Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhasree Subha

Romance Classics Inspirational

4  

Subhasree Subha

Romance Classics Inspirational

ସ୍ମୃତି ଅନୁଭୂତି

ସ୍ମୃତି ଅନୁଭୂତି

1 min
247


ଅନେକ ସ୍ମୃତି କୁ ହୃଦୟେ ସାଇତି

ବାଟ ମୁଁ ଚାଲୁଛି ଆଜି

ମନେ ପଡେ ମୋର ପ୍ରତି ଅନୁଭୂତି

ତୁମ ସାଥେ ବିତେଇଛି ।


ହେ ମୋର ସାଥୀ ମନେ କି ବା ନ ପଡେ

ସେଇ ଅଭୁଲା ଦିନ

ତୁମ ସାଥେ ଦିନେ କଥା ନ ହେଲେ ମୁଁ

କରୁ ଥିଲ ଅଭିମାନ ।


ମୋ ଫୁଲେଇ କଥା ରେ କେତେ ହସୁ ଥିଲ

ରାଗ ଟିକେ ବି ନଥିଲା

ଗେହ୍ଲେଇ ଗେହ୍ଲେଇ କଥା ହେଉ ଥିଲି

ଲାଜ ଟିକେ ଲାଗୁ ଥିଲା ।


ହାତ ମୋର ଧରି କେତେ କଥା ମତେ

କହି ଯାଉ ଥିଲ ସତେ

ମତେ ପାଇ ଗଲେ ସବୁ ପାଇ ଯିବ

ଦୁନିଆ ର ଖୁସି ଯେତେ ।


ମନେ ପଡେ ସବୁ ଅଭୁଲା ଦିନ ତ

ଭୁଲି କି ବା ସିଏ ହବ

ସେ ଦିନ ନାହିଁ ସତ ସିନା ସାଥୀ

ତୁମେ ତ ସାଥିରେ ଥିବ ।


ତୁମେ ଅଛ କାଲି ଅଛ ପୁଣି ଏବେ

ରହିବ ଆଗ କୁ ସଦା

ସ୍ମୃତି ସବୁ ମୋର ମନେ ଅଛି ସାଥୀ

ଲେଖୁଛି ତା ପାଇଁ କବିତା ।


Rate this content
Log in

Similar oriya poem from Romance