Henarani Senapati

Drama Classics Inspirational

4.7  

Henarani Senapati

Drama Classics Inspirational

ଦୋଛକି

ଦୋଛକି

15 mins
310


ଦୋ , ଛକି ।


ତର୍କ ବିତର୍କ ର ସମାଲୋଚନା ଚାଲିଛି ଆଜି ରାହୁଲ ଆଉ ରିୟା ଭିତରେ ।ଭରସା ଆଉ ବିଶ୍ୱାସ ହେଇ ପାରୁନି ହୃଦୟ ସ୍ପର୍ଶୀ । ଦୁଇ ଜଣ ଦୁଇ ଜଣଙ୍କୁଠୁ ଆଜି ବିଶ୍ବାସ ଟିକକ ହରାଇ ଛନ୍ତି । ଲାଗୁଛି ଯେମିତି ତାଙ୍କର ସୁସମ୍ପର୍କ ଭିତରେ ଦୁର୍ଭାଗ୍ୟ ଆସି କବାଟ ବାଡଉଛି । ଶେଷ ନିଷ୍ପତ୍ତି !! ଅଲଗା ହେଇଯିବା । ତୁମେ ତୁମ ବାଟରେ , ଆଉ ମୁଁ ମୋ ବାଟରେ । ରାହୁଲ ବିରକ୍ତିକର ଶବ୍ଦ ପ୍ରୟୋଗ କଲେ ।


ଜୀବନ ର "ଦୋ ଛକି " ରେ ରିୟା ଚାହିଁଥିଲା ଅଶ୍ରୁ ପୂର୍ଣ୍ଣ ନୟନ ରେ ରାହୁଲ ର ସେଇ ବିରକ୍ତିକର ମୁହଁକୁ । ସତେ କି ହୃଦୟ ର ନିଶ୍ୱାସ ଟା ବନ୍ଦ ହେଇଯିବ କେଉଁଠି କେତେ ବେଳେ ରିୟା ର !! କିଏ ବା ଜାଣିଥିଲା ଯେଉଁ ରାହୁଲ ଏତେ ସୁନ୍ଦର ହୃଦୟ କିଣା କଥା କହୁଥିଲେ , ସବୁ ସମୟରେ ହସି ହସି କଥା ପରଶୁଥିଲେ ସେ ଆଜି ଏମିତି ନିଷ୍ଠୁର ବାକ୍ୟ ପ୍ରୟୋଗ କରିବେ ।ତଥାପି ମନେ ମନେ ରିୟା ବିନା ଦୋଷ ରେ ବି ନିଜକୁ ଦୋଷୀ ମାନି ରାହୁଲ ର ହାତ ଧରି କହିଲା "--


--" ମୋ ସମୟ ପାଇଁ ଆଜି ମୋ ଭାଗ୍ୟରେ ଦୁର୍ଭାଗ୍ୟ ଆଣିଛି !! ସୀମା ନିର୍ଦ୍ଧାରଣ ବିବେକର ଆତ୍ମସମ୍ମାନ ଆଜି ବଳି ପଡିଛି !! ଆମ ସମ୍ପର୍କରେ ଆଜି ଫାଟ ସୃଷ୍ଟି ହେଉଛି !! ଯାଣିଛ କାହିଁକି ??


--" ନା , ମୁଁ ତୁମର ଏ ସବୁ ସାହିତ୍ୟିକ ଭାଷା ବୁଝି ପାରୁ ନାହିଁ । ମତେ ସରଳ ଭାଷାରେ ବୁଝାଇ ଦିଅ , ତୁମେ କଣ ଚାହଁ ?? ସେ ଆଖିରୁ ଲୁହ ଗଡାଇ ମତେ ଅଭିସପ୍ତ କରାଅନି ।


--" ଠିକ୍ ଅଛି । ତେବେ ଶୁଣ " ମୁଁ ଏ ସମ୍ପର୍କ ସଦାସର୍ବଦା ଚାହେଁ !! ମୁଁ ତୁମଙ୍କୁ ଛାଡି କି ରହିବା ଅସମ୍ଭବ । କିନ୍ତୁ ସତ୍ୟ ର ଅବରୋଧ ମିଥ୍ୟା କାହିଁକି କରୁଛି ?? ତୁମେ କଣ କହୁଛ କେତବଳେ ନିଜେ ଯାଣୁଛ ତ ?? ମତେ ଲାଗୁଛି ତୁମେ ପଦେ ପଦେ କେ କଥା ର ମୋଡ ବଦଳଉଚ ।


--" ତୁମେ ଜଦି ରହିବ ମୋର ମନାନାହିଁ । ମୁଁ ତୁମକୁ ବହୁତ ଭଲ ପାଏ । ସେଥିପାଇଁ ବହୁତ ରାଗେ । ମୁଁ କଥା ବଦଳାଉନି । ତୁମେ ଭୂଲିଯାଉଛ ମୋ ସର୍ତ୍ତ ।


--" ମୁଁ ତୁମର ସମସ୍ତ ସର୍ତ୍ତ ମାନିକି ଚଳି ପାରିବି ନାହିଁ ।

ମୁଁ ତୁମର ସ୍ତ୍ରୀ । ସ୍ତ୍ରୀ ପାଖରେ ସ୍ବାମୀ ର ସର୍ତ୍ତ କଣ ??

ତା ପରେ ତୁମର ଯେଉଁ ସର୍ତ୍ତ ମୁଁ ଅକ୍ଷମ ମାନିବାକୁ ।


--" କଣ ମୁଁ ଏମିତି ବଡ ସର୍ତ୍ତ କରି ତୁମର ଖୁସି ଛଡାଇ ନେଇଛି କୁହତ ??

ରଖିପାରିବ ନାହିଁ ବୋଲି ମୋ ମୁହଁ ରେ ଜବାବ ରଖୁଛ । କଣ ଏମିତି ତୁମକୁ ସର୍ତ୍ତ କରାଇଛି ଯେ ତୁମେ ରଖି ପାରିବନି ??


--" ନ କହିଲେ ଭଲ !!


--" ନା ତୁମେ ମୋ ଇଜ୍ଜତ ତଳେ ପକାଇ ବାକୁ ପଣ କରିଛ ।


--" ତୁମେ ମତେ ବିଭା ଘର ପୂର୍ବରୁ ସର୍ତ୍ତ କହିଲନି ?


--" କାରଣ ମୁଁ ତୁମକୁ ହରାଇ ବାକୁ ଚାହୁଁ ନଥିଲି ।


--"ତେବେ ତୁମେ ଜାଣି ଥିଲ ମୁଁ ଏ ତୁମର ସର୍ତ୍ତ ଜାଣି ଥିଲେ ବିଭା ହେଇ ନଥାନ୍ତି ??


