Sunanda Mohanty

Abstract

2  

Sunanda Mohanty

Abstract

ଭିର୍ଣ୍ଣ ଏକ ସମ୍ପର୍କ

ଭିର୍ଣ୍ଣ ଏକ ସମ୍ପର୍କ

2 mins
263


ଯିଏ ଯାହା ଘରେ ପରିବାର ସଙ୍ଗେ ଭଲରେ ଅଛନ୍ତି. ଘର ମୁରବୀ ମାନେ ପିଲାଙ୍କ ପାଇଁ ବେସ୍ତ, ପିଲାମାନେ କିନ୍ତୁ ବାହାରକୁ ନଯାଇ ରହି ପାରୁନାହାନ୍ତି, କିଏ ଖେଳିବାକୁ, କିଏ କିଛି ସଉଦା ଆଣିବାକୁ ଆବଶ୍ୟକତା ନଥାଇ ବି, ଆଉ କିଏ ଖଟି କୁ. ଆଉ ଖାଦ୍ୟ ବି ଜମୁଛି, କଳା ର ବି ପୂଜା ବି ଚାଲିଛି ତ କ୍ରିକେଟ ଓ ତାସ ମାଡ ବି ଚାଲିଛି ସମାନ ସ୍ତରରେ. 

       ଦାମ ବାବୁଙ୍କ ପଡୋଶୀ ମିନାବୋଉ ଘରେ କିନ୍ତୁ ଜଳୁନି ଚୁଲି, ସ୍ୱାମୀ ମକରା ସୁଦୂର ସହରରେ କୋଉ କମ୍ପାନୀ ରେ ଥିଲା ଆଉ ମିନାବୋଉ କାମପାଇଟି କରି ଦୁଃଖ ସୁଖ ର ସଂସାର ଚଳାଉଥିଲା, ହେଲେ ଏ ବିଶ୍ୱ ମହାମାରୀ କରୋନା ଯୋଗୁଁ ସ୍ୱାମୀକୁ କମ୍ପାନୀ ରୁ ଛଟେଇ କରିଦିଆଗଲା, ରାସ୍ତା ଘାଟ, ଗାଡି ମଟର ବନ୍ଦ ତ ଚାଲି ଚାଲି ଦଶ ଦିନରେ ଘରକୁ ଫେରି ମକରା କୁ ଜ୍ୱର. 

        ମିନାବୋଉ ବି କାହା ଘରକୁ କାମ କୁ ଯାଉନି, ପିଲା ଦୁଇଟା ସ୍କୁଲ ରେ ମଧ୍ୟାନ ଭୋଜନ ଖାଇ ଆସୁଥିଲେ ଯେ ସେତକ ବନ୍ଦ, ଯାହା ପଇସା ମିଳିଥିଲା ମକରା କୁ ବାଟରେ "ଢୋକେ ପିଇ ଦଣ୍ଡେ ଜି,"ରେ ସରିଛି ସେତକ, ପିଲାଙ୍କୁ ଟୋକେନ ମିଳିଛି ଚାଉଳ ମିଳିବ ହେଲେ ମକରା ର ଯୁ ନାହିଁ ଉଠିବାକୁ, ଦେହ ସହେନି ସୀତା ଦେବୀଙ୍କର, ବଳକା ଖାଦ୍ୟ ସବୁ ଦୁଇ ଓଳି ନେଇ ଦେଇ ଆସନ୍ତି ମିନା ଘରେ, ଦାମବାବୁ ଆଉ ପରିବାର ଲୋକଙ୍କ ବାରଣ ସତ୍ୱେ. 

     ହେଲେ ଆଜି ଖାଦ୍ୟ ନେଇ ଗଲା ବେଳେ ପୋଲିସ ଗାଡି ଥୁଆ, ଆଉ ମକରା ର ଜ୍ୱର କାଶ ଥଣ୍ଡା କମିନଥିବାରୁ ତାକୁ କରୋନା ହେଇଥିବା ଆଶଙ୍କା ରେ ନେଇଗଲା ଗାଡି, ଛୁଆ ଙ୍କୁ ଧରି ମିନାବୋଉ କାନ୍ଦୁଛି, ଖାଦ୍ୟ ଦେଇ ଆସିଲା ବେଳକୁ ଘରେ ସମେସ୍ତେ କ୍ଷୁବ୍ଧ, ତାଙ୍କ ଘରକୁ ଯାଇଥିଲୁ ମାନେ ତୁ ବି ସଂଗରୋଧରେ ରହିବୁ ବୋଲି ସଫା ସଫା ଶୁଣେଇ ଦେଲେ ଘର ଲୋକ ତ, ରାତି ସାରା ଏକୁଟିଆ ଘରେ ରହି ନିଜ ପରିବାରର ତଥା ମକରା ପରିବାର କଥା ଭାବୁଥିଲେ ସୀତା ଦେବୀ 

     ତା ପରଦିନ ଅଲଗା ଥାଳି ରେ ତାଙ୍କୁ ଖାଦ୍ୟ ଦିଆଗଲା, ସେ ରହିଥିବା ଘର ପାଖେ ଝୁଣା ଧୂପ ଲାଗିଥିଲା ଓ ଅନ୍ୟ ଘରଦ୍ୱାର ସବୁ ଫିନାଇଲ ପକେଇ ଧୁଆ ଯାଉଥିଲା, ତାଙ୍କ ରୁମକୁ ବି କେହି ଆସୁନଥିଲେ ଏମିତିକି ସ୍ୱାମୀ ଦାମବାବୁ, ହଠାତ ତିନିଦିନ ପରେ ଦାମବାବୁ ରୁମକୁ ଆସି ବାହାରକୁ ଆସ ଏଥର କହିଥିଲେ ତ, ସୀତା ଦେବୀ ଅଭିମାନ ରେ କାନ୍ଦି କହୁଥିଲେ, ସେ ଏଣିକି ଏମିତି ହିଁ ରହିବେ ହେଲେ ପିଠି ଥାପୁଡ଼େଇ ଦାମ ବାବୁ କହୁଥିଲେ ମକରାରନେଗେଟିଭ


       ଦାମ ବାବୁ କହି ଚାଲିଥିଲେ ତମେ ସବୁ ବୁଝିବା ଶୁଝିବା ଲୋକ ହେଇ ଏମିତି କହିଲେ କେମିତି ହେବ, ତମେ କଣ ମୋ ମୃତ୍ୟୁ ର କାରଣ ହେବାକୁ କେବେ ଚାହିଁବ, ଏଥର ତମେ ମିନା ବୋଉ ଘରକୁ ଯାଇପାର, ହେଲେ ସୀତା ଦେବୀ କହୁଥିଲେ ପରିସ୍ଥିତି ଟାଳିବା ଯାଏଁ ସେମାନେ ଆମରି ଘରେ ହିଁ ରହିବେ, ଯଦି ରାଜି ମୁଁ ବାହାରକୁ ବାହାରିବି, ଦାମବାବୁଙ୍କ ସ୍ୱୀକୃତି ପାଇ ଏକରକମ ମିନାବୋଉ ଘରକୁ ଦୌଡୁ ଥିଲେ ସୀତା, ପଛରୁ ହସୁଥିଲେ ସମେସ୍ତେ.


Rate this content
Log in

Similar oriya story from Abstract