Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Panchanan Jena

Romance

3  

Panchanan Jena

Romance

ସହୋଦରୀ

ସହୋଦରୀ

1 min
143



ତୁମେ ଡାକିଲେ ସରାଗେ ଆବେଶେ

ସାଜିବସେ ଲାଜବତୀ ଗୋରୀ

ଯିବି କି ଯିବିନି ଭାବି ଭାବି ଭାବେ ଅଭାବେ

ହସିବସେ ଫୁଲମତୀ ସୁକୁମାରୀ ।


ତୁମେ ଦେଖିଲେ ପରାଗେ ବିରାଗେ

ଲାଜେଇବସେ ଋତୁମତୀ କୁମାରୀ

ତଳକୁ ଚାହିଁ ମୁରୁକି ହସେ ବସେ

ମଉନାବତୀ କନକଗୋରୀ ।


ତୁମେ ଚାହିଁଲେ କଣେଇ କଣେଇ

ଲୁଚିବସେ ଗର୍ଭବତୀ ପରି

କିଂକର୍ତ୍ତବ୍ୟବିମୂଢ ତଥାସ୍ତୁ ମୁଦ୍ରାଧାରୀ

ତୁନିହସେ ଲାବଣ୍ୟବତୀ ନାଗରୀ ।


ତୁମେ ମିଛେ ମିଛେ ରାଗିଲେ ଭାରି

ଚିନ୍ତିବସେ ଚନ୍ଦ୍ରାବତୀ ନାରୀ

ମୁଖଉଂଗୀରେ ଚିଗୁଲେଇ ଧମକେଇ

ଘୁମିବସେ କନକବତୀ ସର୍ବରୀ ।


ତୁମେ ହସଖୁସି ଇମୋଜି ପଠେଇଲେ  

ପଢିବସେ ସରାଗବତୀ ନାରୀ

ଆପେ ଆପେ ନୃତ୍ୟନାଟିକା କରି

ଆଉଜିବସେ ରଙ୍ଗବତୀ ପରୀ ।


ତୁମେ ଭିଡ଼ିଓ କଲ୍ କଲେ ରାତିରେ ମଝିରେ

ଘୋଡିବସେ ରସବତୀ ଦାରୀ

ଅଳପ ଗଳପ ଭିତରେ ଆଳାପ

ମାଡିବସେ ଲଜ୍ୟାବତୀ ଶାକମ୍ବରୀ ।


କେତେ ଆଉ ଲୁଚେଇବି ଭଣ୍ଡେଇବି ଶ୍ରୀପତି

ରୂପବତୀ ପ୍ରେମବତୀ 

ଅବଗୁଣ୍ଠନବତୀ ସହଚରୀ

ରାଜଯୋଟକ ମେଳ ହେବ ଆମର 

ମଧୁମତୀ ସତ୍ୟବତୀ

ଶ୍ରୀମତି ଆନନ୍ଦବତୀ ସହୋଦରୀ ।


Rate this content
Log in

Similar oriya poem from Romance