--" ହେ ରିୟା ଶୁଣ । ତୁମେ ଜମା ବେକାର କଥା କୁହନି । ତୁମ ଫାଲତୁ କଥା ଶୁଣି ବାକୁ ମୋ ପାଖରେ ସମୟ ନାହିଁ ।ଗୋଟିଏ କଥା !! ମୋ ସାଙ୍ଗରେ ରହିବାକୁ ହେଲେ ମୋ କଥା ମାନି ଚଳିବାକୁ ପଡିବ ।


--" ପରକୁ ନିଜର ହୃଦୟ ବିକ୍ରି କରିବା ପରେ ମୁଁ କିପରି ଭାବିବି ଯେ ମୁଁ ସ୍ବାଧୀନ ବୋଲି । ଦୁଃଖରେ ସହଯୋଗର ସୁ ଆଳାପ ନାହିଁ ତୁମ ପାଖରେ । ବାସ୍ତବ କ୍ଷେତ୍ରରେ ତୁମେ ଅଯୋଗ୍ୟ ବିବେଚିତ ମୋ ସ୍ବାମୀ ହେବା ପାଇଁ !


--" ତେବେ ଚାଲି ଯାଅ ! ଯୋଉଠି ତୁମ ଇଛା ।ମୁଁ ଆଦୌ ରୋକିବା ସପକ୍ଷରେ ନୁହେଁ ।


--" ହଁ ମୁଁ ଯାଣିଥିଲି । ତୁମର ମୋ ଠାରୁ ମନ ଛାଡି ଗଲାଣି । ଆଉ କୋଉଠି ଖୋଲାକେଶବାଲି ତୁମ ମନକୁ କିଣି ନେଲାଣି । ବର୍ଷେ ନପୁରୁଣୁ ମୋ ସୌନ୍ଦର୍ଯ୍ୟ ତୁମ ପାଖରେ ଫିକା ପଡିଗଲା । କାଲି କହୁଥିଲ " ରିୟା , ସତରେ ତୁମେ ଅନିତ୍ୟ ସୁନ୍ଦରୀ " ଆଜି କହୁଛ ତୁମ ଠି ମୋର ମନ ଛାଡି ଗଲାଣି । ତୁମ ପୁରୁଷ ପଣିଆ ଧିକାର ।


-- " ବାଜ୍ୟ କଥା ବନ୍ଦ କର । ତୁମକୁ କହିଥିଲି ତୁମେ ତୁମର ଫଟୋ ଫେସ୍ ବୁକ୍ ରେ ଦିଅ ନାହିଁ । ତୁମେ ଶୁଣିଲ ମୋ କଥା ? ଆରେ ମୁଁ ତ ତୁମଙ୍କୁ ବିଭା ହେଲି । ମୋ ପରି ପୁରୁଷ କୁ ବିବାହ କରିବା ପରେ ତୁମେ କାହିଁକି ଫଟୋ ଫେସ୍ ବୁକ୍ ରେ ଦଉଚ । ଆଉ କାହାକୁ ଇମ୍ପ୍ରେସ କରାଉଛ ?

ମୁଁ କଣ ତୁମକୁ ସ୍ତ୍ରୀ ର ଅଧିକାର ଦେଇନାହିଁ ?


--" ଓଃ କଥା ଆସି ଏଠି !! ମୁଁ ଯାଣିଥିଲି ତୁମେ ମୋ ସୁନ୍ଦରତା ସହି ପାରୁନ । ତୁମ ଆଗରେ ଜଦି କିଏ ମତେ ସୁନ୍ଦର କହିଦେଲା ତେବେ ମୁଁ ଯେମିତି ତାର ହେଇଗଲି । ତୁମେ ସେଇ ଭାବନାରେ ରହୁଛ । ଆରେ ଥରେ ତ ଭାବ, ତୁମ ପୂର୍ବରୁ ବି ମୁଁ ବହୁତ ପୁରୁଷ ବଂଧୁ ଦେଖିଥିଲି ।ମତେ ହଜାରେ ପୁରୁଷ ସାଙ୍ଗ ମନେ ମନେ ଭଲ ପାଉଥିଲେ ।କିନ୍ତୁ ମୁଁ ଯେ ତୁମକୁ ଭଲ ପାଇ ବିଭା ହେଲି । ସେତିକି ତ ବୁଝ ! ମୁଁ କେତେ ଭଲପାଏ ତୁମଙ୍କୁ ?


--" ତୁମ ପରି ଆତ୍ମ ଗର୍ବି ନାରୀ ମାନଙ୍କ ପାଇଁ ମାନବ ସମାଜ ଆଜି ନିଜ ଗୋଡ଼ରେ କୁରାଢ଼ୀ ମାରୁଛି ।ଆରେ ତୁମେ ତୁମ ଋପ ଶୁଭାଙ୍କ୍ୟାକ୍ଷୀ ଙ୍କୁ ଆପଣାର କରି ଦେଖିବ ଦିନେ ସ୍ମଶାନ ଘାଟର କବାଟ ବାଡେଇବ !! ତୁମ ଋପ ଅହଂକାର ଦିନେ ଜାଳି ଦବ ତୁମର ମାନସିକତା ।


--"କଣ ଅଭିଶାପ ଦଉଚ ? ?


-- " ନା ଏମିତି କହିଦେଲି ରାଗିକି ।


--" କଣ ପାଇଁ ତୁମର ଏତେ ଅହଂକାର କଥା । କଣ ଭାବୁଛ ତୁମେ ? ମୁଁ ତୁମର ସମସ୍ତ ସର୍ତ୍ତ ମାନିଜିବି ?

ଆରେ ଏ କି ବିପରୀତ କଥା ତୁମେ କୁହ ? ମୁଁ ତୁମକୁ ମୋର ସ୍ବାମୀ ବୋଲି ଜନ ଗହଳିରେ କହିବି ନାହିଁ ।ଏହା ତୁମର ପ୍ରଥମ ସର୍ତ୍ତ । ଦ୍ବିତୀୟ ହେଲା ତୁମ ଛଡା ମୁଁ ଅନ୍ୟ କାହା ସହିତ ହସି ହସି କଥା ହେବିନି ।ତୃତୀୟ ହେଲା ଫେସ୍ ବୁକ୍ ରେ ଫଟୋ ଛାଡି ବିନି ।

ଆଉ ଚତୁର୍ଥ ହେଲା କାହାକୁ ମେସେଜ କରିବିନି କି ଫୋନ୍ ରେ କଥା ହେବି ନାହିଁ ସେ ପୁରୁଷ ସାଙ୍ଗ ହୁଅନ୍ତୁ କି ନାରୀ । ତୁମେ ଆଗେ ତୁମର ପ୍ରଥମ ସର୍ତ୍ତ କଥା ଭାବତ ?

କିପରି ଲାଗୁଛି ?? ମୁଁ ଜନ ଗହଳିରେ ତୁମଙ୍କୁ ମୋ ସ୍ବାମୀ ବୋଲି କହିବି ନାହିଁ !! ଆର ମାନେ କଣ ?

ତା ମାନେ ତୁମେ ମତେ ତୁମ ସ୍ତ୍ରୀ କହିବାକୁ ଲୋକଙ୍କ ଆଗରେ ଡରୁଛ ?


--" ମୁଁ କହି ନାହିଁ ଏମିତି ତୁମଙ୍କୁ । ମୁଁ ଖାଲି କହିଲି ଯେ ତୁମେ ମୋ ସ୍ତ୍ରୀ ବୋଲି କଣ ଲୋକଙ୍କୁ ଜଣାଇବା ନିହାତି ଜରୁରୀ ?


