Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bandana Dairy

Inspirational

3  

Bandana Dairy

Inspirational

ଉତ୍କଳ

ଉତ୍କଳ

1 min
437


ମନ୍ଦିରରେ ପରିପୂର୍ଣ୍ଣ ସବୁ ତୁମରି ସହର ,

ସେଥିପାଇଁ ପ୍ରସିଦ୍ଧ ପୁଣି ତୁମ ଭୁବନେଶ୍ୱର ।

କି ରୂପ ସୌନ୍ଦର୍ଯ୍ୟ ରଖିଛୁ ତୁ ସତେ ,

ପ୍ରଥମ ଚାଲାକ ସହର ଦିଆଗଲା ତତେ ।

ସୁନ୍ଦର କାରୁକାର୍ଯ୍ୟ ଅଟେ ମନୋହର ,

ଐତିହ୍ୟରେ ଭରା ତୁ ଅଟୁ ଶ୍ରୀମନ୍ଦିର ।

ପୁରୀ ବୋଲି କହିଦେଲେ ନାଚିଉଠେ ମନ,

ମହୋଦଧି କୂଳେ କୂଳେ ଯାଏ ଘନ ଘନ ।

ସପ୍ତାଶ୍ଚର୍ଯ୍ୟ ମଧ୍ୟେ ପାଇଛୁ ତୁ ସ୍ଥାନ ,

ଅର୍କକ୍ଷେତ୍ର ଅଟେ ଯାର ନାମ ଅନ୍ୟତମ ।

କି ପବିତ୍ର ମାଟି ରଖିଛୁ ତୁ ଧଉଳି ସ୍ତୂପ ,

ଚଣ୍ଡାଶୋକ ଅଶୋକଙ୍କୁ କଲା ଧର୍ମାଶୋକ ।

କୋରାପୁଟେ ପର୍ବତର ମାଳା ରଖିଛୁ ସାଇତି ,

ବୁଲିଗଲେ ଯେଉଁଥରେ ମିଳେ ଅହେତୁକ ଶାନ୍ତି ।

ପ୍ରସିଦ୍ଧ ଅଟଇ ତୋର ପାରାଦୀପ ବନ୍ଦର ,

କେତେ ଆଦାନ ପ୍ରଦାନ ହୁଏ ଦୀପ ଦିପାନ୍ତର ।

ହେ ଉତ୍କଳ ! ଧନ୍ୟ ତୁମେ ଧନ୍ୟ ତୁମ ଐତିହ୍ୟ ,

କେତେ ଦୂରୁ ପର୍ଯ୍ୟଟକ ଆସନ୍ତି ହୋଇ ଆଗ୍ରହ । 


Rate this content
Log in

Similar oriya poem from Inspirational