Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ପତିତପାବନ

ପତିତପାବନ

1 min
170



ବଡଦେଉଳରେ ଦଧି ନଉତି

ଶୋଭାପାଏ ନୀଳଚକ୍ର ସେଇଠି.

ତହିଁ ପରେ ଉଡେ ପତିତପାବନ

ଚଉଦ ହାତର ଅଟେ ଆକୃତି. ll


ଶହେ ଏକାବନ ହାତିଆ ବାନା

ନୀଳଚକ୍ରେ ବାନ୍ଧେ ଚୂନରା ସିନା.

ତହୁଁ ଏକୋଇଶ ହାତ ଆକୃତି

ଚଉଦ ହାତରେ ଶେଷେ ସମ୍ପାଦି ll


ବାନା ମଧ୍ୟେ ଅର୍ଦ୍ଧ ଚନ୍ଦ୍ର ଓ ବିନ୍ଦୁ

ପ୍ରଣବ ସ୍ୱରୂପ ସେ ନାଦବିନ୍ଦୁ.

'ଅ'କାର 'ଉ'କାର 'ମ'କାର ଗତି

ମିଶି ସୃଷ୍ଟି ହୁଏ ଓଁ କାର ସ୍ଥିତି ll


ନିରାକାର ସ୍ୱୟଂ ଓଁ କାର ନାମ

ପତିତପାବନେ ଯାହାଙ୍କ ସ୍ଥାନ.

ଦିନ ଅକିଞ୍ଚନେ ତାରନ୍ତି ନିତି

ନଭଶ୍ଚ୍ୟୁମ୍ବେ ଥାଇ ଜଗତ ପତି. ll

 ଜୟ ଜଗନ୍ନାଥ 



Rate this content
Log in