Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Mohapatra

Inspirational

3  

Prabhas Mohapatra

Inspirational

ଟିକିଏ ହସ

ଟିକିଏ ହସ

1 min
453


ଆସ ମୋର ଭାଇ, ଆସ ମୋର ବନ୍ଧୁ

ଆସ ମାଆ ମାେ ମାଉସୀ

ଦୁଃଖୀ ର ମୁହଁରେ ,ଫୁଟାଇବା ହସ

ବିତିବ ଜୀବନ ହସି ।।୧


ଅନାଥ ର ମାଆ, ବାପା ଆସ ସାଜି

ସେନେହ ତାଙ୍କୁ ଦବାରେ ।

ଦୁନିଆ ଭିଡ଼ରେ, ଅନାଥ ବୋଲିକି

ଭାବିବେନି ସେ ମନରେ ।।୨


ଟିକି ଓଠେ ତାଙ୍କ ,ହସ ଯେ ଭୋରିବା

ବାଣ୍ଟିଣ ନିଜ ହସକୁ ।

ଭିକ ମାଗିବାକୁ ,କିବା ଲୁଟିବାକୁ

ନ ଦେବା ଶିକ୍ଷା ତାହାଙ୍କୁ ।।୩


ଟିକି ଦେହେ ତାଙ୍କ, ଦେବାରେ ପୋଷାକ

ନିଜ ଠୁ କାଟି ଟିକିଏ ।

ଆହାର ଦେବାରେ, ତାଙ୍କରି ତୁଣ୍ଡରେ

ନିଜ ଠୁ କାଢି ମୁଠିଏ ।।୪


ତାଙ୍କରି ହସରେ, ଦୁନିଆ ହସିବ

ଫୁଟିବ ନବୀନ କଢି ।

ଅନାଥ ନଥିବେ, ଆମରି ରାଇଜେ

ନାଥ ଯିବେ ଯଦି ବଢ଼ି ।।୫


ନୀତିଶିକ୍ଷା ଦେବା, ସର୍ବ ହିତ ପାଇଁ

ହେବେ ସବୁ ନୀତିବାନ ।

ତାଙ୍କରି ହାତରେ ,ଭବିଷ୍ୟତ ଆମ

ଦେଶ ହୋଇବ ମହାନ୍ ।।୬


ସେ ଟିକି ମନରେ ,ସପନ ଭୋରିଲେ

ରଖିବେ ତୁମରି ଯଶ ।

ଆସ ରେ ସଭିଏଁ, ତାଙ୍କ ଟିକି ଓଠେ

ଭରିଦେବ ଖିଏ ହସ ।।୭



Rate this content
Log in

Similar oriya poem from Inspirational