--"କଥାଟା ଠିକ୍ ସେଇଆ ନୁହେଁ । ତୁମେ ଆଉ କାହାକୁ ଭଲ ପାଉଛ ?

ସତ କଥା ମାନିଯାଅ । କାଳେ ସେ ଯାଣି ଲେ ତୁମ ଠାରୁ ଦୂରେଇ ଯିବ ସେଥିପାଇଁ ତୁମେ ମତେ ଏମିତି ସର୍ତ୍ତ ମାନିବାକୁ କହୁଛ । ତୁମ ସମୀକ୍ଷା ର ମୁଁ ଏଇଆ ବୁଝିଛି । ସେଦିନ ମହାପାତ୍ର ବାବୁ ଙ୍କ ବିଭାଘର ରେ ମୁଁ ତୁମଙ୍କୁ କଣ ଗୋଟିଏ ଦେଖାଇ ବାକୁ ତୁମ ହାତ ଟା ଧରି ପକେଇଲି ! ହେ ଭଗବାନ ! ମୋ ହାତ ଟା ଏତେ ଲୋକଙ୍କ ଆଗରେ ଛାଟିଦେଇ ମୁହଁ ବୁଲେଇ ଦେଲ । ତୁମେ ମତେ ସେଠି ନ ଚିହ୍ନି ବାର ଅଭିନୟ କଲ ? କଣ ପାଇଁ କୁହତ ?


--" ତେବେ ତୁମେ କଣ ଭାବୁଛ ? ମୁଁ ଆଉ କାହାକୁ ଭଲ ପାଉଛି ? ଠିକ୍ ଅଛି । ତାହା ସତ୍ୟ । ତୁମେ ଏବେ ତୁମ ବାଟରେ ଚାଲି ଯାଇପାରିବ । କାରଣ ମୁଁ ଅନ୍ୟ କାହାର । ମୁଁ ତୁମକୁ ଆଦୌ ରୋକିବା ପାଇଁ ଚାହୁଁ ନାହିଁ । ଯାଇପାର ଏବେ ତୁମେ । ମୁଁ ତୁମକୁ ମୁକ୍ତ କରିଦେଲି ମୋ କବଳରୁ । ଏବେ ମୁକ୍ତ ଆକାଶର ବିହଙ୍ଗ ତୁମେ ।


--" ଏତେ ଘୃଣା ଭିତରେ ତୁମେ କିପରି ଏତେ ମିଠା ମିଠା କଥା ବାଢୁଥିଲ ?? ମୋ ସହ କିଛି ତ ଶତ୍ରୁତା ନଥିଲା ତୁମର ? ତେବେ ମୋ ଜୀବନ ସହ ଏମିତି କାହିଁକି ଖେଳିଲ ?


--" ତୁମେ ମତେ ସ୍ବାମୀ ବୋଲି ମାନୁନାହିଁ । ଆଉ ଅଧିକ ତୁମ ସାଙ୍ଗରେ ଯୁକ୍ତି କରିବାକୁ ମୁଁ ଚାହୁଁ ନାହିଁ ।ଯାଅ ପଳାଇ ଯାଅ ମୋ ଆଖି ସାମ୍ନାରୁ ।


ରିୟା ଆଖିରୁ ଅସରା ଅସରା ଅଶ୍ରୁର ଧାର ବୋହି ଚାଲିଲା ।ପାଟି ବନ୍ଦ । କଥା ବନ୍ଦ । ସୁନ୍ଦର ମୁହଁଟା ଲୁହର ବନ୍ୟା ରେ ଭାସି ଯାଉଛି । ହୃଦୟ ଫାଟି ଯିବାର ଦୁଃଖ । ଗୋଡ ତଳୁ ମାଟି ଧର୍ଷି ଯାଉଛି । କଣ କରିବି ? କୁଆଡେ ଯିବି ? କାଲି ପରି ଲାଗୁଛି, ବୋଉକୁ ରାହୁଲ ବିଷୟରେ ସବୁ କହିଥିଲି ।ଆଉ ବାପା ଙ୍କୁ କିପରି ମନାଇବ ସେ କଥା ତୁମ ଉପରେ ଛାଡି ଦେଲି । ମୁଁ ଜଦି ରାହୁଲ କୁ ବିବାହ ନ କରେ ତେବେ ଆଉ କାହାରିକୁ ବିବାହ କରିବି ନାହିଁ ।ତା ପରେ ବୋଉ ମତେ ବହୁତ ବୁଝାଇ ଥିଲେ । ରାହୁଲ ପରି ବହୁତ ମିଳିବେ କହିଥିଲେ । ବାପା ଙ୍କ ମତନେଇ ବିବାହ କରିବାକୁ କହିଥିଲେ ।ମୁଁ କିନ୍ତୁ କିଛି ଶୁଣି ନଥିଲି । ଜିଦ୍ ଧରି ଥିଲି । ରାହୁଲ ଙ୍କୁ ଛାଡି ବଞ୍ଚି ପାରିବି ନାହିଁ କହିଥିଲି । ବାପା ଟୋଟାଲ ମନା କରି ଦେଲେ । "ଚାକିରି ଏବେ ଏବେ ପାଇଛୁ । କିଛି ଦିନ ଏକୁଟିଆ ରହ ।କି ବା ବୟସ ଏବେ ହେଇଛି ।ସଂସାର ସମ୍ଭାଳିବା ବହୁତ କଷ୍ଟ । ତୋର ପିଲାଳିଆମି ଯାଇନାହିଁ । ମୁଁ ମନା କରୁ ନାହିଁ । ରାହୁଲ କୁ ବିଭା ଦେବିନି ତୋ ସାଙ୍ଗ ରେ । କିନ୍ତୁ ତୁମେ ଦୁହେଁ ଦୁହିଁଙ୍କୁ ଆଉ କିଛି ଦିନ ସମୟ ଦିଅ । ଦୁଇ ଜଣଙ୍କୁ ଦୁଇଜଣ ବୁଝ !!


ମୁଁ ସଙ୍ଗେସଙ୍ଗେ ବୋଉକୁ କହିଥିଲି " ବୋଉ ରାହୁଲ ଭଲ ପିଲା । ମୁଁ କିଛି ଦିନ ହେବ ତା ବିଷୟରେ ତା ସାଙ୍ଗରେ କଥା ହେଇ ଯାଣିଛି ତାକୁ । ମୁଁ ଜଦି ଏବେ ତାକୁ ବିବାହ ନ କରେ ତେବେ ସେ ଅନ୍ୟ କାହାକୁ ବିବାହ କରିନେବ ।" ବୋଉ ଯାଇ ବାପାଙ୍କୁ କହିଥିଲା ।

ବାପା ବୋଉ ଉପରେ ରାଗିଲେ ଆଉ କହିଲେ " କିପରି ମା ତୁମେ ? ଅବୁଝା ଝିଅକୁ ବୁଝାଇ ପାରୁନ !

