ତୁମେ ଆସ ଆଉ
ତୁମେ ଆସ ଆଉ
ତୁମେ ଥାଉ ଥାଉ କାହାକୁ କହିବି
ବେଦନା ଯେତେ ଅନ୍ତରେ
ସୁଖ ଅବା ଦୁଃଖ ଆସନ୍ତି ଯାଆନ୍ତି
ତୁମ ସୃଷ୍ଟି ନିର୍ଦ୍ଦେଶରେ।
ତୁମ ସୃଷ୍ଟି କେବେ ବିଷମୟ ନୁହେଁ
ମଙ୍ଗଳମୟ ହେ ହରି
କିଏ କେତେ ନାମେ ଡାକନ୍ତି ତୁମକୁ
ଶୁଣୁ ଥାଅ କର୍ଣ୍ଣ ଡେରି।
ଗଭୀର ନିଶୀଥେ ଘନ ଅନ୍ଧକାରେ
ପୁଣି ଶ୍ରାବଣ ବର୍ଷାରେ
ଖୋଜୁଛି ତୁମକୁ ବ୍ୟାକୁଳ ନୟନେ
ତୁମ ପାଇଁ ମନ ଝୁରେ।
ଜଗତ କହୁଛି ତୁମେ ଏକା ସାର
ଆଉ ସବୁ କ୍ଷଣସ୍ଥାୟୀ
ତୁମେ ଦୟା କଲେ ପ୍ରାଣୀଏ ତରନ୍ତି
ଜଗନ୍ନାଥ ବରଦାୟୀ।