Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Romance Inspirational

3  

Birakishore Nayak

Romance Inspirational

ସନ୍ଧ୍ୟା ଭ୍ରମଣ

ସନ୍ଧ୍ୟା ଭ୍ରମଣ

1 min
121



ଅନେକ ସ୍ୱପ୍ନର ଫେନିଳ ସାଗରେ

      ଖେଳୁଥାଏ ସଦା ବିଚି,

ମଣିଷର ମନ ଖୁସି ଖୋଜୁଥାଏ

      ଚାହୁଁଥାଏ ସଦା ଶାନ୍ତି।


ଭରା ଅବସାଦ ମନରେ ଆବେଗ

      ଅସ୍ଥିରତା ଆଣିଥାଏ,

ଦୂର କରିବାକୁ ମନର କ୍ଳେଶକୁ

     ପ୍ରକୃତିର ସାଥି ହୁଏ ।


ପ୍ରତି ଦିବସର କର୍ମକ୍ଲାନ୍ତ ମନ

     ସନ୍ଧ୍ୟାକୁ ଆଦରି ଥାଏ,

ପ୍ରକୃତିର ଶୋଭା କୋଳେ ହଜିବାକୁ

      ଭ୍ରମଣରେ ମାତିଯାଏ ।


ଏକା ଏକା ଅବା ସାଥୀଙ୍କ ମେଳରେ

      ବୁଲିବାର ମଜ୍ଜା ନିଏ,

ଖୁସିଗପ ଅବା ଥଟ୍ଟା ତାମସାରେ

      କ୍ଲାନ୍ତି ଦୂର କରିଥାଏ ।


ସନ୍ଧ୍ୟା ତୋଳିଦିଏ ସ୍ବର୍ଗୀୟ ସୌନ୍ଦର୍ଯ୍ୟ

      ମନ ହୁଏ ମତୁଆଲା,

ଧୀର ସମୀରଣ ଉଲ୍ଲସିତ କରେ

      ହୋଇ ପ୍ରୀତି ମଧୁ ବୋଳା ।


ପିଆସୀ ପ୍ରାଣରେ ଶୀତଳତା ଭରେ

     ଅମୋଦିତ ହୁଏ ମନ,

ମନ ଗହନରେ ନୂଆ ନୂଆ କିଛି

     ଭାସି ଆସଇ ସପନ ।


ସାନ୍ଧ୍ୟ ଭ୍ରମଣରେ ପ୍ରିୟା ସାଥେ ଥିଲେ

      ହୃଦୟେ ପ୍ରଣୟ ଜାଗେ,

ଭରା ଫଗୁଣର ଫଗୁ ଝରିଯାଏ

      ମନେ ନୂଆ ରଙ୍ଗ ଲାଗେ ।


ଆକାଶେ ପକ୍ଷୀଙ୍କ ନିଡେ ବାହୁଡ଼ିବା

     ଦୃଶ୍ୟ ଅତି ମନୋହର,

ଖୁସିର କାକଳି ଶାବକକୁ ଡାକେ

     ଝରେ ପ୍ରୀତି ହୃଦୟର ।


ଗୋଧୂଳି ଲଗନେ ସନ୍ଧ୍ୟା ସୁଷମାରେ

     ଭ୍ରମଣ ଯେ ଶାନ୍ତିପ୍ରଦ,

ହୃଦୟେ ସାଇତା ଦିବସର ଯେତେ

     ଦୂରକରେ ଅବସାଦ ।


ସଭିଙ୍କ ପାଇଁ ଯେ ସନ୍ଧ୍ୟା ଭ୍ରମଣ ତ

     ହୋଇଥାଏ ହିତକର,

ସ୍ୱାସ୍ଥ୍ୟ ଭଲ ରହି ଅବାଂଛିତ ଚିନ୍ତା

     କରିଥାଏ ମନୁ ଦୂର ।



      

      

      

      

      

 


Rate this content
Log in