ଆରେ ତା ପିଲାଳିଆମି ଯାଇନାହିଁ ! ସେ କିପରି ସଂସାର ସମ୍ଭାଳିବ ?


କାଲି ପରି ଲାଗୁଛି । ବୋଉ ଆସି ମତେ ବୁଝାଇ ଥିଲେ ।ମୁଁ ଏଇ ରାହୁଲ ପାଇଁ ସେଦିନ ବୋଉ ମୁହଁ ରେ କଡା କଥା କହି ପଳାଇ ଆସିଥିଲି । ମିଛ କହି । ମୁଁ ଅଫିସ୍ ଯାଉଛି । ଆଗରୁ କଥା ହେଇ ଥିଲୁ । ଦୁହେଁ । କୋଟ ମ୍ୟାରେଜ୍ କରିବୁ ବୋଲି । ସେଦିନ ରାହୁଲ ର ଚାରିଜଣ ସାଙ୍ଗ ଆମ ସାଙ୍ଗରେ ଆମ ମିଛ ବାପା ମା ଆଉ ସାକ୍ଷୀ ହେଇଥିଲେ। ମୁଁ ବହୁତ କାନ୍ଦି ଥିଲି ଏମିତି ମିଛ କହି ବିଭା ହେଲି ବୋଲି । ଏଇ ରାହୁଲ ସେଠାରେ ସେଦିନ କେତେ ବୁଝାଇ ଥିଲେ ।ମୋ ଆଖିରୁ ଲୁହ ପୋଛିଥିଲେ । ତାଙ୍କ ଭଲ ପାଇବା ମୋ ବାପା ମା ଙ୍କୁ ଭୁଲି ବାକୁ ବାଧ୍ୟ କରିଥିଲା । ଘର ଭଡା ନେଇ ରହିଲୁ । ଅଫିସ୍ କାମରେ ଦିନ ଯାକ ବ୍ୟସ୍ତ ରୁହେ । ସଂଧ୍ୟା ରୁ ସକାଳ ଖାଲି ଘର କଥା ମନେ ପଡିଲା । ପ୍ରଥମେ ବୋଉ ସାଙ୍ଗ ରେ କଥା ହେଲି ।ବୋଉ ନିଜର କୋହ ଲୁଚାଇ ମତେ ବୁଝାଇ ଥିଲା " ଏବେ ରାହୁଲ ତୋର ସବୁ କିଛି । ତୁ ତାଙ୍କ ମନ ନେଇ ଚଳିବୁ । ମୁଁ ଚେଷ୍ଟା କରୁଛି ବାପା ଙ୍କୁ ବୁଝାଇ ତୋ ପାଖକୁ ଯିବାପାଇଁ । ତୁ ତ ଆମର ଗୋଟିଏ ଝିଅ । ତତେ କଣ ଆମେ ଭୁଲି ଯିବୁକିରେ ମା ! ବାପା ଙ୍କୁ ବୁଝାଇ ତୋ ପାଖକୁ ଆମେ ଆସନ୍ତା ମାସକୁ ନିଶ୍ଚୟ ଯିବୁ । ଆମ ଆଶୀର୍ବାଦ ରୁ ତୁମେ ଦୁହେଁ ଭଲରେ ରୁହ ।


ଏବେ କଣ କରିବି ! କୁଆଡେ ଯିବି । ଭାବି ଭାବି ରିୟା ଆଖିରୁ ଲୁହ ପୋଛି ପୋଛି ଆଗକୁ ପାଦ ବଢାଇଲା ।ରାହୁଲ ପଛରୁ ଡାକିବାର ଶବ୍ଦ କାନରେ ବାଜୁଛି କିନ୍ତୁ ଫେରି ଚାହିଁ ବାକୁ ଧର୍ଯ୍ୟ ନାହିଁ । ପୁଣି ରାହୁଲ ପାଟିକରି ଡାକୁଛନ୍ତି । ରିୟା ଶୁଣ ଏ ସଂଧ୍ୟା ସମୟରେ ଏକା କୁଆଡେ ଯାଉଛ ।ଆସ ଆଜିକ ରହିଯାଅ । କାଲି ସକାଳେ ମୁଁ ନିଜେ ନେଇ ତୁମ ଘରେ ଛାଡି ଦେଇ ଆସିବି ।ପ୍ଲୀଜ ରିୟା ।କଥା ମାନି ରହିଯାଅ !


କିଛି କଥା ଭଲ ଲାଗୁ ନଥିଲା ରାହୁଲଙ୍କର ।ଏକ ମୁହାଁ ହେଇ କିଛି ବାଟ ଆସିବା ପରେ ପଛରେ ଛାଡି ଆସୁଥିବା ମୋ ହୃଦୟର ଲୋକଟିକୁ ଶେଷ ଥର ପାଇଁ ଦେଖିବାକୁ ଇଛା ହେଲା ! ସେ ଯେମିତି ମତେ ନ ଦେଖି ପାରିବେ ସେଇ ଆଢୁଆଳକୁ ଯାଇ ପଛକୁ ଚାହିଁ ଲି । ଦେଖିଲି ସେ ତରତରରେ ଗାଡି ଷ୍ଟାଟ୍ କରୁଛନ୍ତି ମୋ ଯିବା ରାସ୍ତାର ପଛକୁ ଚାହିଁ ଚାହିଁ ସେମିତି କଣ ଏକା ଏକା ଗପୁଛନ୍ତି । କାଳେ ମୋ ପାଖରେ ପହଞ୍ଚି ଯିବେ ଏହା ଭାବି ଏପଟ ସେପଟ ଚାହିଁବା ଭିତରେ ସେଠି ଜଣେ ମାଉସୀ ହଟାତ୍ ମତେ ତାଙ୍କ ଘରକୁ ଟାଣି ନେଲେ । ତା ପରେ ରାହୁଲ ସେଇ ଯାଗାରେ ତିନି ଚାରି ରାଉଣ୍ଡ ମାରି ମତେ ଖୋଜୁଥିବାର ମୁଁ ଅନୁଭବ କଲି । ପାଗଳଙ୍କ ପରି ଘୁରି ଖୋଜୁଥାନ୍ତି ।ଇଛା ହେଉଥିଲା ତାଙ୍କ ଦୁଃଖ ର କାରଣ ନ ବନି ତାଙ୍କୁ ଦେଖା ଦେଇ ଦବାକୁ ।କିନ୍ତୁ ମୋ ବିବେକ

