Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଦେବୀ ଗାୟତ୍ରୀ

ଦେବୀ ଗାୟତ୍ରୀ

4 mins
7



   ଜମିଦାରଙ୍କ ଘରେ ଝିଅ ଗାୟତ୍ରୀ ବଢୁଥିଲା ଚନ୍ଦ୍ରକଳା ପରି. ହରିଆ ଲୁଟିଚାଲିଥିଲା ଜମିଦାରଙ୍କୁ ପୂର୍ବପରି.ଜମିଦାର ମଧ୍ୟ ହରିଆକୁ ଦେଇଚାଲିଥିଲେ ଟଙ୍କା, ସୁନା, ରୁପା, ଧନ ଓ ଦୌଲତ କେବଳ ଝିଅ ଗାୟତ୍ରୀକୁ ପାଇ ହରେଇନଦେବାକୁ. ଦିନେ ହରିଆ ଝିଅ ବୋଲି ଘୃଣା କରି ଜମିରେ ଫିଙ୍ଗି ଦେଇ ଆସିବାକୁ ଯାଇଥିବା କଅଁଳା ଶିଶୁକନ୍ୟା ଝିଅକୁ ଜାଗୁଲୁ ଜାଗୁଲୁ ଅନ୍ଧାରରେ ଜମିଦାର ଉଠାଇ ନେବା ସେ ନିଜ ଆଖିରେ ଦେଖିଥିଲା. ଲୁଟୁ ଥିଲା ଜମିଦାରଙ୍କୁ ଯେତିକି ଝିଅ ଗାୟତ୍ରୀ ଝିଅ ନୁହେଁ ସତେ ଦେବୀ ପରି ବଢୁଥିଲା ସେତିକି. ରୂପ,ଗୁଣ, ପାଠ ବୁଦ୍ଧିରେ କେହି ତା ସମକକ୍ଷ ନଥିଲେ. ପୁଣି ପ୍ରତିଦିନ ସନ୍ଧ୍ୟାରେ ପ୍ରବଚନ ଦିଏ ଝିଅ ହାବେଲିର ସେଇ ବଡ଼ ଘରଟାରେ. କେବେ ଗାୟତ୍ରୀ ମନ୍ତ୍ରର ଉପକାରିତା କଥା କହୁଥାଏ ତ କେବେ ରାମାୟଣ ପଢିବା ପାଇଁ, ପୁଣି କେବେ ମୁନିଋଷି ମାନଙ୍କ ଜୀବନୀ ଉପରେ କେତେ ସୁନ୍ଦର ସୁନ୍ଦର ତଥ୍ୟ ବାଖ୍ୟା କରୁଥାଏ ତ କେବେ ମାଆର ମମତା କଥା କହି କହୁଥାଏ ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ଝିଅର ବାତ୍ସଲ୍ୟ ମମତା କଥା.ରାଣୀ ଭିକ୍ଟୋରିଆ ଇଂଲଣ୍ଡର ରାଣୀ ଥିଲା ବେଳେ ତାଙ୍କ ଝିଅ ଏଲିସଙ୍କ ପୁତ୍ର ଏକ ସଂକ୍ରମକ ଶ୍ଵାସନଳୀ ରୋଗରେ ପୀଡିତ ଥିବାରୁ ତା ପାଖରୁ ସମସ୍ତେ ଦୂରେଇ ଯାଇଥିଲେ ମଧ୍ୟ ଡାକ୍ତରଙ୍କ ବାରଣ ସତ୍ୱେ ମାଆ ଏଲିସ ନିଜ ପୁତ୍ରର ସମସ୍ତ କର୍ତ୍ତବ୍ୟ ଓ କର୍ମ କରୁଥାନ୍ତି. ସେଦିନ ପୁଅ ଅନୁରୋଧ କରିଥିଲା ମତେ ଥରେ କୋଳକୁ ନେଇ ଚୁମ୍ବନ ଦିଅ ମାଆ. ପଡି ପଡି ଜୀବନ ମତେ ବୀତସ୍ପୃହ ଲାଗିଲାଣି ତ ଭୁଲିଗଲେ ମାଆ ତାଙ୍କ ପୁଅର ଦୁରାରୋଗବ୍ୟାଧି କଥା, ସଂକ୍ରମଣର ଭୟ କଥା ବରଂ ପୁଅକୁ କୋଳକୁ ଉଠାଇ ଚୁମ୍ବନ ଦେଇଚାଲିଥିଲେ. ତା ପରେ ପରେ ଏଲିସ ସେହି ଶ୍ୱାସରୋଗରେ ପୀଡିତ ହୋଇ ପୁଅ ପରି ମୃତ୍ୟୁ ବରଣ କଲାବେଳେ ମାଆ ଭିକ୍ଟୋରିଆ ତାଙ୍କ ଝିଅର ମୃତ୍ୟୁଶଯ୍ୟା ପାଖେ ଠିଆ ହୋଇ କହିଥିଲେ ପୁତ୍ରକୁ ଆଲିଙ୍ଗନ କରିବା କଣ ଦରକାର ଥିଲା? ଶେଷ କେଇପଦ ଏଲିସ କହିଥିଲେ ମୁଁ ଯେମିତି ତୁମ ଝିଅ, ସେ ମଧ୍ୟ ମୋ ପୁଅ ମାଆ. ଗାୟତ୍ରୀଙ୍କର ଏହି କଥା ଶୁଣୁ ଶୁଣୁ ସେଦିନ ସମସ୍ତଙ୍କ ଆଖି ମୋହରେ ଛଳ ଛଳ ହୋଇଯିବା ବେଳେ ହରିଆ ଉଠି ଚାଲିଯାଇଥିଲା.

