିଲାଦିନ,
ପତାକା ବିକି ବିକି…..
ପତାକା ଛାତିରେ ଚାପି ରଖିଛି
ମୋର ଯେତେ କୋହକୁ
କ'ଣ ବା ଆଉ କରିବି ,
ପତାକା ହିଁ ତ ମୋ ବଞ୍ଚିବାର
ଏକ ସାହାରା ।