ମତେ ରୋକିଲା ।


ସେଦିନ ସେଠି ସେ ଅଜଣା ମାଉସୀଙ୍କୁ ମୁଁ " ମା " କହି ପ୍ରଣାମ କରିଥିଲି । କାନ୍ଦି ପକାଇ ଥିଲି ମାଡିବସି ।ସେ ଠିକ୍ ମୋ ବୋଉର ଡୁପ୍ଲିକେଟ୍ ଥିଲେ ।ସବୁ କଥା ତାଙ୍କୁ ଗୋଟି ଗୋଟି କରି କହିଲି । ସେ ମତେ ତାଙ୍କ ପାଖରେ କିଛି ଦିନ ରହିବା ପାଇଁ ଅନୁରୋଧ କଲେ । ମୋ ଆଖିରୁ ଲୁହ ପୋଛିଥିଲେ । କେହି ନଥିଲେ ତାଙ୍କ ଘରେ ।ଘର ଭଢାରେ ଥିବା ଲୋକେ ସେ ମାଉସୀଙ୍କୁ ପଚରା ଉଚରା କରନ୍ତି । ସେଇ ଭଡା ଟଙ୍କାରେ ମାଉସୀ ଚଳନ୍ତି । ତାଙ୍କ ପୁଅ ବୋହୂ ବାଙ୍ଗାଲୋରରେ ରୁହନ୍ତି ।ମାଉସୀ ପୁରୀରେ ଏକା ରୁହନ୍ତି । ମୁଁ ଭାବିଲି ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ କୃପାରୁ ଆଜି ମୋ ରହିବାର ବ୍ୟବସ୍ଥା ହେଇଗଲା ।ବଡ ଗୋଟିଏ ପ୍ରଣାମ କଲି ଶ୍ରୀ ଜଗନ୍ନାଥ ପ୍ରଭୁଙ୍କୁ ।


ସକାଳୁ ସକାଳୁ ସେଦିନ କାହାର ସ୍ନେହ ପୂର୍ଣ୍ଣ ସ୍ପର୍ଶ ରେ ମୋ ଆଖି ଖୋଲିଲା । ଦେଖିଲି ମାଉସୀର ସୁନ୍ଦର ମୁହଁଟା ହସି ହସି କହୁଛି ଝିଅ ତୋ ନା କଣ ମ ? ମୁଁ କଣ ଡାକିବି ବୋଲି ଭାବି ଭାବି ଆସି ସାତଟା ବାଜି ଲାଣି । ନେ ନେ ଆଗେ ଚା ଟିକେ ପିଦେ । ତା ପରେ ଉଠିକି ଦାନ୍ତ ଘଷି ଉପମା ଡାଲମା ଖାଇବୁ

। ସକାଳୁ ସକାଳୁ ମୁଁ ତୋ ପାଇଁ କରିଛି । ଆଲୋ ମା ତୁ ଉପମା ଖାଉଟି ? ମୁଁ ମୋ ମାକୁ ଦେଖୁଥିଲି । ସେ ମୋ ମା ପରି ଭାରି ସ୍ନେହି । ମାଡି ବସି ଟିକିଏ ତାଙ୍କ କୋଳକୁ ଆଉଜି ଗଲି । ଯେମିତି ନିରିହ ମା ବିହୁନ ବିଲେଇ ଛୁଆ ଟିଏ ମୁଁ । କହିଲି ମା ମୁଁ ଦାନ୍ତ ଘଷି ଚା ପିଏ । ଆଲୋ ମା ମୋ ପୁଅ ବୋହୂ ବିନା ଦାନ୍ତ ଘଷାରେ ଚା ପିଅନ୍ତି । ମୁଁ ଭାବିଲି ତୁ ସେମିତି ହେଇଥିବୁ ।ହଉ ଯା ଆଗେ ଦାନ୍ତ ଘଷି ଆଉ ଚା ପି ମୁଁ ପୂଜା ସାରି ଆସୁଛି ସାଙ୍ଗ ହେଇ ଖାଇବା ।


--" ହଁ ମା ଆସ । ମୁଁ ଖାଇ କି ଅଫିସ୍ ଯିବି । ତୁମେ ମତେ ଗୋଟିଏ ରୁମ ଭଡାରେ ଦିଅ ମୁଁ ରହିବି ଆଉ ଦରମା ପାଇଲେ ତୁମର ଆଡଭାନ୍ସଡ୍ ଆଉ ଭଡା ସବୁ ଦେଇଦେବି ।


--" ଆଲୋ ମା ତୁ ପରା ମୋ ଝିଅ । ଜଗା ମତେ ପୁଅ ଟିଏ ଦେଇଥିଲା ।କେତେ ନେହୁରା ହେଇଥିଲି ଗୋଟିଏ ଝିଅ ଦେବ ବୋଲି । ଦେଇ ନଥିଲା । ବରଂ ତୋ ମଉସା କୁ ନେଇ ଗଲା । ବହୁତ କାନ୍ଦି କାନ୍ଦି କହିଲି ।ସେ ଏବେ ତତେ ମୋ ଝିଅ ଋପରେ ପଠାଇ ଦେଇଛି ।

ତୁ ମୋ ଝିଅ । ବ୍ୟସ୍ତ ହନା ।ମୁଁ ତୋର ମା ।ତୋର କିଛି ହବନି ।ସେ ମେଞ୍ଚଡ ଛୁଆକୁ ବୁଦ୍ଧି ଶିଖାଇବି ।ତୁ ଅଫିସ୍ ନ ଯାଇ ମାସେ ଛୁଟି ନେଇ ଯା । ନାଇ ତ ସେ ତତେ ଅଫିସ୍ ରେ ଦେଖି ଦେଲେ ବୁଝି ଯିବ ତୁ ତା ବିନା ଭଲରେ ଅଛୁ । ସେ ତତେ କେତେ ଭଲପାଏ ମୁଁ ବୁଝିବା ପରେ ତୋର କଣ ହବ ସେ ବିଚାର କରିବି

।ମୁଁ ପୂଜା ସାରି ଆସୁଛି ।ତୁ ତା ଫଟୋଟା ମୋବାଇଲ୍ ରୁ ବାହାର କରିଥା ମୁଁ ଦେଖିବି ଆଗେ । ତା ପରେ ତା ର ପରିକ୍ଷା ନେବି ।


ଧଳା ଲୁଗା ଖଣ୍ଡେ ପିନ୍ଧି ମାଉସୀ ଚାଲି ଗଲେ ପୂଜା କରିବା ପାଇଁ ।ମୁଁ କାନ୍ଥକୁ ଆଉଜି ଭାବୁଥିଲି ବୋଉ କଥା । ବୋଉ ପରି ଭାରି ସ୍ନେହି ଏ ମାୟା ମାଉସୀ ।


ଚାହୁଁ ଚାହୁଁ ପନ୍ଦର ଦିନ ହେଇଗଲା ମୁଁ ମାୟା ମାଉସୀ ପାଖରେ ରହିବା । ବହୁତ ଭଲରେ ଅଛି । ଭାରି ଭଲ ପାଉଛନ୍ତି ମାୟା ମାଉସୀ ।ବୋଉ ର ସମସ୍ତ ସ୍ନେହ ସେ ପୂର୍ଣ୍ଣ କରୁଛନ୍ତି । ଆଜି କାହିଁକି ବୋଉ କଥା ବହୁତ ମନେ ପଡୁଛି । ଫୋନ୍ ବାହାର କଲି ଆଉ ଦେଖିଲି ବୋଉର ଦଶଟା ମିସ୍ କଲ । ବୋଉ କଣ ମୋ ବିଷୟରେ ଜାଣିଛନ୍ତି ନା କଣ ? ଡରି ଗଲି । ତଥାପି ସାହାସ କରି ବୋଉକୁ ଫୋନ୍ ଲଗାଇ ଦେଲି । ସେପଟୁ ଛଟ ପଟ ହେଲା ପରି ବୋଉ କାନ୍ଦି କାନ୍ଦି କହିଲା " ମା ତୁ କୋଉଠି ?