   ତା ପରଦିନ ଗାୟତ୍ରୀ ଆରମ୍ଭ କରିଥିଲେ ହନୁମାନ ଓ ରାମଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ ସହ ଭକ୍ତି ଭାବ କଥାମୃତ . ଜମିଦାର ନିଜେ ସେଦିନ ଝିଅକୁ ପଚାରିଥିଲେ ହନୁମାନ ଚାଳିଶା କିଏ ଲେଖିଥିଲେ ଓ ତାହା ପଢିବା ଦ୍ୱାରା କି ଉପକାର ହୁଏ କହିପାରିବୁ ମାଆ ଗାୟତ୍ରୀ? ଗାୟତ୍ରୀ କହୁଥିଲା ସେହି କାହାଣୀଟି. ତୁଳସୀ ଦାସ ଜଣେ ସନ୍ଥ ଓ ବ୍ରହ୍ମଚାରୀ ଥିଲେ.ଦିନେ ଗୋଟେ ନବବିବାହିତ ଝିଅର ସ୍ୱାମୀ ମରିଯିବା ପରେ, ସେ ଝିଅର ଦୁଃଖରେ ତୁଳସୀ ଦାସ ନିଜେ ଭାଙ୍ଗି ପଡିଲେ ସେହି ଝିଅର ଦୁଃଖ ଦେଖି.ତୁଳସୀ ଦାସ ସହିନପାରି କୋକେଇ ପାଖକୁ ଯାଇ ସେହି ଯୁବକ ଦେହକୁ ଛୁଇଁ ରାମ ରାମ ରାମ ବୋଲି ତିନିଥର ଉଚ୍ଚାରଣ କରିବା ପରେ ଦେଖାଗଲା ଯୁବକଟି ଉଠିବସିଲା. ସେ ଭାବିଲେ କି ଯୁବକ ମରି ନଥିଲେ କେବଳ ମାତ୍ର ବେହୋସ ହୋଇଯାଇଥିଲେ.ନିଜର ଉଦାର ଓ ବଡ଼ପଣ ଯୋଗୁଁ ତୁଳସୀ ଦାସ ସିନା ଏପରି କହିଲେ କିନ୍ତୁ ସେ ସ୍ୱୟଂ ଭଗବାନଙ୍କ ଅବତାର ବୋଲି ସମସ୍ତେ କହୁ କହୁ ରାଜା ଆକବରଙ୍କ ପାଖେ ଏ ଖବର ପହଞ୍ଚିବାରୁ ସେ ତୁଳସୀ ଦାସଙ୍କୁ ଡକାଇ ପଠାଇଲେ ମାତ୍ର ରାଜାଙ୍କ ପାଖରେ ମୋର କି କାମ କହି ତୁଳସୀ ଦାସ ନଯିବାରୁ ରାଜାଙ୍କ ସୈନିକ ଆସି ବାନ୍ଧିନେଲେ ତୁଳସୀ ଦାସଙ୍କୁ.ଜାହାଁପନା ଆକବରଙ୍କ ପାଖେ ହାଜର କରେଇଲେ. ରାଜା ତ ଗୋଜା. ସେ ତୁଳସୀ ଦାସଙ୍କୁ ତାଙ୍କ ଡାକରା ପାଇ ଆସିନଥିବାରୁ ବନ୍ଦୀ କରିଦେଲେ. ସେହି ବନ୍ଦୀ ଥିବା ଅବସ୍ଥାରେ ଦିନକୁ ଦୁଇପଦ ହନୁମାନ ଚାଳିଶା ଲେଖିଚାଲିଲେ ସନ୍ଥ ତୁଳସୀ ଦାସ. ଯାହାର ପ୍ରଥମ ପଦ ଥିଲା, ଶ୍ରୀଗୁରୁ ଚରଣ ସରୋଜ ରଜ ନିଜ ମନ ମୁକୁର ସୁଧାରି... ବରନୌ ରଘୁବର ବିମଲ ଜଶୁ ଦୋ ଦାୟକୁ ଫଲ ଚାରି.।

