Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

3  

Jagannath Barik

Abstract

ସାରଳା ଦାସ

ସାରଳା ଦାସ

1 min
660



ଜୟ ଶ୍ରୀ ସାରଳା ଦାସ ଆଦିକବି ଖ୍ୟାତ 

ଯୁଗସ୍ରଷ୍ଟା ଶୁଦ୍ର ମୁନି ରୂପେ ପ୍ରତିଭାତ |


ବାଣୀ ବରପୁତ୍ର କାଳଜୟୀ କବିଶ୍ଵର

ସିଦ୍ଧେଶ୍ୱର ପରିଡାତ ନାମଟି ତୁମ୍ଭର |


ପଞ୍ଚଦଶ ଶତାବ୍ଦୀରେ ହୋଇଲ ଭୂମିଷ୍ଟ 

ଗଜପତି କପିଳେନ୍ଦ୍ର ସମ ସାମୟିକ |


ଲେଖିଲ ମହାଭାରତ ଖଣ୍ଡ ଅଷ୍ଟାଦଶ 

ବ୍ୟାସ କୃତ ଭାରତରୁ ସଂଗୃହିତ ରସ |


ଓଡ଼ିଆ ଭାଷାର ତୁମେ ସାଜିଲ ଜନକ 

ଖେଳାଇଲ ଏ ଜାତିର ସଂସ୍କୃତି ଝଲକ |


ତୁମ ପାଇଁ ଆମ ଭାଷା ପାଇଲା ମାନ୍ୟତା 

ହେ ପ୍ରାଜ୍ଞ ପୁରୁଷ ତୁମେ ମହାନ ପୁଣ୍ୟାତ୍ମା |


ବିଲଙ୍କା ରାମାୟଣରେ ମୋହିଲ ଜଗତ 

କଲ ସତୀ ସୀତା ଶକ୍ତି ମହିମା ଵ୍ୟକତ |


ଚଣ୍ଡୀ ପୁରାଣରେ ଆଦ୍ୟା ଶକ୍ତିଙ୍କ ମହତ୍ୱ 

କରିଛ ପ୍ରତିପାଦନ ଧନ୍ୟ ମହାସନ୍ଥ |


ତୁମପାଇଁ ଏ ଓଡ଼ିଆ ଜାତି ହେଲା ପୂତ 

ଶ୍ରୀଚରଣେ ମଥାନତେ ହେଉ କୃତ କୃତ୍ୟ |


ଯାବତ ଅମ୍ବରେ ଥିବେ ଶଶାଙ୍କ ମିହିର 

ଯାବତ ଓଡ଼ିଆ ଜାତି ଥିବ ଏ ମହୀର |


ତାବତ ନାମ ତୁମର ରହିବ ଅମର 

କୋଟିଏ ଓଡ଼ିଆ ପଦେ ଯୋଡୁଅଛୁ କର ।



Rate this content
Log in

Similar oriya poem from Abstract