ଆମେ ପୁରୀରେ ଅଛୁ । ସକାଳୁ ସକାଳୁ ପହଞ୍ଚି ତତେ ଖୋଜୁଛୁ ଲୋ ସୁନା । ତୁ କୋଉଠି ଅଛୁ ?

ବାପା ବୋଧେ ବୋଉର ଫୋନ୍ ନେଇ ଯାଇ ମତେ ଫଟା କୋହଭରା କଣ୍ଠରେ କହିଲେ " ମା ତୁ ମୋ ଉପରେ ଅଭିମାନ କରି ଲୁଚି ଯାଇଛୁ ।ଆରେ ମା ତୁ ମୋର ସେଇ ଗେହ୍ଲି ରିୟା ।ତୋ ବିନା ମୋ ଘର ଅନ୍ଧାର । ତୁ ଭାବୁଛୁକି ମୁଁ ତୋ ଉପରେ ରାଗିଛି ବୋଲି ! ଆରେ ମା "ଫୁଲ ବିନା କଣ ଗଛ ସୁନ୍ଦର ?

ତୁ ପରା ମୋ ଅଗଣାର ମାଳତୀ ଫୁଲ । କୋଉଠି ଅଛୁ କହରେ ମା । ଆଉ ଆମ ବୁଢା ବୁଢୀ ଙ୍କ ଉପରେ ମାନ ଅଭିମାନ କରନାରେ । ମୁଁ ତୋର ସେଇ ସୁପରମ୍ୟାନ ପାପା " । କୋଉଠି ଅଛୁରେ ମା ?


ମୁଁ ଫୋନ୍ ଧରିକି କଥା ହେଇ ହେଇ ଦୌଡ଼ି ଦୌଡ଼ି ଯାଉଥିଲି , ମାୟା ମାଉସୀର ଡାକ ମତେ ରୋକିଲା । କହିଲେ ନା ତୁ ଏବେ ବାହାରକୁ ଯିବୁନାହିଁ । କୋଉଠି ସେ ଟୋକା ଛକି ଥିବ । ଦେଖିଦବ । ଏଠିକି ଡାକିଦେ ବାପା ଆଉ ମା ଙ୍କୁ । ଦେ ମତେ ଫୋନ୍ ଦେ । ଫୋନ୍ ନେଇ ମାୟା ମାଉସୀ ବାପା ଙ୍କୁ ଆଡ୍ରେସ କହି ଦେଲେ ।


ଅଧଘଣ୍ଟା ଭିତରେ ବାପା ଆଉ ବୋଉ ଆସି ପହଞ୍ଚି ଗଲେ । ସେତେବେଳକୁ ମାୟା ମାଉସୀ ମତେ ଖୁଆଇ ଦେଇ ମୋ ଆଲୁରା ମୁଣ୍ଡ କୁ ସାଇଜକରି କୁଣ୍ଡାଇ ଦେଇଥିଲା । ବୋଉ ମାଡିବସି କାନ୍ଦି ପକାଇଲା । ବାପା ଲୁହ ଛଳ ଛଳ ଆଖିରେ ମୋ ମୁଣ୍ଡ କୁ ଆଉଁସି ଦେଲେ । ମାୟା ମାଉସୀକୁ ପ୍ରଣାମ କରି ହାତ ଯୋଡି ଲେ ଆଉ କହିଲେ --


--" ଆଜି ଆପଣଙ୍କ ପାଇଁ ମୋ ଝିଅ ସୁରକ୍ଷିତ ।

ଆପଣଙ୍କ ଋଣ ଆମେ ପରିଶୋଧ କରି ପାରିବୁ ନାହିଁ ।


ମାୟା ମାଉସୀ ହସି ହସି କହିଲା --" ଜଗନ୍ନାଥ ପ୍ରଭୁ ପରା ମତେ ଏ ଝିଅକୁ ଦେଇଛନ୍ତି । ଆମେ ସମସ୍ତେ ଏଇଠି ଏକାଠି ରହିବା ।ସେ ମୋ ଝିଅ ।ଆଉ ତୁମ ଝିଅ । ସେ ଆମ ସମସ୍ତିକଂର ସୁନା ଝିଅ ।


--" ହଁ ହଁ ସେ ଆପଣଙ୍କ ଝିଅ ।ବାପା କହିଲେ ।


ତା ପରେ ମତେ ଏକୁଟିଆ କରି ସେମାନେ କଣ କଥା ହେଲେ । ମିଳିମିଶି କଥା ହେଇ ମୋ ପାଖରେ ସମସ୍ତେ ପହଞ୍ଚି କହିଲେ ଗୋଟିଏ କଥା ଅଛି । ତୁ ଆମ କଥା ମାନିଲେ ଆମେ ତତେ କହିବୁ ।


--" ହଁ ମୁଁ ଆଉ ଅମାନିଆ ହେବି ନାହିଁ । ତଳକୁ ଅନାଇ କହିଲି ।

ମା ଆଉ ମାୟା ମାଉସୀ କହିଲେ ଆଜି ସଂଧ୍ୟା ରେ ତତେ ଦେଖିବାକୁ ଆସିବେ । ତୁ ବ୍ୟସ୍ତ ହଅନି ।ସେ ରାହୁଲ କୁ ପାନେ ଦବା । ଅଲଗା ଯାଗାରେ ତୋର ବିଭାଘର ହବ ।


--" ନା ନା ମୁଁ ଆଉ ବିଭା ହେବି ନାହିଁ । ପ୍ଲୀଜ ।

ମତେ ବୁଝି ବାକୁ ଚେଷ୍ଟା କର ।


--" ହଉ ହେଲା । ଆମେ ସ୍ଥିର କରିଛୁ ତତେ ମିଛିମିଛିକା ଜଣଙ୍କ ସାଙ୍ଗ ରେ ତୋ ବିଭାଘର କରାଇବୁ ।ଦେଖିବା ସେ ରାହୁଲ ଆସୁଛି ନା ନାହିଁ ? ଜଦି ଭଲ ପାଉଥିବ ତେବେ ସେ ବିଭାଘର ସେ କରାଇ ଦେବ ନାହିଁ ।


--" ସେ କିପରି ଯାଣିବେ ଯେ ମୋ ବିଭାଘର ମିଛିମିଛିକା ହଉ କି ସତ ସତିକା ହଉଚି ବୋଲି ?


ବୋଉ କହିଲେ ତୁ ବ୍ୟସ୍ତ ହନା ମ । ବାପା ତାଙ୍କୁ ଖବର ଦେବେ ତୋ ବିଭାଘର ହଉଚି ବୋଲି ।


-- " ସତକୁ ସତ ମୋ ବିଭାଘର କରାଇବ ନାହିଁ ତ ?

