ଶୀତ ସମ୍ଭାର
ଶୀତ ସମ୍ଭାର
ଶୀତ ବରଷକେ ଧରା କୁ ଆସିଛି
ନନା ଜାତି ଫୁଲେ ମହି ମଣ୍ଡଳ ହସୁଛି
କେତେ ଫଳ ବଜାର ରେ ମିଳୁଛି
ନନା ପକ୍ଷୀ ଙ୍କ ସ୍ୱର ପ୍ରଭାତ ରେ ଶୁଭୁଛି
କୋଇଲି କୁହୁ କୁହୁ ରାବ ସକାଳୁ ଦେଉଛି
କୋହଲା ପାଗ ରେ ଶୀତ ଭାରି ଜମୁଛି
କୁହୁଡି ର ପରିବେଶ ମନ କୁ ହରୁଛି
ପର୍ବ ପର୍ବାଣି ଆନନ୍ଦ ଭରି ଦେଉଛି
ବଣ ଭୋଜି ର ଆସର ଖୁସି ଭରି ଦେଉଛି
ମାର୍ଗସିର ମାସେ ମା ମହା ଲକ୍ଷ୍ମୀ ଙ୍କ ପୂଜା ହେଉଛି
ଶୀତୁଆ ରାତିରେ ରେଜେଇ ଟାଣି କିଏ ବିଶ୍ରାମ ନେଉଛି
ଶୀତୁଆ ସକାଳେ କିଏ ନିଆଁ ଜାଳି ତା ପାଖେ ବସୁଛି
ପୋଡ଼ ପିଠା ଖାଇ ବାର ମଜା ନିଆରା ଲାଗୁଛି
ଦେବା ଦେବି ଙ୍କ ମନ୍ଦିରେ ପହିଲି ଭୋଗ ସକାଳୁ ହେଉଛି
ପ୍ରାତଃ ଭ୍ରମଣ ଦେହ ପାଇଁ ହିତ ହେଉଛି
ସକାଳ ଖରା ରେ ସବୁ ଶକ୍ତି ମିଳୁଛି
ଶିଶିର ବିନ୍ଦୁ ସକାଳେ ଗଛ ରେ ସୁନ୍ଦର. ଲାଗୁଛି
କେତେ ମାଙ୍ଗଳିକ କାମ ଶୀତ ଦିନ ଆସିଲେ ହେଉଛି