Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ଦୁଇ ବରଧରା

ଦୁଇ ବରଧରା

3 mins
7



   ସେଦିନ ରାକ୍ଷୀ ପୂର୍ଣ୍ଣମୀରେ ଆଉ ତୁନି ପଡ଼ିନଥିଲେ ସୁମତି. ଝିଅକୁ ଅନୁସରଣ କରି ଯୋଉଠି ପହଞ୍ଚିଥିଲେ ଆଶ୍ଚର୍ଯ୍ୟର ସୀମା ନଥିଲା ତାଙ୍କର. ସ୍ୱାମୀଙ୍କ ରୋଗ ଶଯ୍ୟାରେ ଶାନ୍ତା ବାପାଙ୍କ ସେବାରେ ଲାଗିପଡିବା ସହ ଦୁଇଭାଇଙ୍କୁ ରାକ୍ଷୀ ପିନ୍ଧାଇ ତାଙ୍କ ମୁଣ୍ଡରେ ଦୁବ ଚାଉଳ ପକାଇ ସିନ୍ଦୁର ଚନ୍ଦନ ପିନ୍ଧାଉ ଥିଲା ମୁଣ୍ଡରେ. କୋହ ଭରି ସୁମତି ଫେରି ପଡୁଥିଲା ବେଳେ ପଛରୁ ଝିଅ ଶାନ୍ତା ଭିଡି ଧରିଥିଲା ପଣତ. ଯୋଉ ମଣିଷଙ୍କର ବିଶ୍ୱାସ ଭରସାର ପ୍ରତୀକ ସିନ୍ଦୁର ନାଇ ତୁ ଜୀବନ ବିତାଇ ମତେ ମଣିଷ ପରି ମଣିଷ କରିଛୁ ମାଆ ସେଇ ମଣିଷ ମୋ ବାପା ଆଜି ରୋଗ ଶଯ୍ୟାରେ ପଡି ଅନୁତାପ ଅନଳରେ ସିଝୁଛନ୍ତି. ସାବତମାଆ ସେଇ ଅଫେରା ଦୁନିଆଁକୁ ଚାଲିଗଲା ପରେ ଦୁଇ ଛୋଟ ଭାଇଙ୍କୁ କେମିତି ମଣିଷ କରିପାରିବେ ବାପା. ତୁ ନିଜେ କହୁନା ମାଆ କ୍ଷମା କଲେ କ୍ଷମତା ମିଳଇ କ୍ଷମାର ନଥାଏ ଅନ୍ତ. ଆଜି ମୁଁ ମୋ ପିତାଙ୍କୁ କ୍ଷମା କରିଦେଇଛି ମାଆ. ଦୁଇଭାଇଙ୍କୁ ମଣିଷ କରିବା ଦାଇତ୍ୱ ମଧ୍ୟ ନେଇସାରିଛି. ଏଥିପାଇଁ ମତେ ତୁ ଯାହା ଦଣ୍ଡ ଦେବୁ ମୁଁ ମାନିନେବି କହୁଥାଏ ଶାନ୍ତା ତ ସୁମତି ଫେରିପଡୁଥିଲେ ଘର ମୁହାଁ. ନିଜ ମାଆଙ୍କ କୋଳରେ ମୁହଁ ଗୁଞ୍ଜି କାନ୍ଦିବା ଛଡା ଆଉ କିଛି ଉପାୟ ନଥିଲା ତାଙ୍କ ପାଖରେ.ଶାନ୍ତାର ଆଈମାଆ ନିଜ ଝିଅ ସୁମିତିଙ୍କ ପିଠି ଥାପୁଡ଼େଇ ସାନ୍ତ୍ୱନା ଦେଇ କହନ୍ତି ମାଉଁସ ଖିଆ ବାଘ ଵି ବୁଢା ହୁଏ ଝିଅ. ଦେଖିବୁ ସବୁ ଠିକ ହୋଇଯିବ. ।

