Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ABADHOOT PANDA

Others

4  

ABADHOOT PANDA

Others

ପୁଣ୍ୟାତ୍ମା ମାନବ

ପୁଣ୍ୟାତ୍ମା ମାନବ

1 min
26


 

କରୁଛି ଆଜି ମାନବୀୟ ହୃଦୟ 

ପରିପ୍ରକାଶ ନିଜକୁ ମନୋରମ ଧରାବୁକେ ସ୍ବର୍ଗୀୟ ସତ୍ତାକୁ

ପ୍ରତିପାଦନ ସାର୍ବଜନୀନ ହୃଦୟ 

କନ୍ଦରେ ବିନା ସର୍ତ୍ତେ ତାର ହାର୍ଦ୍ଦିକ ନିବେଦନ ଜରିଆରେ ପ୍ରତ୍ୟେକ 

ମାନବୀୟ କୋଷପୁଞ୍ଜକୁ ଦେବାକୁ ପ୍ରଶ୍ରୟ ବନିବାକୁ ସଦା ଆନନ୍ଦମୟ ଉତ୍ସ ଯଦ୍ୱାରା ସିଏ ହୋଇବ ସକ୍ଷମ ଗଢ଼ି ତୋଳିବାକୁ ଏକ ସ୍ୱର୍ଗରାଜ୍ୟ ବିଶ୍ଵ ନିଳୟ ମଧ୍ୟରେ ନିଃସନ୍ଦେହରେ l


ମାନବୀୟ ହୃଦୟ ଫଳକରେ ଲିଖିତ ପବିତ୍ର ପଂକ୍ତିପୁଞ୍ଜ ସହିତ 

ବନ୍ଧୁତ୍ୱ ସ୍ଥାପନ କରେ ତା'ର ସୀମାହୀନ ଅନାବିଳ ପ୍ରେମ ଯାହା ମାଧ୍ୟମେ ସେ ସାଧିବାକୁ ପ୍ରତିଷ୍ଠା ପ୍ରକ୍ରିୟା, କରଇ ସାର୍ଥକ ପ୍ରୟାସ ଏହି ବିଶ୍ୱ ବ୍ରହ୍ମାଣ୍ଡର ପଟ୍ଟଭୂମି ଉପରେ ଅପ୍ରତିଦ୍ବନ୍ଦୀ ପରିବେଶେ l


କ୍ରମବିବର୍ତ୍ତନଶୀଳ ଜ୍ଞାନମୂଳକ କଳା ଚାତୁର୍ଯ୍ୟ ସତତ କର୍ତ୍ତବ୍ୟମୁଖୀ ଦୟାର୍ଦ ଏବଂ ତୀକ୍ଷ୍ଣ ବୁଦ୍ଧିଯୁକ୍ତ ବିତାଏ ଅନେକ ଉନ୍ମିଦ୍ର ରଜନୀ ନିଷ୍ପଲକେ ଆଉ ରଚି ଚାଲେ ଅମୁଲ୍ୟ ଗ୍ରନ୍ଥ ମାନବ ଜୀବନର ତା'ର ପ୍ରେମୀଳ ଓ ସୁନେଲି ସ୍ୟାହିଭରା ଲେଖନୀ ମୁନରେ ଦ୍ଵିଧାଶୁନ୍ୟ ମାନସିକତାରେ ନିସ୍ଵାର୍ଥପର ଭାବତରଙ୍ଗେ ଗଭୀର

ସର୍ବଜନୀନ ଅନ୍ତରଦୃଷ୍ଟି ସହକାରେ ପରିପୁଷ୍ଟ ନିମନ୍ତେ ମାନବହୃଦୟର

ତାତ୍ପର୍ଯ୍ୟ l 


ମାନବ-ହୃଦୟ ଫଳକେ ଲିଖିତ ପବିତ୍ର ପଙ୍କ୍ତିସମୂହ ସହିତ ହୋଇ ଘନିଷ୍ଠ ବନ୍ଧୁତ୍ୱ ସୂତ୍ରରେ ଆବଦ୍ଧ, ଲାଭ କରିଛି ମାନବୀୟ ଗୁଣାବଳୀ ଅସୀମ ଯଶ ତଥା ପ୍ରତିଷ୍ଠିତ କରିପାରିଛି ଆଜି ନିଜକୁ

ମହାନ ବିଶ୍ୱବ୍ରହ୍ମାଣ୍ଡିୟ ମଞ୍ଚଭୂମିରେ ଏଣୁ ଅନନ୍ତକାଳବ୍ୟାପି ସ୍ୱଜାତୀୟ ଗୁଣ ସୂତ୍ର ବାହକ ହିସାବେ ଏକ ଅପ୍ରତିଦ୍ବନ୍ଦୀ ଯୋଦ୍ଧା ରୂପେ l


ମାନବୀୟ ଗଭୀର ଆନ୍ତରିକତା କରିଛି ଅନେକ ପ୍ରେମାସ୍ପଦ ତାଡ଼ନା ଓ କରିଛି ତାର କ୍ଷତିପୂରଣ ଢାଳି ଦେଇ ଅଜସ୍ର ଆଶୀର୍ବାଦ ମାନବସମାଜର ଶିର ଉପରେ ଅନ୍ତର୍ଭୁକ୍ତ କରିଛି ସମଗ୍ର ଗୋଲକବାସୀଗଣଙ୍କୁ ନିର୍ବିକାର ଚିତ୍ତେ ଜାତି ଧର୍ମ ବର୍ଣ୍ଣ ଶତ୍ରୁ ବା ମିତ୍ର ନିର୍ବିଶେଷର ପ୍ରତିଷ୍ଠା ଲାଭ କରାଇଛି ପରିଶଷେ ଆଜି ତାହାର ଦିବ୍ୟ ମାନବୀୟ ଆଦର୍ଶଯୁକ୍ତ ବିଶ୍ୱନିଳୟ l

    



Rate this content
Log in