Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dhiren Bag

Tragedy

2.3  

Dhiren Bag

Tragedy

ସଂଘର୍ଷ

ସଂଘର୍ଷ

1 min
222



ଜୀବନ ଦୋ' ଛକିରେ

ଜୀଇଁବା ଭାରି କଷ୍ଟ

ଏଠି ପ୍ରତି ମୁହୂର୍ତ୍ତେ ଚାଲେ

ସଂଘର୍ଷ ।


ଚାରିକାନ୍ଥ ଭିତରେ 

ମୁଁ ଅଣ ନିଶ୍ବାସୀ

ପାଦେ ମୋହ ମାୟାର

ଶିକୁଳି ।


ମେଞ୍ଚା ମେଞ୍ଚା ମରୁ ପାହାଡ

ଗଛ ବି ଥୁଣ୍ଟା କଣ୍ଟା 

କଙ୍କାଳ ଦେଖାଇ କାନ୍ଦୁଛି

ଅବୈଧ ଶିଶୁ ପରି ।


ଘନ କୁହୁଡିର ଚାଦର ଭିତରୁ

ଉଙ୍କିମାରେ ସୁନେଲି ସପନ

ହେଲେ ,ସବୁ ଝାପ୍ସା ଦିଶେ

ପାପ ଏଠି ସୁଗନ୍ଧିତ ଫୁଲ ପରି

ମହ ମହ ବାସେ ।


ମନ ଯେବେ ଖୋଜେ

ଚକ୍ ମକ୍ ରୂପେଲି ଜହ୍ନର ଛାୟା

ସରିଯାଏ ରାତିର ଆୟୁଷ 

ସମୟ ସାଜେ ନିଅଣ୍ଟ ।


ବେଳେ ବେଳେ ମା' ବି କାନ୍ଦେ

ବୁକୁଫଟାଇ ବାହୁନୀ ବାହୁନୀ

ଫଟା ପଣତ ପାତି ଭିକ୍ଷା କରେ

ଜୀବନର ଶେଷ ସଂଘର୍ଷ ।


ଏଠି ମିଛ ନିଆଁରେ ବଞ୍ଚିବା ସାର

ସଂଘର୍ଷ ବିନା କିଛିତ ମିଳେନା

ସାଉଁଟିବାକୁ ହବ ଅନୁଭବ 

ଆଉ ତିଆରି କରିବାକୁ ହେବ

ଜୀବନ ଜୀଇଁବା ସଂଘର୍ଷ ।।



Rate this content
Log in

Similar oriya poem from Tragedy