Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Kumar Sahoo

Abstract Others

3  

Chinmaya Kumar Sahoo

Abstract Others

ସପନ

ସପନ

1 min
178



କେବେ ଗାଁ ମୁଣ୍ଡ ପାହାଡ ତଳେ 

ଝାଟି ମାଟି ଚାଳିଆଟେ

ତ କେବେ ରାଜଧାନୀର ବ୍ୟସ୍ତ ବହୁଳ ରାଜରାସ୍ତା କଡ଼ରେ 

ନଭଶ୍ଚୁମ୍ଭି ଅଟ୍ଟାଳିକା ଟେ ।


କେବେ ହଜାର ହଜାର ମାଇଲ ଉପରେ 

ଆକାଶକୁ ଚିରି ଉଡିଯାଉଥିବା ଉଡାଯାହାଜ ଟେ

ତ କେବେ ସେଇ ଉଡାଯାହାଜ କୁ ଲକ୍ଷ କରି

ଗାଁ ରାସ୍ତାରେ ଦୌଡୁ ଥିବା ପାଞ୍ଚ ବର୍ଷର କୁନି ପିଲାଟେ।


କେବେ ଝଲ ମଲ ଜରି ରେ ପ୍ୟାକ ହେଇଥିବା

Branded ଦାମୀ ଉପହାର ଟେ।

ତ କେବେ ଘରୁ ବାହାରି ହଷ୍ଟେଲ ଆସିବା ଦିନ

ପକେଟ ରେ ମାଆ ଖୋସି ଦେଇଥିବା ଶହେ ଟଙ୍କିଆ ନୋଟ ଟେ ।


କେବେ ଧନୀ ଘରର ଦାଣ୍ଡ ଦୁଆର ସଜାଉଥିବା

Porsche, audi କି marcedeze ଟେ

ତ କେବେ ଗରିବ ପିଣ୍ଡା ରେ ଡେରା ହେଇଥିବା

୨୨ ଇଁଚିଆ ବୁଢା ସାଇକେଲ ଟେ।


କେବେ କ୍ଲାନ୍ତ ଅପରାହ୍ନରେ ମାଆ କୋଳରେ

ସବୁ ବ୍ୟସ୍ତ ଆଉ କଷ୍ଟ କୁ ଭୂଲି ଅଚିନ୍ତା ନିଦ ଟେ

ତ କେବେ ତାରକା ହୋଟେଲର କୋମଳ ଶେଯରେବି

ଚିନ୍ତା ଓ ଅବସାଦ ଭରା ନିଦ୍ରା ହୀନ ରାତି ଟେ।


କେବେ ଗାଢ଼ ନିଦରେ ଶୋଇଥିଲା ବେଳେ

ସଫଳ ଜୀବନର ସୁଖଦ ଅନୁଭୂତି ଟେ

ତ କେବେ ସଫଳତା ପଛରେ ଗୋଡ଼ାଇ ଗୋଡ଼ାଇ

ନିଦରେ ଶୋଇବାକୁ ଦେଉନଥିବା ଅଦମ୍ୟ ଆଶାଟେ।


Rate this content
Log in

Similar oriya poem from Abstract