କାଳିଆ ଆସିବ ରଥ ଯାତରା
କାଳିଆ ଆସିବ ରଥ ଯାତରା
କାଳିଆ ଆସିବ ରଥ ଯାତରାରେ
ଭାଇ ଭଉଣୀଙ୍କୁ ନେଇ
ନବ ଯୌବନରେ ଦେଇ ଦରଶନ
ରତ୍ନ ସିଂହାସନେ ଥାଇ
ଆହା ମୋ କଳା ଗୋସାଇଁ।
ତିନି ରଥ ପରା ହୋଇଛି ସଜ
କାଳିଆ ଧନ ମୋ ବାନ୍ଧିଛି ପାଗ
ଧାଡ଼ି ପହଣ୍ଡିରେ ଆସିବେ ରଥକୁ
ପତିତ ତାରିବା ପାଇଁ।
ଆହା ମୋ କଳା ଗୋସାଇଁ,,,
ରଥ ଚଢ଼ି ଜଗା ଆସିବ ଧାଇଁ
ଲକ୍ଷ ଲକ୍ଷ ଭକ୍ତ ସଙ୍ଗତେ ନେଇ
ଗୁହାରୀ ଶୁଣିବ ଆରତ ହରିବ
ପାପ ସବୁ ନେବ ଧୋଇ।
ଆହା ମୋ କଳା ଗୋସାଇଁ,,,,