Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Leena Pani

Inspirational

4.0  

Leena Pani

Inspirational

ସ୍ବାଧୀନତା ର ହର୍ଷ

ସ୍ବାଧୀନତା ର ହର୍ଷ

1 min
243


ସ୍ୱାଧୀନ ହୋଇଥିଲା ଦେଶ

ସମ୍ବିଧାନ ଲେଖା ହୋଇଥିଲା ବିଶେଷ

ଆଜି ବି ନାରୀ ତାର ଖୋଜୁଅଛି ଅସ୍ତିତ୍ବ

ପରାଧୀନ ର ବେଡି ପିନ୍ଧି

ଗାଉଅଛି ସ୍ୱାଧୀନତାର ଗୀତ ।

ସ୍ୱାଧୀନ ହୋଇଥିଲା ଦେଶ

ସମସ୍ତ ଙ୍କ ମନରେ ଅନେକ କ୍ଳେଶ

ଆଜିବି ନିର୍ଭୟା କାନ୍ଦୁଛି

ଆତ୍ମା ତାର ପଚାରୁଛି

ନାରୀ ର ସ୍ଥିତି ଆଜି କେଉଁଠାରେ ଅଛି ।

ସ୍ୱାଧୀନ ହୋଇଥିଲା ଦେଶ

ଆଜିବି ସିପାହୀ ଠିଆହୋଇଛି

ଦେଶପାଇଁ ଗୋଳି ଖାଉଛି

ସିପାହୀ ର ବଳିଦାନରେ

ଦେଶ ଆଜି ସ୍ୱାଧୀନତା ମନାଉଛି ।

ସ୍ୱାଧୀନ ହୋଇଥିଲା ଦେଶ

ଆଜିବି ଦେଶ ଆଗେଇ ଚାଲିଛି

ଆଜିର ନାରୀ କୁ ସମ୍ମାନ ମିଳୁଛି

ନିର୍ଭୟା ର ଦୋଷୀ କୁ ଫାଶୀ ମିଳିଛି

ପୁରା ଦେଶ ଗୌରବନିତ ହୋଇଛି ।

ସ୍ୱାଧୀନ ହୋଇଥିଲା ଦେଶ

ଆଜି କାହିଁକି ଏତେ ଅବଶୋସ

ମାତୃଭୂମି ର ମମତା ଆଜିବି ଝଲକୁଛି

ତାର ମାଟି ପାଣି ପବନ

ଆଜିବି ମହକୁଛି

ତାର କୋଳରେ ଆଜିବି

ମହାପୁରୁଷ ଜନ୍ମ ନେଉଛି

ପୁରା ଦେଶ ଆଜି ବି ହସୁଛି

ସ୍ୱାଧୀନତା ର ତିରଙ୍ଗା ଲହରୁଛି

ଆମ ଦେଶ ସ୍ୱାଧୀନ ହୋଇଛି ।


Rate this content
Log in

Similar oriya poem from Inspirational