ସବୁ ତୁ
ସବୁ ତୁ
ଗୀତା ଭାଗବତେ ବାଣୀ ମହାପ୍ରଭୁ
ଯଜ୍ଞ, ପାରାୟଣେ ମନ୍ତ୍ର.
ପାର୍ଥିବ ଶରୀରେ ପ୍ରାଣ ରୂପେ ଥାଉ
ତୁହି ପ୍ରଭୁ ଜଗନ୍ନାଥ. l0l
ହୃଦୟରେ ଦୟା ମନରେ ତୁ ଶାନ୍ତି
ଜୀବନେ ବିବେକ ତୁହି.
ବେଦ ବେଦାନ୍ତରେ ତୋ ଗୁଣ ବିହିତ
ପଥ ପ୍ରଦର୍ଶକ ହୋଇ.
ରାଜସ, ତାମସ, ସାତ୍ତ୍ୱିକ ଗୁଣରେ
ତୁହି ସାତ୍ତ୍ୱିକର ପଥ. l1l
ଶୂନ୍ୟରେ ରହିଛୁ ଅଣୁ ପ୍ରାୟ ପ୍ରଭୁ
ନିଃଶ୍ୱାସ, ପ୍ରଶ୍ୱାସେ ବାୟୁ.
ସମ୍ବତ୍ସରେ ବର୍ଷ, ମାସ, ଦିନ, ଦଣ୍ଡ
ଜୀବର ଜୀବନେ ଆୟୁ.
ତୁହି ସୂର୍ଯ୍ୟ ତାପ ଚନ୍ଦ୍ରର ଜୋଛନା
ଜ୍ୟୋତି ରୂପେ ଧନ୍ୟ ନେତ୍ର. l2l