Kanista Kishore Sahu

Others

2  

Kanista Kishore Sahu

Others

ଅଛି ବୋଲି

ଅଛି ବୋଲି

1 min
1.3K


ଦୁଃଖ ଅଛି ବୋଲି ସୁଖ ଅନୁଭବ

କରିଥାଉ ଏ ଜୀବନେ,

ଅସାବଧାନରେ ବିପଦ ବରି କି

ଚଳିଥାଉ ସାବଧାନେ !

ନର୍କଅଛି ବୋଲି ସ୍ୱର୍ଗର ଭାବନା

ଆସିଥାଏ ସବୁମନେ

ଅଚେତନେ ପାପକର୍ମ ହୋଇଥାଏ

ପୁଣ୍ୟ ହୁଏ ସଚେତନେ ।

ରାତି ଅଛି ବୋଲି ଦିନର ଆଲୁଅ

କରିହୁଏ ଅନୁଭବ,

ମିଥ୍ୟାବାଦୀ କେବେ ଜାଣିପାରେ ନାହିଁ

ସତ୍ୟର କେତେ ପ୍ରଭାବ ।

ପାପ ଅଛି ବୋଲି ପୁଣ୍ୟକୁ ଜାଣିବା

ହୁଏ ନାହିଁ ବେଶି କଷ୍ଟ,

ଅଜ୍ଞ ବିପଦକୁ ଆମନ୍ତ୍ରଣ କରି

ସମ୍ପଦକୁ କରେ ନଷ୍ଟ ।


Rate this content
Log in