Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jharana Brahma

Inspirational

4.0  

Jharana Brahma

Inspirational

ଚଳିବ ନାହିଁ ବିଦେଶୀ

ଚଳିବ ନାହିଁ ବିଦେଶୀ

1 min
222


ସ୍ଵଦେଶୀ ସ୍ଵଦେଶୀ ସ୍ଵଦେଶୀ

  ଏଠି ଚଳିବ ନାହିଁ ବିଦେଶୀ

ମୁଣ୍ଡ ଆମର ସ୍ଵଦେଶୀ

  ହେୟାର କଟିଂ ବିଦେଶୀ I


ଆଖି ଆମର ସ୍ଵଦେଶୀ

   ପାଞ୍ଵାର ଚଷମା ବିଦେଶୀ

ମୁହଁ ଆମର ସ୍ଵଦେଶୀ

  ପାଉଡର ଆମ ବିଦେଶୀ I


ବାଳ ଆମର ସ୍ଵଦେଶୀ

   ବାଳ କଲରଟା ବିଦେଶୀ

ସ୍ଵଦେଶୀ ସ୍ଵଦେଶୀ ସ୍ଵଦେଶୀ

   ଏଠି ଚଳିବ ନାହିଁ ବିଦେଶୀ I


ଦେହ ଆମର ସ୍ଵଦେଶୀ

   ଲକ୍ସ ସାବୁନ ବିଦେଶୀ

ପାଦ ଆମର ସ୍ଵଦେଶୀ

   ନେଲ୍‌ପଲିସ ବିଦେଶୀ   I


ହାତ ଆମର ସ୍ଵଦେଶୀ

   ମେହେନ୍ଦି ଆମର ବିଦେଶୀ

ସ୍ଵଦେଶୀ ସ୍ଵଦେଶୀ ସ୍ଵଦେଶୀ

   ଏଠି ଚଳିବ ନାହିଁ ବିଦେଶୀ  I


ଚାଉଳ ଆମର ସ୍ଵଦେଶୀ    

   ଚାଉମିନ ଅଟେ ବିଦେଶୀ

ରୁଟି ପରଟା ସ୍ଵଦେଶୀ

   ପିଜା ଅଟଇ ବିଦେଶୀ ।


ପଇଡ଼ ପାଣି ସ୍ବଦେଶୀ

   କୋକୋ କୋଲା ବିଦେଶୀ

ଅଳେଇଚ, ଲବଙ୍ଗ ସ୍ଵଦେଶୀ

   ବବୁଲଗମ ଟା ବିଦେଶୀ  I


ସୁସ୍ଥ ଶରୀରଟି ସ୍ଵଦେଶୀ

    ରୋଗ କିଣିବା କି ବିଦେଶୀ

ସ୍ଵଦେଶୀ ସ୍ଵଦେଶୀ ସ୍ଵଦେଶୀ

    ଏଠି ଚଳିବ ନାହିଁ ବିଦେଶୀ I


     

    



Rate this content
Log in

Similar oriya poem from Inspirational