ନହଲେ ମୁଁ ବେଦି ପାଖରେ ବସିବି ନାହିଁ ।


--" ଆରେ ନା ରେ ।ଖାଲି ତୋ ରାହୁଲ କୁ ପରିକ୍ଷା କରିବା ପାଇଁ ଏ ଖେଳ ।


ବାପା ଆସି ବୋଉକୁ କଣ କହିଲେ । ବୋଉ ଆସି କହିଲେ ମାଆ ରିୟା ତୁ ଶୋଇ ପଡ ଶିଘ୍ର । ସକାଳୁ ଉଠିଲେ ତୋର କାଲି ମିଛିମିଛିକା ବିଭାଘର ହବ । ସମସ୍ତେ ମିଳିମିଶି ଖାଇବା ପିବା କରି ଖୁସିରେ ଝିଅ ପାଖରେ ଗପି ଗପି ଶୋଇ ପଡିଲେ ମାୟା ମାଉସୀ ଓ ବୋଉ ।ବାପା ସେପଟ ରୁମ ରେ ଶୋଇଲେ । ସକାଳୁ ସକାଳୁ ମନ୍ଦିର ବାହାରି ପଡିଲେ ସମସ୍ତେ । ରିୟା କୁ ଭଲପାଲର ନେଇ ମେକ୍ଅପ କରି ଆଣିଲେ । ନାଲି ରଙ୍ଗର ପାଟ ଶାଢି ପିନ୍ଧାଇ ଦେଲେ ।ବୋଉ ୟା ଭିତରେ ଗାଁ ରୁ ସବୁ ଗହଣା ବି ମଗାଇ ଦେଇଥିଲେ ।ସବୁ ପିନ୍ଧାଇ ଦେଲେ । କେତେ କୁଣିଆ ସବୁ ଆସି ପହଞ୍ଚି ଗଲେଣି । ସେତେବେଳକୁ ରିୟା ଆଖିରୁ ଅଶ୍ରୁର ଧାର ବୋହିବା ଆରମ୍ଭ ହେଲାଣି ।ବାପା ବୋଧେ କାହା ସାଙ୍ଗରେ ସତକୁ ସତ ବିଭା ଦେଇ ଦେବେ ।ନହଲେ ସବୁ କୁଣିଆ କିପରି ଯାଣିଲେ ଯେ ଆସି ପହଞ୍ଚି ଗଲେଣି । କଣ କଣ ମନ ମୋର ଭାବୁଛି କେଜାଣି । କିଛି ଭଲ ଲାଗୁନି । କାହିଁକି ବହୁତ ଡର ଲାଗୁଛି । ଶ୍ରୀ ମଣ୍ଡପରେ ସମସ୍ତେ ପହଞ୍ଚି ଗଲୁ ।ମାମୁଁ , ମାଇଁ , ମାଉସୀ , ଗାଁ ଲୋକ । ବହୁତ ଲୋକ ଆସିଲେଣି । ମୋ ଦେହ ଖାଲି ଥରୁଚି ।କଣ କରିବି ।

ମାୟା ମାଉସୀକୁ ଖୋଜିଲି । ସେ ସର୍ବତ ସମସ୍ତିଙ୍କୁ ଦେବାରେ ବ୍ୟସ୍ତ ।ତଥାପି ତାଙ୍କ ପାଖରେ ପହଞ୍ଚି ହାତଧରି ଟାଣି ଆଣିଲି । କାନ୍ଦି ପକାଇ କହିଲି ହେ ମା କୁହ ସତ କଥା । ମୋର ସତ ବିଭାଘର ହଉନୀତ ??

ହସି ହସି ମାଉସୀ କହିଲେ " ନାରେ ପାଗେଳି । "


--" ତେବେ ଏତେ ଲୋକ କାହିଁକି ଆସିଛନ୍ତି ?


--" ଆରେ ତୋ ବିଭାଘର ହେଉଛି । ଲୋକ ନ ହେଲେ ତୋ ରାହୁଲ କିପରି ବିଶ୍ବାସ କରିବ ଯେ ତୋ ବିଭାଘର ହେଉଛି ବୋଲି । ସବୁ ମିଛିମିଛିକା ।ତୁ ସ୍ଥିର ରହ ।


ସତକୁ ସତ ଜ୍ବାଇଁ ଆସି ପହଞ୍ଚି ଗଲେ ଗେଟ୍ ପାଖରେ । ସେତେବେଳକୁ ମୁଁ କାଇଁ ମୋ ରାହୁଲ କୁ ଦେଖିବାକୁ ପାଉ ନାହିଁ । କାହାର ଅଭାବ ରେ ମନ ସୁଖେଇ ଦେଲେ ତାର ଅଭାବ ପୂରଣ ହୁଏନାହିଁ । ଶୁଖିଲା ବେଦନା ର କିଛି ମୂଲ୍ୟ ନ ଥାଏ ।କାହାକୁ କହିବି କିଏବା ବୁଝିବ ମୋ ମନର ଦୁଃଖ । ଆଖିରେ ଆଖିଏ ଲୁହ ଢାଳିବା ଛଡା ମୁଁ ଆଉ କିଛି କରି ପାରିବି ନାହିଁ ।

ଜ୍ବାଇଁ ଆସି ବେଦୀରେ ବସିଛନ୍ତି । ରିୟା ପାଖରେ ସମସ୍ତେ ଗଦା । ଚାଲ ବେଦୀ ଉପରକୁ ।ଏକା ଜିଦ୍ ମୁଁ ମୋ ରାହୁଲକୁ ଛାଡି ଅନ୍ୟକୁ ବିଭା ହେବି ନାହିଁ । ହୋ ହଲ୍ଲା କଲେଣି ପଣ୍ଡିତ । ଲଗ୍ନ ଗଡି ଯାଉଛି ।ଝିଅକୁ ଶିଘ୍ର ବେଦୀ ଉପରକୁ ଆଣ ।

