Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puspanjali Panda

Classics

4.5  

Puspanjali Panda

Classics

ସମୁଦ୍ର ଖାଉଛି

ସମୁଦ୍ର ଖାଉଛି

1 min
23.5K


ଢେଉ ସବୁ ମୁଣ୍ଡ ପିଟୁଥିଲେ

କଥାହେଉଥିଲେ

ମୋସହ ଆଉ ମୁଁ ତାଙ୍କ ସହ ।

ଫେରିବନି ଆଉ ସମୟ ସତ,

ହେଲେ ଏ ସମୟ ଚାଲିଯାଆନ୍ତା କି!

ଅବକ୍ଷୟରୁ ତ୍ରାହି ମିଳନ୍ତା କି!

ଦେଖିଛି ,ସମୁଦ୍ର କେତେ କୂଳ ଖାଇ ଖାଇ ଚାଲିଛି।

କେତେ ଖାଇଲାଣି,

ମାଟି,ଗୋଡି,ଇଟା,ବାଲି

ଜିଓ ସିନ୍ଥେଟିକ୍ କାନ୍ଥନ।

କେତେ ପେଣ୍ଠବାସୀ ଙ୍କ ସପନ ।

ଛୋଟିଆ ବେଳାଭୂମୀ ଟେ,

କେହିକେବେ ସୁଖର ସମୟ ବାଣ୍ଟେନି ତା ସହ।

କହୁଥିଲା ଦୁଃଖ ରେ

କଣ ବା ଉତ୍ତର!

ଚୁପ୍ ରହିଲି।

ସମୁଦ୍ର ଢେଉ ଗାଁ ଭିତରକୁ ଫେରୁଛି।

ଅପେକ୍ଷା ରେ ସଭିଏଁ।

ପୁଣି କେତେ ସମୁଦ୍ର ଖାଉଛି ଦେଖି ଯିବାକୁ 

ମୁଁ ସମୟ ବାହାର କରୁଛି।


Rate this content
Log in

Similar oriya poem from Classics