Kalandi pal

Inspirational

4  

Kalandi pal

Inspirational

ଅବନା ପୂର୍ଣ୍ଣ ବ୍ରହ୍ମ ଚଉତିଶା

ଅବନା ପୂର୍ଣ୍ଣ ବ୍ରହ୍ମ ଚଉତିଶା

2 mins
14



କମଳ ନୟନ     ଜଳଦ ବରନ

     କଜଳ କଦ ବଦନ

କନକନ ମନ     ତବ ଦରଶନ

    କମକମ ଏ ଚରଣ ।


ଖରଖର ଗମ    ଚରଣ ଖଡମ

     ଖରତର ଏ ନୟନ

ଖଡପ ରତନ    ଖଚର ରକ୍ଷଣ

    ଖଗ ଚରଣ ଶରଣ ।


ଗଗନ ପବନ    କଲ ଉତପନ

     ଅକ୍ଷଧର ଅକରଣ

ଗହନ ଗହଳ    ବନ ବନଚର

     ଝଟକ ନଦ ଝରଣ ।


ଘଟର ଘଟକ    ଜଗତ ଜନକ

     ଅଘଟଣ ତ ଘଟଣ

ଘନରସ ଘନ    ଅଜ ନବ ଘନ

     ଚହଟ ମନ ହରଣ ।


ଉରସ ଉଜଳ    କଢ ଢଳ ଢଳ

     ଉଷତ ହସ ବଦନ

ଉଷସ ବସନ    ଉଛବ ରଟନ

     ଉଦର ଉନ ଛପନ ।


ଚଉପଟ ଚଉ     ସମର ଚହଟ

      ଚମକ କର କମଳ

ଚଉରସ ତବ     ମନନ ଭଜନ

      ଭକତ ମନ ଉଜଳ ।


ଛନଛନ ମନ     ଘଟ ଘନଘନ

      ଛକ ଛପନ ରସନ

ଛଟକ ଚରଣ     ଲଭ ଦରଶନ

     ଛଇ ଛଟକ ବଦନ ।


ଜଳଦ ଉଦକ      ତପନ ଝଲକ

     ଘଟର ଘଟ ପବନ

ଜଗ ଜଡବର     ଜବସର ଫଳ

     ଜଗତ ଜଠ ଭରଣ ।


ଝରଇ ଜଳଦ     ଝର ଝର ଜଗ

     ଝକ ଝକ ଝଟପଟ

ଝସ ଛଟପଟ      ଜଳର ସକଟ

     ତବ ଉନ ସମ ଘଟ ।


ନଭଗର ନଟ      ହଟ ନଟଖଟ

      ନରକ ଅକ କଦନ

ନମ ନମ ଘନ     ଚହଟ ଚରଣ

     ଲବନ ଜଗ ନହନ ।


ଟସର ବସନ      ଘଟଣ ଜଘନ

     କନକ ସମ ଝଲକ

ଟଗର ଧବଳ      ମହକ ପତର

     କର କଳନ ଛଟକ ।


ଠଣର ଠମକ      ଜଗତ ଦମକ

      ଝଟକ ଶତ ତପନ

ଠଗ, ଖଗ,ଖଳ   ଜପ ,ଯକ୍ଷ ,ଧଳ

     ଶରଣ ତବ ଚରଣ ।


ଡଜନ ଡଜନ      ନଉକର ଗଣ

      ନତ ଶବର ଅନମ

ଡଉଲ ଡଭର     ଅପଘନ ଅୟ

     ଘଟ ଶତଦଳ ସମ ।


ଢପ ଢଳଢଳ      ଶତଦଳ ଜଳ

      ସମ ଏବ ଟଳମଳ

ଢମ,ତମ, ଦମ   ରମ,ବମ, ଶମ

     ନବଘନ ନଟବର ।


ଅଜର ଅମର     ଅକ୍ଷ ଅକ୍ଷଧର

     ଅକରଣ ଅୟ ଉଜ

ଅପନୟ ଅକ     ଅନୟ ଅଣକ

     ଅକ୍ଷୟ ଅନଘ ଅଜ ।


ତମସ ତରଣ     ତରଛ ଦମନ

     ଅଚଳ ଅପନୟନ

ତପ ତପଧନ     ତପର ତପନ

    ଭକତ ଜନ ରକ୍ଷଣ ।


ଥନ ଥନ ଥପ     ନୟନ ପଲକ

     ଜଳ ସମ ନବଦଳ

ଥଳ ତ ଅଥଳ     ଅକ୍ଷମ ଇତର

