Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasanna Kumar Madala

Inspirational

4  

Prasanna Kumar Madala

Inspirational

ସାବଧାନତା

ସାବଧାନତା

1 min
228



ଦମ୍ଭେ ପରିତ୍ୟଜି     ନିଜର ସମସ୍ତ 

ଉପଲବ୍ଧ ସୁଖଭୋଗ

ଆଜିର ମଣିଷ     ଆତଙ୍କିତ ଏବେ

ବିନାଶକାରୀ ଏ' ରୋଗ ।

ଆସୁରିକ ନାନା    ଭୂତାଣୁ ଦମନେ

ଲୋଡ଼ା ଯେ ସଙ୍କଳ୍ପ ଦୃଢ଼

ତାଲାବନ୍ଦ କଥା   ମାନିନେବା ପାଇଁ

ଆମେ କିମ୍ପା ଏତେ ମୂଢ଼ ?

କ୍ଷୁଦ୍ର ଖଦ୍ୟୋତିକା  ସାମର୍ଥ୍ୟେ ନିଜର

ଅନ୍ଧାର ଯେଉଁଠି ନାଶେ

ଆମେ କି ଅକ୍ଷମ  ଜଗତ କଲ୍ୟାଣେ

ସ୍ଥିର ରହିବାକୁ ବାସେ ?

ସମଗ୍ର ମାନବ     ସଭ୍ୟତା ସମ୍ପ୍ରତି

ବିନାଶ ହେବାର ଭୟ

ଅର୍ଦ୍ଧେକ ଜନତା   ଭାଗ୍ୟେ ଯୁଟୁନାହିଁ

ଦେଖିବାକୁ ସୂର୍ଯ୍ୟୋଦୟ ।

ସତ୍କାର ନହୋଇ   ପଥପ୍ରାନ୍ତେ ଦେଖ

ପଡିଅଛି କେତେ ଶବ

ତଥାପି ଚେତନା   ଅଭାବେ ଘାରିଛି

ବୃଥା ଅହଂକାର ଗର୍ବ ।

ଦୁଃସ୍ଥ ଜନତାଙ୍କ   ଅବସ୍ଥା ହେଲାଣି

ଶୋଚନୀୟ ଅତିଶୟ

ପାର୍ଶ୍ବପ୍ରଭାବରେ     ଆହୁରି ଅଧିକ

ନହେବ କି ବିପର୍ଯ୍ୟୟ !

ରୋଗ ସଂକ୍ରମଣେ  ଆମରି କାରଣେ

ବିକଟାଳ ଏହି ସ୍ଥିତି

ସାବଧାନ ହେଲେ  କରୋନା କବଳୁ

ସକଳେ ପାରିବା ଜିତି ।



Rate this content
Log in

Similar oriya poem from Inspirational