Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mishra Manasi

Children

4  

Mishra Manasi

Children

ଶୁଣି ଯା'ମୋ କଥା

ଶୁଣି ଯା'ମୋ କଥା

1 min
375


ମଣିଷ ଭାଇ,ମଣିଷ ଭାଇ

ଶୁୁୁଣିଯା' ମୋର କଥା

ଜଙ୍ଗଲ ମୁହିଁ କହେ କାହାଣୀ

ମୋର ହୃଦୟ ବ୍ୟଥା ।।

ନିିିଜ ଗୋଡ଼ରେ ମାରୁଛୁୁ କାତି

ଜାଣିନୁ ଭଲମନ୍ଦ

କରତେ କାଟି ମୋହରି ଛାତି 

ଗଢୁଛୁ ଇମାରତ,

ମୋ ବିନା ପରା ବନ୍ଧ୍ୟା

ହୋଇବ ଆମ ଧରଣୀ ମାତା 

ମଣିଷ ଭାଇ,ମଣିଷ ଭାଇ

   ଶୁଣିଯା' ମୋର କଥା ।

ଆକାଶ କୋଳେ ହେବନି ଆଉ

କଳା ବଉଦ ମେଳା

ବାୟୁରେ ବଢି ଅଙ୍ଗାରକାମ୍ଳ 

ବୁୁଡିବ ପ୍ରାଣ ଭେଳା

ଋତୁଚକ୍ର ଋଷି ବସିିଛି

  ଫାଟେ ହିମଗିରି ମଥା

ମଣିଷ ଭାଇ, ମଣିଷ ଭାଇ

   ଶୁଣି ଯା' ମୋର କଥା ।।

ଖାଇବା ପାଇଁ ମୁଠିିଏ ଦାନା

ପିିିନ୍ଧିବା ପାଇଁଁ କନା

ଅଭାବ ହେବ ପଡ଼ି ଦୁର୍ଭିିକ୍ଷ

ଭୋଗି ରୋଗ ଯାତନା

ଜୀବଜଗତ ଧ୍ବଂସ ହୋଇବ

ଲୋଟିବ ତାର ମଥା

ମଣିଷ ଭାଇ,ମଣିଷ ଭାଇ

   ଶୁଣି ଯା' ମୋର କଥା ।।

ଜଙ୍ଗଲ ରକ୍ଷା ଜୀବ ସୁରକ୍ଷା

ଭାବି ତୁ ଥରେ ଦେଖ

ଛାଡି ଗରବ ମନରୁ ଲୋଭ

ନିିିଜକୁ ନିିଜେ ରଖ

ବନୀକରଣ କର ତୁ ଆଜି

ଗରବେ ତୋଳି ମଥା

ମଣିଷ ଭାଇ ,ମଣିଷ ଭାଇ

   ଶୁୁୁଣିଯା' ମୋର କଥା ।।



Rate this content
Log in

Similar oriya poem from Children