    ନ ଲଭଇ ଉଜ ଫଳ ।


ଦଇତ ଦଳନ      ଦଇବ ମନନ

      ଅବତର ଅକରଣ

ଦମନ ଦହନ     ତବ ବଡ ପଣ

     ଜଗତ ରକ୍ଷ ରକ୍ଷଣ ।


ଧନର ଧନଦ      ଜନର ଜନଦ

    ଜପ,ତପ, ମଖ, ଅଖ

ଧବଳ ବରନ      ଝଲକ ଲକ୍ଷଣ

    ସପତ ବରନ ଏକ।


ନଟ ଖଟ ଠଣ     ନଟବର ନମ

      ନବରସ ନଉତନ

ନବଯଉବନ      ଲଭ ଦରଶନ

     ନମସ ନତ ବଦନ ।


ପରମ ପଦକ      ପରଶ ପଲକ

      ପଦର ପଦ ଉଦକ

ପଥର ପଦଗ      ପରତ ପରଖ

     ପର ଅପର ଏକକ ।


ଫର ଫର ତବ     ନବ ବଇରଖ

      ଫରକ ଫର ଅଧମ

ଫଉଜ ଫଳନ     ଖଚର କଳନ

     ଧବଳ କଜଳ ଗମ ।


ବରଦ ବରଣ      ମଗଜ ମନନ

      ବଦନ ବତ ହରଣ

ବଇତମ ଇହ     ବଡପଣ ବହ

     ବଧକ ଦଇତ ଗଣ ।


ଭବନ ଭବନ     ଭଜନ ଯଜନ

      ରମଣ ପରମ ପଥ

ଭକ୍ଷଣ ଭଗତ     ଚରଣ ଉଦକ

     ତରଣ ଜଗତ ରଥ ।


ମଦକଟ ନଟ     ଉଷତ ଉଝଟ

       ଉତପନ ଉଗରଣ

ମହଣ ମହଣ     କନକ କଳନ

      ମଦନ ମଦ ମଗନ ।


ଯକ୍ଷ ଦକ୍ଷ ନର    ପଇଦ ପୟର

      ଯଜନ ଭଜ ଭଜନ

ଯବନ ଶରଣ      ରଥ ଅଚଳନ

     ଯମ ଯମନ ହରଣ ।


ରଟନ ରକ୍ଷଣ     ରଚନ କରଣ

     ରଜତ ରତନ ଭଗ

ରସର ରସନ     ରସ ଉପଗମ

     ରମଣ ଚଉଦ ଜଗ ।


ଲଡହ ଲପନ     ଲହର ଲଳନ

     ଲବଧ ନବ ଲକ୍ଷଣ

ଲୟ ଲକ ଠକ    ଠଉର ଠମକ

    ଲବନ ପରଶ ସମ ।


ବରକତ ବଟ     ନ କର କପଟ

     ଚରଣ ଶରଣ ଜନ

ବକତର ସମ      ତମସ ତରଣ

    ବରଦ ବର ବହନ ।


ଶବର ଶମନ      ଚପଟ ଚରଣ

      ଶର ସଉକ ସଫଳ

ସରଗ ଗମନ      ଉପଗମ ଶମ

     ସମୟ ସତ ସବଳ ।


ଷଡ ଦଇତର      ଅପହତ କର

      ସରଣ ଷଟ କରମ

ସରଦର ସମ      ଅନଘ ଅୟନ

     ଶକ୍ଷ ଶମ ଅପଘନ ।୍୍


ସହ ସହଚର      ସହଜ ସବଳ

      ସତ ଅସତର ପଥ

ସରଳ ସଛଳ      ସପକ୍ଷ ସଫଳ

     ସମଜସ ତବ ରଥ ।


ହସର ଅଧର      ଅଧ ଶଶଧର

      ଝଟକ ଝର ରତନ

ହଟ ହଟପଟ      ହର ହରକତ

      ହଟ ଚମଟ ହରଣ ।


କ୍ଷମ କ୍ଷମମୟ    କ୍ଷଣ କ୍ଷଣ କ୍ଷୟ

     ଅଧମ ଅକ୍ଷମ ଜନ

ଖପର ଧରଣ     କମଳ ନୟନ

     ଅବତର ତ ଦଶମ ।


Rate this content
Log in

Similar oriya story from Inspirational