ରିୟା ସମସ୍ତିକଂ ଅନୁପସ୍ଥିତ ଖୋଜୁଥିଲା । କହିଲା ମୁଁ ଟିକିଏ ଏକୁଟିଆ ରହିବି । ସମସ୍ତେ କବାଟ ଆଉଜାଇ କହିଲେ ହଉ ଶିଘ୍ର ବାହାରି କି ଆସ ।ଆମେ ଦଶମିନଟ୍ ତୁମଙ୍କୁ ଏକୁଟିଆ ଛାଡି ଦେଲୁ । ବାସ୍ ଏଇଟା ସୁବର୍ଣ୍ଣ ସୁଯୋଗ ଭାବି ରିୟା ଆଖିରୁ ଲୁହ ପୋଛି ଦେଲା । କବାଟ ବନ୍ଦ କଲା । ଫ୍ୟାନ କୁ ଚାହିଁଲା । ତୁ ମତେ ନେଇ ଯା । ମୁଁ ଆଜି ମରିବି ।ରାହୁଲ ର ମୁଁ ନୁହେଁ ତ ଆଉ କାହାର ନୁହଁ । ଏହା କହି ପଣତ ଫ୍ୟାନ କୁ ପକାଇବା ସମୟରେ ବାହାରୁ ଜ୍ବାଇଁ କବାଟ ବାଡେଇଲେ । ଜୋରେ ଧକ୍କା ଦେଲେ ଖୋଲି ଗଲା କବାଟ । ଭିତରେ ପଶିଲେ ଆଉ ଦୁଇ ହାତରେ ରିୟା କୁ ଉଠାଇ ଆଣିଲେ । ରିୟା କାନ୍ଦି କାନ୍ଦି ଠେଲି ଦେଲେ ଜ୍ବାଇଁ ଙ୍କୁ । ମୁଁ ତୁମକୁ ବିବାହ କରିବି ନାହିଁ ।ତୁମେ ଭଲରେ ଫେରି ଯାଅ । ନାଇତ ମୁଁ ତୁମ ଘରେ ମରିବି । ଦେଖ ତୁମେ ଲୋକ ଲୋଚନକୁ ଗୋଟିଏ ହତ୍ୟାରା ହେଇ ବାହାରିବ ।ମତେ ବିଭା ହେଲେ ।କାହିଁକି ନା ମୁଁ ବିବାହିତା । ଜୋରେ ଧକ୍କା ଦେଲା ରିୟା ଛଦ୍ମବେଶ ଜ୍ବାଇଁ ଙ୍କୁ ।ମୋ ପାଖରୁ ପଳାଅ । ଧକ୍କାରେ ଆଘାତ ପାଇଁ ମୁହଁରେ ବନ୍ଧା ହେଇଥିବା ଫୁଲ ହାର ଛିନ୍ନ ବିଚ୍ଛିନ୍ନ ହୋଇ ତଳେ ଖସି ପଡିଲା । ମୁହଁ ଦେଖିଦେଲା ରିୟା । ବିକଳରେ କାନ୍ଦି କାନ୍ଦି ବେକରେ ଓହଳି ପଡି ଦୁଇ ହାତରେ ରାହୁଲ ର ପିଠିକୁ ପିଟି ଚାଲିଥାଏ । ରାହୁଲ ବି କାନ୍ଦି ପକାଇଲେ ।ଏମିତି ପାଗଳାମୀ ଭଲ ପାଇବା ଦେଖି । ଆଉ ଜୋରେ ଚାପି ଧରିଲେ ହୃଦୟରେ ହୃଦୟଙ୍ଗାନୀକୁ । ଋତୁ ପରେ ଋତୁ ଆସୁଛି ହେଲେ ତୁମକୁ ପାରେନି ପରଖିରେ ପ୍ରିତୀ ମନ୍ଦାକିନୀ । ତୋ ବିନା ମୁଁ ଅଧାରେ ମୋ ହୃଦ ସ୍ପନ୍ଦନ ।

ଯାଣିଛ ମୁଁ କେତେ ଭଲପାଏ ତୁମଙ୍କୁ ! ଆଜି ସବୁ ଲୋକ ଜାଣି ବା ବିଭା ଘର ହବ ଆମର ।ୟା ପରେ ତୁମର ମୁଁ ସମ୍ପୁର୍ଣ୍ଣ ହେବି ।ଯୋଉଠି ଚାହିଁବ ମୋ ହାତ ଧରି ଟାଣି ନେଇ ଦେଖାଇ ଦବ ଏ ବାବୁ ମୋ ବାବୁ ।କିଛି କହିବି ନାହିଁ ତୁମକୁ ।ସେତେବେଳେ ଆମ ଘରେ ଜାଣି ନଥିଲେ ।ସେଥିପାଇଁ ମୁଁ ଡରୁଥିଲି । ତୁମ ବାପା ମୋ ବାପାଙ୍କୁ ଆମ ବିଷୟରେ ସବୁ କହି ଦୁଇ ଜଣଙ୍କ ବିବାହ ଆଜି ଲୋକ ଲୋଚନକୁ ଆଣିବା ପାଇଁ ସ୍ଥିର କରିଛନ୍ତି ।ହଁ ଯୋଉ ତୁମ ମାୟା ମାଉସୀ ! ସେ ମୋର ପ୍ରକୃତ ମାଉସୀ । ମୁଁ ଯାଣିଥିଲି ତୁମେ ମୋ ମାଉସୀ ପାଖରେ ଅଛ ବୋଲି । ଭାବନି ଯେ ମୁଁ ତୁମକୁ ଭଲ ପାଏ ନାହିଁ ବୋଲି । ତୁମ ବିନା ଏଇ ପନ୍ଦର ଦିନ ମୋ ପାଇଁ ପନ୍ଦର ବର୍ଷ ।ସବୁ ଦିନ ତୁମ କଥା ମାଉସୀ ଠାରୁ ବୁଝେ । ମାଉସୀର କଥାରୁ ଜାଣିଲି ଆଉ ଆଜି ଦେଖିଲି ତୁମ ଭଲ ପାଇବା ମୋ ପ୍ରତି ।


ରିୟା କହିଲା--" ଯାଣିଛ ତୁମଂକୁ ଖୋଜି ଖୋଜି ଆଖି ଛୁଇଁ ଯ଼ାଏ ଆକାଶମଣ୍ଡଳକୁ କିନ୍ତୁ ତୁମକୁ ପାଏନି ଖୋଜି ଖୋଜି ।

ଆଶା ତ ଥିଲା । ଭରସା ନଥିଲା । ତୁମେ ମୋର ମୋ ପାଖକୁ ଫେରିବ ବୋଲି । ଜୀବନ ଜ୍ୟୋତୀର ସଳିତା ଦୀପରେ ତୁମକୁ ପ୍ରତୀକ୍ଷା କରିଥିଲି ! ଏମିତି ଅନେକ ଯନ୍ତ୍ରଣା ସହିଛି । ଏବେ ଅତୀତ ଅପ୍ରୀତିକୁ ଦୂରେଇ ପ୍ରୀତିକୁ ଆମନ୍ତ୍ରଣ କରୁଛି । ଯେମିତି ଅଜଣା ମଣିଷ ତୁମେ ମୋର ଥିଲ । ଆଜି ମୋର ସମ୍ପୁର୍ଣ୍ଣ ହେଇ ମତେ ସମ୍ପୁର୍ଣ୍ଣା କଲ !


   ପଛ ପଟେ ସମସ୍ତେ ମିଳିମିଶି ହସୁଥିଲେ । କକା ଝିଅ ଭଉଣୀ ଦଦା ଝିଅ ଭଉଣୀ ଆଉ ସବୁ ସାଙ୍ଗସାଥିଙ୍କ ଥଟା ତାମସାରେ ମଣ୍ଡପଟି ଫାଟି ପଡୁଥିଲା ।ପୁରୋହିତ ଡାକ ଛାଡ଼ିଲେ ଆରେ ଏବେ ତ ଆସ ! ସବୁ ଯାଣି ଡେରି କରନା ।ସବୁ ମିଛରେ ତୁମ ବିଭାଘର ସତ । ଆଉ ଯେମିତି ତୁମ ଜୀବନରେ ଦୋ ଛକି ନ ଆସେ । ସମସ୍ତେ ଏକ କାଲିନ ହସି ଉଠିଲେ ହା ହା ହ ।


Rate this content
Log in

Similar oriya story from Drama