Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Classics Others

3  

Arjuni charan Behera

Classics Others

ପୁଷ୍ପକ ବିମାନ

ପୁଷ୍ପକ ବିମାନ

1 min
135



ରାମାୟଣେ ପ୍ରସିଦ୍ଧ ସେ ପୁଷ୍ପକ ବିମାନ l

ଆଧୁନିକ ନାମ ତାର ଅଟେ ବ୍ୟୋମଯାନ ll

ଦେଵ ଶୀଳ୍ପୀ ବିଶ୍ୱକର୍ମା ଏହାକୁ ନିର୍ମାଣୀ l

ବେଦପତି ବ୍ରହ୍ମ ଦେବେ ସମର୍ପିଲେ ଆଣି ll

ବ୍ରହ୍ମା ପୁଣି ତାହା ଦେଲେ ସମର୍ପି କୁବେର l

ଦେବ ସମ୍ପତ୍ତି ରକ୍ଷାର୍ଥେ ଯହିଁ ଗତି କର ll

କୁବେର ସେ ବିଶ୍ରବା ଋଷିଙ୍କ ଅଟେ ସୁତ l

ବିଶ୍ରବା-କୈକେସି ଠାରୁ ରାବଣ ସମ୍ଭୁତ ll

ବ୍ରହ୍ମବେତ୍ତା ରାବଣ ବିଶ୍ରବା ମୁନୀ ସୁତ l

ବ୍ରହ୍ମା-ଶିବ ବରେ ହେଲା ଅତି ବଳବନ୍ତ ll

ତ୍ରିଲୋକ କମ୍ପିଲା ଟଳେ ଇନ୍ଦ୍ରଙ୍କ ଆସନ l

ଥର ହର ନାଗ ନର ଦେବତା ବ୍ରାହ୍ମଣ ll

ଧନପତି କୁବେର ତା' ହିସାବରେ ଭାଈ l

ପୁଷ୍ପକ ଯାନ ତା'ଠାରୁ ଆଣିଲା ଛଡ଼ାଇ ll

ଆଲୋକର ବେଗ ଅଟେ ପୁଷ୍ପକର ଗତି l

ସୁପରସୋନିକ ଯାନ ଆମେ କହୁଥାନ୍ତି ll

ସେ ଯାନରେ ନିତିଦିନ କରି ଆରୋହଣ l

ରାବଣ କରଇ ହେଳେ ତ୍ରିପୁର ଭ୍ରମଣ ll

ମଦ ମତ୍ତ ଦଶ ଶୀର କାଳ ପୁରି ଗଲା l

ପଞ୍ଚବଟୀରୁ ସୀତାଙ୍କୁ ପୁଷ୍ପକେ ହରିଲା ll

ପାପରୁ ବଧହୋଇଲା ଶ୍ରୀରାମଙ୍କ ହସ୍ତେ l

ଲାଡେନର କାଣ୍ଡ ଭାଈ ଜାଣନ୍ତି ସମସ୍ତେ ll

ରାବଣ ନିଧନ ପରେ ଭକ୍ତ ବିଭୀଷଣ l

ଶ୍ରୀରାମେ ସମର୍ପି ଦେଲେ ପୁଷ୍ପକ ବିମାନ ll

ଅଯୋଧ୍ୟା ଫେରିଲେ ପ୍ରଭୁ ପୁଷ୍ପକରେ ଚଢ଼ି l

ଆକାଶରେ ସେ ବିମାନ ଗଲା ଉଡ଼ି ଉଡ଼ି ll

କ୍ଷମତା ଅପପ୍ରୟୋଗେ ଅଟେ ଏହି ଶିକ୍ଷା l

ରାବଣ ପ୍ରାୟେ ମରିବ ଭଷ୍ମ ହେବ ଲଙ୍କା ll

ସର୍ବ ପ୍ରଥମେ ଧରାରେ ବଡ଼ ପାଇଲଟ l

ପୁଷ୍ପକ ବିମାନ ଚାଳି ବୈସ୍ରବଣ ଖ୍ୟାତ ll

ବ୍ରାହ୍ମଣ ସେ ମହାଜ୍ଞାନୀ ମୃତ୍ୟୁ ନାହିଁ ତାର l

ଶ୍ରୀରାମଙ୍କ ହସ୍ତେ ମାତ୍ର ହୋଇଲା ଉଦ୍ଧାର ll

ବ୍ରହ୍ମହତ୍ୟା ପାପ ମୋର ହର ମହେଶ୍ୱର l

ପ୍ରଭୁ ପୂଜାକଲେ ସେତୁବନ୍ଧେ ରାମେଶ୍ୱର ll

               


Rate this content
Log in

Similar oriya poem from Classics