ଯୋଡ଼ାଏ ଆଖି
ଯୋଡ଼ାଏ ଆଖି
ଯୋଡାଏ ଆଖିରେ ସାଗର ଭରିଥାଏ
କରୁଣାରେ ଥାଏ ଓଦା
ଚଞ୍ଚଳ ନୟନ ପ୍ରେମର ଅଞ୍ଜନ
କେବେ ସିକ୍ତ ଅଶ୍ରୁ ବୁନ୍ଦା।
ପ୍ରେମର ସେ ସାକ୍ଷୀ ପଢିପାରେ ଆଖି
ହୃଦୟ ଭିତର କଥା
ହସ କାନ୍ଦ ବ୍ୟଥା ଅଭ୍ୟନ୍ତର କଥା
ଅନୁଭବେ ସେ ସର୍ବଦା।
ସ୍ବଚ୍ଛ ନିଷ୍କପଟ ଚକ୍ଷୁ ମୁକୁରରେ
ଭାବନାର ଚିତ୍ରପଟ
ପ୍ରତିଛବି ହୋଇ ଦେଖାଦିଏ ପୁଣି
ଭୋଗୁଥାଏ ଯାହା କଷ୍ଟ।