Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lokanath Rath

Action Classics Inspirational

3  

Lokanath Rath

Action Classics Inspirational

ଶିକ୍ଷା

ଶିକ୍ଷା

1 min
318



ଯୁଗ ବଦଳିଛି ,ଉନ୍ନତି ହେଉଛି ,ସାରା ବିଶ୍ୱରେ ଆଜି ,

ସଭିଏଁ ଦେଶ ପାଇଁ ଲଢ଼ନ୍ତି ,ଏକ ସୈନିକ ସାଜି |


ଦେଶର ପ୍ରଗତି ହେବ ତେବେ ,ଯେବେ ରହିବ ସଂସ୍କାର ,

ସେଥିପାଇଁ ଯୋଡିବାକୁ ହେବ ସଭିଙ୍କୁ ଏକାଠି ଆମ ଦେଶର |


ଏତେ ବଡ଼ ଦେଶ ଆମ ,ରହିଛି ଅନେକ ପ୍ରଦେଶ ,

ଭିନ୍ନ ଭିନ୍ନ ଭାଷା ସଭିଙ୍କର ,ଭିନ୍ନ ତାଙ୍କ ବେଶ |


ପୁଣି ସବୁ ଧର୍ମର ହୁଅଇ ଆଦର ,ଦେଇ ସମ୍ମାନ ,

ସବୁ ଭିନ୍ନ ଭିନ୍ନ ହେଲେବି ,ଆମେ ଦେଶର ସନ୍ତାନ |


ଆମ ଭାଷାର ପ୍ରଗତି ଅଟେ ଏକ ଅଂଶ ସଂସ୍କୃତିର ,

ଭାଷାତ ଅଟଇ ମାଧ୍ୟମ ,ଶିକ୍ଷା ଆଉ ଆମ ସାହିତ୍ୟର |


ଶିକ୍ଷା ଦିଏ ଜ୍ଞାନ ,ବଢ଼ାଏ ଆମ କାର୍ଯ୍ୟ କୁଶଳତା ,

ଜ୍ଞାନ ଲଭି ଶିକ୍ଷିତ ହେଲେ ,ବଢେ ଦେଶର ମହାନତା |


ଶିକ୍ଷା ଲାଭ କରି ,ଧର୍ମକୁ ଆଦରି କର୍ମ କରିଗଲେ ,

ବିପଦର ସଂଗେ ଲଢ଼ିବାର କ୍ଷମତା ,ଆପେ ଆପେ ବଢିଚାଲେ|


ସେହି ଶିକ୍ଷା ପାଇ,ହୁଅନ୍ତି କେତେ ଡାକ୍ତର ବୈଜ୍ଞାନିକ ,

ପୁଣି ଯନ୍ତ୍ରୀ ହୁଅନ୍ତି ,ହୁଅନ୍ତି ଆମ ଦେଶର ସୈନିକ |


ଶିକ୍ଷାର ପ୍ରସାର ହୁଏ ,ଯେବେ ସାହିତ୍ୟର ହୁଏ ପ୍ରଚାର ,

ସେଥିପାଇଁ ଏବେ ,ଭିନ୍ନ ରୂପେ ହୁଏ ଅନଲାଇନ ଆସର |


ଏହି ଆସରରେ ଯୋଡ଼ିହୁଏ ସଭିଙ୍କୁ ,କ୍ଷଣକେ ଏକ ସଙ୍ଗେ,

ଯାହାର ପ୍ରଭାବେ ଶିକ୍ଷାର ପ୍ରଭାବ ,ସବୁ ବାଡ ଭାଙ୍ଗେ |


ଏହି ଅନଲାଇନ ଆସର ଏବେ କରିଛି ଜାଣ ସମ୍ଭବ ,

ଶିକ୍ଷା ସାହିତ୍ୟର ପ୍ରସାର ପାଇଁ ,ଏକ ଉନ୍ନତ ମାର୍ଗ |


କେତେ କେତେ ସଂସ୍ଥା ,ଏହି ଆସରାକୁ ଆଦରି ଅଛନ୍ତି ,

ଶିକ୍ଷାର ପ୍ରସାର ପାଇଁ ଏହାକୁ .ଏବେ ସବୁ ବରିଛନ୍ତି |


କିଏ କେତେ ଦୂରେ ଥାଉ ,ଆସରରେ ଏକାଠି ସଭିଏଁ,

ବାଣ୍ଟନ୍ତି ଜ୍ଞାନକୁ ସଭିଙ୍କ ସାଙ୍ଗରେ ,ଶିକ୍ଷା ସମ୍ମାନ ପାଏ |


ବିଜ୍ଞାନର ଉନ୍ନତି ଆଜି କରିଛି ,ସମ୍ଭବ ଅନଲାଇନ ଆସର ,

ଏହି ଅଟେ ପ୍ରମାଣ ଶିକ୍ଷା ପ୍ରଗତିର ,ଆମ ଦେଶର |


ସାହିତ୍ୟ ଆଜିବି ମାର୍ଜିତ ହୋଇଛି ,ହୋଇଛି ତାର ପ୍ରସାର ,

ଏହି ଆସର ଆଜି ସାହାଯ୍ୟ କରୁଛି ,ସାହିତ୍ୟ ଶିକ୍ଷାର |


ପିଲା ଠାରୁ ବୁଢା ,ଘରେ ରହି ଲାଭ ନିଅନ୍ତି ,

ଏହି ଅନଲାଇନ ଆସାରାରୁ ,କେତେ ଶିକ୍ଷା ଲାଭ କରନ୍ତି ।



రచనకు రేటింగ్ ఇవ్వండి
లాగిన్

Similar oriya poem from Action