Sarojini Mishra

Children Stories

4  

Sarojini Mishra

Children Stories

ବିଶ୍ୱାସ ଓ ଅନ୍ଧବିଶ୍ୱାସ

ବିଶ୍ୱାସ ଓ ଅନ୍ଧବିଶ୍ୱାସ

2 mins
358


ଶୁଣ ପିଲାଏ, ମୋ ପିଲା ଦିନର ଅନେକ ଘଟଣାରୁ ଗୋଟିଏ ଛୋଟ ଘଟଣା ଟିଏ । 

  ଥରେ କଣ ହୋଇଛି ନା, ଆମ ଘର ପାଖରେ ଥିବା ନେତି ମାଆର ବହୁତ ପେଟ ଖରାପ ହେଲା I ସେ କାନ୍ଦି କାନ୍ଦି ତଳେ ଗଡି ଯାଉ ଥାଏ, ଆଉ କହୁ ଥାଏ , 'କୋଉ ଅଛଦରା ମୋ ପେଟରେ ପଶିଗଲା ଲୋ ମୁଁ ମରି ଗଲିଣି । ହେ ନେତି ଜଲଦି ଯାଆ ଲୋ ମୋ ପାଇଁ ଟିକିଏ ଲୁଣ ମନ୍ତ୍ରୀ ଆଣି ଦବୁ । ନ ହେଲେ ମୁଁ ମରି ଯିବି ।' ନେତି କାଗଜରେ ଲୁଣ ଧରି ଦୌଡି ଗଲା ବେଣୁ ମାଆ ପାଖକୁ ଲୁଣ ମନ୍ତ୍ରୀବାକୁ | ଜାଣିଛ ପିଲେ ସେ ବେଣୁ ମାଆ ତ ଲୁଣକୁ ଧରି ଖାଲି ହାଇ ମାରିଲା ଆଉ କହିଲା ବହୁତ ଦୃଷ୍ଟି ହୋଇ ଯାଇଛି । ମନ୍ତୁରା ଶୁଖିଲା ଲଙ୍କାକୁ ଚୁଲିରେ ପକାଇ ବାକୁ କହିଲା । ସେଇୟା ହିଁ ହେଲା । ମନ୍ତ୍ରରା ଲୁଣ ଖାଇ ନେତି ବୋଉ ଭଲ ହୋଇ ଗଲା । ହେଲେ ଜାଣିଛ ପିଲେ ଏ କଥା ତ ମୋର ଜମା ହଜମ ହେଲାନି । ଏମିତି କେମିତି ହୋଇ ପାରିବ ?

  ଏମିତି ଭାବି ଭାବି ଉତ୍ତର ଖୋଜ ଖୋଜୁ ହଠାତ୍ ଆଉ ଦିନେ ନେତି ବୋଉର ପେଟ ଖରାପ ହେଲା। ସେ କାନ୍ଦି କାନ୍ଦି ଝିଅ ନେତି କୁ ଡାକ ଛାଡୁ ଥାଏ । ମୁଁ କଣ କଲି ନା, ନେତି ମାଆ ପାଖକୁ ଯାଇ ତା ଠାରୁ ଗୋଟିଏ ପତ୍ରରେ ଲୁଣ ଆଣି କହିଲି -'ଦେ ମାଆ ମୁଁ ମନ୍ତୁରେଇ ଆଣିବି ।' ହଲେ ପିଲାଏ ମୁଁ ବେଣୁ ମାଆ ପାଖକୁ ନଯାଇ ତା ଭିତରେ କୁଟା ଖଣ୍ଡି ପକାଇ ଶୁଖିଲା ଲଙ୍କା ଦୁଇଟି ଧରି ନେତି ମାଆକୁ ଦେଲି । ସେ ମୋତେ ବହୁତ ଆଶୀର୍ବାଦ କଲା । ତା ପରଦିନ ଯେତେବେଳେ ପଚାରିଲି ତା ଦେହ ଭଲ ହୋଇ ଯାଇ ଥିଲା ।

  ତେବେ ତୁମେ କୁହ ପିଲେ ଲୁଣ ତ ମନ୍ତୁରା ହୋଇ ନଥିଲା, ହେଲ ନେତି ମାଆ ଭଲ ହେଲା କେମିତି ?

  ହଁ ପିଲାଏ , ବେଳେ ବେଳେ ବିଶ୍ୱାସ ହିିଁ ଆରୋଗ୍ୟ ପ୍ରଦାନ କରିଥାଏ । ଉପଯୁକ୍ତ ଔଷଧ ଖାଇବା ବେଳେ ଆମେ ଯଦି ଔଷଧ ବା ଡାକ୍ତରଙ୍କ ଉପରେ ବିଶ୍ୱାସ ନକରିବା ତେବେ ଆରୋଗ୍ୟ ଲାଭ କରିବା କଷ୍ଟକରି ହୋଇ ପଡିବ । ତେଣୁ ବିଶ୍ୱାସକୁ ଆମର ପୁଞ୍ଜି କରି ରଖିବା ଦରକାର ।



Rate this content
Log in