Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hrushikesh Satpathy

Inspirational

3  

Hrushikesh Satpathy

Inspirational

ଶ୍ରୀରାମନବମୀ ମାନବାନୁଗାମୀ

ଶ୍ରୀରାମନବମୀ ମାନବାନୁଗାମୀ

1 min
10



ସତେ କି ତ୍ରେତୟା ଫେରି ଆସିଅଛି 

ବସନ୍ତମୁଖର ହୋଇ !

ପୁରୁଷୋତ୍ତମଙ୍କ ଜନ୍ମ ଉତ୍ସବରେ 

ଆତିଥ୍ୟର ସ୍ୱାଦ ପାଇଁ !!


ଦଣ୍ଡକାରଣ୍ୟ ବି ଅନୁଭବ କରେ 

ଶ୍ରୀରାମଙ୍କ ଉପସ୍ଥିତି !

ନୀରବ ଚିତ୍କାରେ ସତେ କି ଫୁତ୍କାରେ 

ଅପହରଣର ଭୀତି !!


ତ୍ରେତୟା ବାସୁଛି , ବସନ୍ତ ଫେରୁଛି ,

ଗ୍ରୀଷ୍ମର ଶୁଭାଗମନ !

ଶ୍ରୀରାମନବମୀ ଉତ୍ସବେ ମୁଖର 

ଜନ, ବନ ଉପବନ !!


ଚୈତ୍ରମାସ ଶୁକ୍ଳନବମୀ ତିଥିରେ 

ମର୍ଯ୍ୟାଦା ପୁରୁଷୋତ୍ତମ !

ବିଷ୍ଣୁଙ୍କ ସପ୍ତମ ଅବତାର ଘେନି 

ମର୍ତ୍ତ୍ୟରେ ନେଲେ ଜନମ !!


ଚାରିଆଡେ ଶୁଭେ ପ୍ରଭୁ ରାମ ନାମ ,

ଚାଲେ ପୂଜାର ପାର୍ବଣ !

ପ୍ରଭୁ ରାମ ସତ୍ୟ , ପ୍ରେମ , ତପସ୍ୟାର 

ପ୍ରତ୍ୟକ୍ଷ ଉଦାହରଣ !!


କ୍ଷୀର , ଦହି , ପଞ୍ଚାମୃତ ଦ୍ରବଣରେ 

ପ୍ରଭୁ ଶ୍ରୀରାମଙ୍କ ସ୍ନାନ !

ତୁଳସୀ ଜଳର ଅର୍ପଣ ପୂର୍ବକ 

ପ୍ରଭୁଙ୍କ ଧ୍ୟାନରେ ମଗ୍ନ !!


ଅକ୍ଷତ , ସୁମନ ସୁରଭିରେ ସିକ୍ତ 

ବସ୍ତ୍ର ଆଭରଣ କରି !

ପ୍ରଭୁଙ୍କ ଶୃଙ୍ଗାର ଵିଧିବିଧାନରେ 

କାୟ-ମନୋବାକ୍ୟେ ସ୍ମରି !!


ଶ୍ରୀରାମଙ୍କ ପ୍ରିୟ ସୁମିଷ୍ଟ ସୁଖାଦ୍ୟ 

କ୍ଷିରୀ , ମିଠାର ଅର୍ପଣେ !

"ରାମ ଚରିତ ମାନସ" ପଠନରେ 

ସମର୍ପିତ ଶ୍ରୀ ଚରଣେ !!


ଶବରୀ ଅଇଁଠା ଖାଇଥିଲେ ପ୍ରଭୁ 

ହାତରୁ ଛଡାଇ କୋଳି !

ଭୁଲିଯାଇ ତାଙ୍କ ରାଜଉଆସର 

କ୍ଷିରୀ , ମିଠା ,ଅନ୍ନଥାଳି  !!


ପୁରୁଷୋତ୍ତମ ସେ , ପ୍ରଜାବତ୍ସଳ ସେ  

ପ୍ରକୃତି ରଞ୍ଜନ ପାଇଁ !

ପ୍ରାଣପ୍ରିୟା ସୀତା ହେଲେ ନିର୍ବାସିତା 

ପତି ଅନୁପ୍ରାଣା ହୋଇ !!


ଶ୍ରୀରାମନବମୀ ନୁହେଁ ଖାଲି ଏକ 

ଶାସ୍ତ୍ରାବଦ୍ଧ ପରମ୍ପରା !

ସତ୍ୟ-ସଂସ୍ଥାପକ , ନ୍ୟାୟ-ଆବାହକ ,

ସନ୍ଦେଶ ତା'ର ନିଆରା !!


ଶ୍ରୀରାମ ଚରିତ୍ର ନୁହେଁ ସାଧାରଣ ,

ଅନେକ ଭିତରେ ଏକ !

ଆନ ମୁହେଁ ହସ ତାଙ୍କରି ଉଦ୍ଦେଶ୍ୟ ,

ଭୁଲିଯାଇ ନିଜ ସୁଖ !!


ଶ୍ରୀରାମନବମୀ ପର୍ବରେ ଅଗ୍ରଣୀ ,

ହିନ୍ଦୁ ଜାତି ସ୍ୱାଭିମାନ !

ଆର୍ଯ୍ୟମାନଙ୍କର ସଂସ୍କାରର ଚିତ୍ର ,

ବ୍ୟକ୍ତି ବ୍ୟକ୍ତିକୁ ସମ୍ମାନ !!


ନକାରାତ୍ମକୀଙ୍କ ହୃଦୟର କୋଣେ 

ଜାଗେ ସକାରାତ୍ମକତା !

ଦୁର୍ଭାଗ୍ୟର ଦାଉ ହୁଏ ସଂକୁଚିତ ,

ସୌଭାଗ୍ୟ ଛୁଅଁଇ ମଥା !!


ରାଜସୁଖ ଠାରୁ ପିତୃସତ୍ୟ ଶ୍ରେୟଃ ,

ମାତୃଭକ୍ତି ବନ୍ଦନୀୟ !

ପିତାମାତା ପ୍ରତି ରୁକ୍ଷ ଆଚରଣ 

ନର୍କପଣେ ନିନ୍ଦନୀୟ !!


ଶ୍ରୀରାମ ଚରିତ୍ର ସମାଜ ପାଇଁକି 

ମାନବିକତାର ବାର୍ତ୍ତା !

ଅଖଣ୍ଡ ତାଙ୍କର ଆତ୍ମାନୁଶୀଳନ ,

ବିବିଧତାରେ ଏକତା !!


ଶ୍ରୀରାମନବମୀ ମାନବାନୁଗାମୀ ,

ମାନବୀୟ ତା'ର ଭାବ !

ପ୍ରବର୍ତ୍ତନଶୀଳ ହିନ୍ଦୁ ସମାଜର 

ସଂସ୍କାରଧର୍ମୀ ବିଭବ  !!


Rate this content
Log in

Similar oriya poem from Inspirational