Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Classics Inspirational Children

3  

Satyanarayan Sahoo

Classics Inspirational Children

ସାଧାରଣତନ୍ତ୍ର ଦିବସ

ସାଧାରଣତନ୍ତ୍ର ଦିବସ

1 min
110


ଭାରତ ହୋଇଣ ବିଦେଶୀଙ୍କ କରଗତ

ସହୁଥିଲେ ଜନେ ଦୁଃଖ କଷ୍ଟ ଅବିରତ ।


ବହୁ ଆନ୍ଦୋଳନ ଆଉ ବିଦ୍ରୋହ ବଳରେ 

ସ୍ବାଧୀନତା ଲାଭ ହୋଇଲା ଯାଇ ଶେଷରେ ।


ନିଜ ହାତେ ଦେଶବାସୀ ଆପଣା ଶାସନ

କରିବାର ଅଧିକାର ପାଇ ସ୍ବ‐ଅଧିନ ।


ବୋଲାଇ ଦେଶକୁ ଆମ୍ଭେ କରୁଛୁ ଶାସନ

ଗଣତନ୍ତ୍ର ଦେଶ ଭାବେ ବିଶ୍ବେ ବୃହତ୍ତମ  ।


ଅଟଇ ଆମର ଏଇ ଦେଶ ଯେ ଭାରତ

ଏହାର ଗୌରବ କୀର୍ତ୍ତି ଗାରିମା ଅଶେଷ ।


ଏ ବିଶାଳ ଆଉ ବିଭିନ୍ନତା ଭରାଦେଶ

କିପରି ସ୍ବାଧୀନ ଭାବେ ହେବ ସୁଶାସିତ ।


ତହିଁର ବିବିଧ ବିଧି ବ୍ୟବସ୍ଥା ବିଧାନ

ଲେଖାଯାଇ ସୁପ୍ରସ୍ତୁତ ଆମ୍ଭ ସମ୍ବିଧାନ ।


ପୃଥିବୀର ବୃହତ୍ତମ ଲିଖିତ ଆଇନ

ଗ୍ରନ୍ଥ ଭାବେ ଖ୍ଯାତ ଅଟେ ଆମ୍ଭ ସମ୍ଭିଧାନ ।


ଏହି ସଂବିଧାନ କାର୍ଯ୍ଯକାରୀ ହେବାର ଦିବସ

ସ୍ମରଣ ପାଇଁକି ଗଣତନ୍ତ୍ରର ଦିବସ ।


ବା ସାଧାରଣ ତନ୍ତ୍ର ଦିବସ ପାଳନ  

ପାଇଁ କି ସକଳେ ହେଉ ଆନନ୍ଦିତ ମନ ।


ପ୍ରତି ବର୍ଷ କରି ଜାତୀୟତା ଗୁଣଗାନ

କରି ଜାତୀୟ ସମୃଦ୍ଧି ପ୍ରତି ଜାଗରଣ ।


ଜାତୀୟ ପତାକା ଉତ୍ତୋଳନ କରି

ସମ୍ବିଧାନର ସମ୍ମାନ ସଂରକ୍ଷଣ କରି ।


ଜାନୁଆରୀ ମାସ ଛବିଶ ତାରିଖ ଟିକୁ

ଗଣତନ୍ତ୍ର ଦିବସ ଭାବରେ ପାଳିବାକୁ ।


ହୋଇଛି ବିଧାନ ଏହି ଦିବସ ପାଳନେ 

ଆନନ୍ଦ‐ ଉଲ୍ଲାସ ଭରେ ମାତି ସର୍ବ ଜନେ ।


ଦେଶର ସବୁଠି ଭରେ ଆନନ୍ଦ ଉତ୍ସାହ

ସବୁ ଅନୁଷ୍ଠାନ ମାନ ପାଳନ୍ତି ଏ ଅହ ।



Rate this content
Log in

Similar oriya poem from Classics