Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Mishra

Inspirational

4  

Kalpana Mishra

Inspirational

ସଂପର୍କ ନଦୀର ତୀରେ

ସଂପର୍କ ନଦୀର ତୀରେ

1 min
221



ମେଘକୁ ମାଗିଲି ଘନ କଳା ରଙ୍ଗ

   କଜ୍ଜ୍ଵଳ କରିବି ବୋଲି,

ମନା କରିଦେଲା କହିଲା ଝରିବି

   ଧାରା ଶିରାବଣ ଭଳି ।


ଫୁଲକୁ ମାଗିଲି ସୁବାସ ତାହାର

   ମୋ ଦେହର ବାସ୍ନା ପାଇଁ,

ମୁହଁ ମୋଡ଼ି ଗଲା ଭଅଁର ପାଖକୁ

   ଆତୁରେ ରହିଲି ଚାହିଁ ।


କେକୀ କୁ ମାଗିଲି ସପ୍ତ ରଙ୍ଗ ବିଭା

    କପାଳର ବିନ୍ଦି ଲାଗି,

କହିଲା ସାଇତି ରଖିଛି ସେ ତାକୁ

   ମେଘ ରାଜା ପାଇଁ ମାଗି ।


ଭରା ବସନ୍ତ ରେ ଶୁଣିଲି କୋଇଲି

   କୁହୁ କୁହୁ ମିଠା ରାଵ,

ମାଗିଲି ଯେମିତି କହିଲା କରିଛି

   ମଧୁମାସ ସହ ଭାବ ।

   

 ମାଗିଲି ଗିରିକୁ ଦେ ମୋତେ ଧୈର୍ଯ୍ୟ

    ସହିବାକୁ ଯେତେ ଦୁଃଖ,

ଆନନ୍ଦେ ଦେଲା ସେ ପଣତରେ ମୋର

    ନ ହୋଇ ତିଳେ ବିମୁଖ ।


ନାରୀ ଟିଏ ମୁହିଁ ପାଉଛି ଆଦର

   ନଥାଇ ରଙ୍ଗ ବା ରୂପ,

ଧୈର୍ଯ୍ୟ ର ସହିତ ଯୁଝୁଛି ସଂସାରେ

   ସହୁଛି ଦୁଃଖର ଧାପ ।


ଅଟଳ ରହିଛି ପାହାଡ଼ ଟେ ପରି

   ଗଢିବାକୁ ମୋ ସଂସାର,

ମମତା ସୂତାରେ ବାନ୍ଧିଛି ସଭିଙ୍କୁ

   ନାହିଁ କେ ଆପଣା ପର ।


ସମ୍ପର୍କ ନଦୀରେ ଭସାଇ ଦେଇଛି

   ନିଷ୍ପାପ ମନର ନାଆ,

ଦୁଃଖୀ ର ଓଠରେ ଫୁଟାଉଛି ହସ

   ଦେଇ ଭରସାର ବାଆ ।


ସବୁ ସଂପର୍କ କୁ ବାନ୍ଧିଛି କାନି ରେ

   ଦେଇ ବିଶ୍ବାସର ଗଣ୍ଠି,

ଜନନୀ ଭଗିନୀ ଜାୟା ,କନ୍ୟା ରୂପ

   ଦେଖୁଛି ଦୁନିଆଁ ମୋ'ଠି ।


ସନ୍ତାନକୁ ଦିଏ ସ୍ନେହ ଓ ମମତା

   ଯଶୋଦା ମାତାଙ୍କ ପରି,

ଭଉଣୀ ପରି ମୁଁ ମଙ୍ଗଳ ମନାସେ

  ସୁଭଦ୍ରାଙ୍କୁ ଅନୁସରି ।


ଜାୟା ରୂପେ ମୁଁ ଯେ ଅର୍ପଣ କରିଛି

  ତନୁ ମନ ସ୍ୱାମୀ ଠାରେ,

ଦେବୀ ସୀତା ଆଉ ଅନୁସୂୟା ପରି

   ହେବାକୁ ଚିନ୍ତେ ମନରେ ।


ସାବିତ୍ରୀ ଙ୍କ ପରି କନ୍ୟା ହେବି ମୁଁ ଯେ

  ଦୁଇ କୁଳେ ହେବି ହିତା,

ସମ୍ପର୍କ ନଦୀଟି ହେବ ମୋର ସ୍ନେହ

  ପ୍ରେମରେ ସଦା ପ୍ଳାବିତା ।


ସ୍ନେହ ସମ୍ପର୍କ ଯେ ସବୁଠୁ ଅମୂଲ୍ୟ

  ତୁଳନା ନାହିଁ ତାହାର,

ସାରା ବସୁଧା ମୋ ଗୋଟିଏ କୁଟୁମ୍ବ

   ଗୋଟିଏ ସୂତାର ହାର ।



Rate this content
Log in

Similar oriya poem from Inspirational