 ଏମିତି ଲେଖୁ ଲେଖୁ ଚାଳିଶ ଦିନ ସମ୍ପୂର୍ଣ୍ଣ ହେବା ଦିନ ରାଜ୍ୟ ଓ ରାଜ ପରିବାରରେ ଗୋଟେ ଅଘଟଣ ଘଟିଲା. ସହ ସହ ବାନର ସେନା ଘେରିଗଲେ ଦିଲ୍ଲୀ ଓ ଦିଲ୍ଲୀର ଆକବରଙ୍କ ଦରବାର ତଥା ରାଜଉଆସ. ରାଣୀ, ପରିଚାରିକା, ସୈନ୍ୟ, ସାମନ୍ତ, ପାତ୍ର, ମନ୍ତ୍ରୀ କେହି ତାଙ୍କର କିଛି କରିପାରିଲେ ନାହିଁ. ବରଂ ମାଙ୍କଡ଼ ଆକ୍ରମଣର ଶୀକାର ହେଲେ ତ ମୌଲାନା ମୌଲବୀ ହାଫିସଙ୍କୁ ଡାକରା ଗଲା. ସେତେବେଳକୁ ସମ୍ରାଟ ଆକବର ଦୁଆର ଘର ଦେଇ ନିଜକୁ ଓ ନିଜ ରାଜ ପରିବାରକୁ ତଥା ରାଜ୍ୟବାସୀମାନଙ୍କୁ କିପରି ଏହି କ୍ରୋଧାନ୍ବିତ ଓ ଆକ୍ରମଣାତ୍ମକ ବାନର ସେନାଙ୍କ କବଳରୁ ମୁକ୍ତ କରିବେ ଚିନ୍ତା କରୁଥାନ୍ତି ତ କୋରାନ ପାଠ କରୁଥିବା ହାଫିସ କହିଥିଲେ ସମ୍ରାଟ ଆକବର ରାମଭକ୍ତଙ୍କ ପ୍ରତି କିଛି ଅନ୍ୟାୟ କରିଛନ୍ତି ଯାହାର ଫଳ ସ୍ୱରୂପ ଏ ଆକ୍ରମଣାତ୍ମକ ବାନରଙ୍କ ଦ୍ୱାରା ରାଜ୍ୟ ଘେରାଉ ହୋଇଛି. ଏତେବେଳକୁ ସମ୍ରାଟ ଆକବର ଚାଳିଶ ଦିନ ତଳେ ସନ୍ଥ ତୁଳସୀ ଦାସଙ୍କୁ ବିନା କାରଣରେ ବନ୍ଦୀ କରିଛନ୍ତି ଜାଣି ତାଙ୍କୁ ଉଦ୍ଧାର କରିବା ପରେ ବାନର ସେନା କୁଆଡେ ଉଭାନ ହୋଇଯାଇଥିଲେ . ଗାୟତ୍ରୀର ଏସବୁ କଥା ଶୁଣି ସମସ୍ତେ ଜୟ ରାମ କି ଜୟ କହୁଥିବା ବେଳେ ହରିଆ ପାଇଁ ଦୁଇଦିନର ଟଙ୍କା ଯୋଗାଡ଼ କରି ଜମିଦାର ବସିଥାଆନ୍ତି. ଝିଅ ଗାୟତ୍ରୀ କହିଚାଲିଥାଏ ତା ପରଠୁ ଆକବର ନିଜ ଦରବାର ଦିଲ୍ଲୀରୁ ଆଗ୍ରାର ଫାତେପୁର ସିକ୍ରି ଓ ପୁଣି ଦିଲ୍ଲୀ ହେବା ଭିତରେ ସମସ୍ତଙ୍କୁ ରାମ ଭକ୍ତ ଓ ହନୁମାନ ଭକ୍ତଙ୍କୁ କେବେ କିଛି କ୍ଷତି ନପହଞ୍ଚାଇବାକୁ ଚେତାବନୀ ଦେବା ସହ ଅକ୍ସସ୍ଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ହନୁମାନ ଚାଳିଶା ଗ୍ରନ୍ଥ ମୁଦ୍ରିତ ତଥା ସ୍ଥାପିତ ହେବା ସହ ତୁଳସୀ ଦାସ ସମଗ୍ର ଉତ୍ତର ଭାରତରେ ରାମ ଭକ୍ତ ତଥା ହନୁମାନଙ୍କ ଭକ୍ତ ହିସାବରେ ଆଜୀବନ ପ୍ରସିଦ୍ଧି ଲାଭ କରିଥିଲେ.ଗାୟତ୍ରୀ କଥା ଶୁଣୁଥିବା ହରିଆକୁ ଜମିଦାର ଅପେକ୍ଷା କରିଥିବା ବେଳେ ସେ କୁଆଡେ ଯେ ଗଲା ଆଉ ଦେଖା ନଥିଲା. ବୋଧହୁଏ ଉତ୍ତର ଭାରତରେ ସାଧୁ ସନ୍ଥ ରୂପେ ବାକି ଜୀବନ ବିତାଇବାକୁ ଚାଲିଗଲା. ତଥାପି ଜମିଦାର ତାଙ୍କ ବଡ଼ପଣରେ ହରିଆର ଫେରିବାକୁ ଅପେକ୍ଷା କରିଥିଲେ ଯେହେତୁ ଗାୟତ୍ରୀର ବିଭାଘର ନିକଟ ହେଇଯାଇଥିଲା.।


Rate this content
Log in

Similar oriya story from Abstract