Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jesu christ Muduli

Abstract

3  

Jesu christ Muduli

Abstract

ସିଂହ ସୈନିକ ସେହି

ସିଂହ ସୈନିକ ସେହି

2 mins
259


ପତର ଟିଏ ଯେ ପଡ଼ିବା ଆଗରୁ

ପଥର ଛାତି ତା ଦିଏ ଥୋଇ..

ସୌର୍ଯ୍ୟ ବିର୍ଯ୍ୟବାନ 

ପ୍ରତି ଭାରତୀୟ ପ୍ରାଣ

ଆମ ସିଂହ ସୈନିକ ସେହି ।

ଲହୁଣୀ ହୃଦ ଯା ଲୌହ ପାଲଟେ

ମାଟି ମା' ର ରକ୍ଷା ପାଇଁ..

ଏ ଆର୍ଯ୍ୟେ ମହାନ

ଅଟେ ଯଶବାନ

ଆମ ସିଂହ ସୈନିକ ସେହି ।

ବିଯୁକ୍ତ ଥଣ୍ଡାରେ ଯୋଡ଼ା ବରଫ ସେ

ଦେଶ ଶାନ୍ତି ମନେ ଧ୍ୟାୟୀ...

ଏକ ସଚ୍ଚା ସନ୍ତାନ

ଜନନୀ ର ଧନ

ଆମ ସିଂହ ସୈନିକ ସେହି ।

ବାରୁଦର ଘେରେ ଦିଆସିଲି କାଠି ସେ

ଜଳି ଯାଏ ଜାଳି ଦେଇ...

ବଡ଼ ହୃଦୟ ବାନ

ମହନୀୟ ପ୍ରାଣ

ଆମ ସିଂହ ସୈନିକ ସେହି ।

ଗୁଳି ଯାର ଅଟେ ଗଳା ରତନ ହାର

ଆମରି ଯତନ ପାଇଁ...

ଦିଏ ବଳିଦାନ

ଯିଏ ପ୍ରତି କ୍ଷଣ

ଆମ ସିଂହ ସୈନିକ ସେହି ।

ବନ୍ଧୁକ ସାଥିରେ ବନ୍ଧୁତା ଯେ ବସେ

ଦୁର୍ଗମ ଯାହାର ଛାଇ...

ଶତ୍ରୁ ର ନିଧନ

ଯା ଆଖି ସପନ

ଆମ ସିଂହ ସୈନିକ ସେହି ।

ସଂସାରୀ ହେଇବି ବ୍ରହ୍ମଚାରୀ ଯିଏ

ଦେଶ ମାତୃକାର ପାଇଁ...

ତ୍ରୀରଙ୍ଗା ର ମାନ

ଯା ହୃଦ ସ୍ପନ୍ଦନ

ଆମ୍ଭ ସିଂହ ସୈନିକ ସେହି ।



Rate this content
Log in