  ସବୁ ଠିକ ହୋଇଯିବାର ସମୟ ଅତିକ୍ରାନ୍ତ ହୋଇସାରିଥିଲା. ଝିଅ ଶାନ୍ତା ଆଜି ରକ୍ତର ଡାକରେ ବାପାଙ୍କ ସେବାରୁ ଫୁରୁସତ ପାଇ ଘରକୁ ଫେରୁନଥିଲା. ସୁମତି କାହାର ହେବେ ବୁଝିନପାରି ସମୟ ଚକ୍ରର ଘୁର୍ଣ୍ଣନକୁ ଅପେକ୍ଷା କରି ରହିବା ଭିତରେ ଝିଅ ଶାନ୍ତା ଫେରିଥିଲା. ସାଙ୍ଗରେ ନାବାଳକ ଦୁଇ ଭାଇ ଥିଲେ. ବାପା ଚାଲିଗଲେ କହି ଦୁଇଭାଇଙ୍କୁ ନେଇ ଫେରିପଡ଼ିଥିଲା ଝିଅ ଶାନ୍ତା. ସୁମତିଙ୍କର ଏପରି ପରିସ୍ଥିତିରେ କଣ କରିବା ଉଚିତ ଭାବି ପାରିନଥିଲେ. କିନ୍ତୁ ଝିଅ ଆକାଉଣ୍ଟକୁ ମୋଟା ଅଙ୍କର ପଇସା ପଠାଇ ଦେଇଥିଲେ. ପଇସା ପାଇବା ପରେ ଶାନ୍ତା ଝଡ଼ ଭଳି ଘରେ ପହଞ୍ଚି ମାଆ ସୁମତିଙ୍କୁ ତୁମର ହୃଦୟ ନାହିଁ କହି ଚମକି ପଡିଥିଲା କାରଣ ମାଆ ଧଳା ଶାଢ଼ୀ ପିନ୍ଧି, ମୁଣ୍ଡରୁ ଓ ସିନ୍ଥିରୁ ସିନ୍ଦୁର ଲିଭାଇ ଠିଆ ହୋଇଥିଲେ. ମାଆଙ୍କୁ କୁଣ୍ଢେଇ କଇଁ କଇଁ ହୋଇ କାନ୍ଦୁଥିବା ଝିଅକୁ ସାନ୍ତ୍ୱନା ଦେବାକୁ ମାଆ ସୁମତି ବା ଆଈମାଆଙ୍କ ପାଖରେ ଶବ୍ଦ ନଥିଲା କିନ୍ତୁ ଶୁଦ୍ଧି ଘର ପାଳନର ସମସ୍ତ ଦାଇତ୍ୱ ମାଆ ସୁମତି ନିଜ ହାତକୁ ନେଇଥିଲେ. ଶାନ୍ତା ସହ ଦୁଇ ପୁଅ ସୁନୀଲ ଓ ଅନିଲଙ୍କୁ ମଣିଷ କରିଥିଲେ.ଶାନ୍ତାକୁ ହାତକୁ ଦୁଇହାତ କରିବାକୁ ଆୟୋଜନ କରିବା ଯୋଜନାରେ ଏଣିକି ଦୁଇ ପୁଅ ମଧ୍ୟ ସହଯୋଗ କରିଥିଲେ. ସୁପାତ୍ର ଯୋଗାଡ଼ ପରେ ଶାନ୍ତା ବେଦୀରେ ବସିଥାଏ. ଦୁଇ ଭାଇ ସବୁ ବୁଝାସୁଝା କରୁଥାନ୍ତି. ଆଈମାଆ ନାତୁଣୀ ଜୋଇଁ ପାଇ ଖୁସିରେ ଗଦଗଦ ହେଲାବେଳେ ଅଘଟଣ ଘଟିଗଲା.ଶାନ୍ତାର ପିତୃ ପରିଚୟ ଜାଣି ବାହାଘର ପାଇଁ ସମ୍ମତି ଦେଇଥିବା ଜୋଇଁଙ୍କ ବାପା ନିଜେ କିଛି ଖରାପ ମନ୍ତବ୍ୟ ଦେଇ ସୁମତିଙ୍କୁ ଅପମାନିତ କରିଥିଲେ ତ ନିଜେ ଝିଅ ଶାନ୍ତା ବେଦୀରୁ ଉଠିପଡ଼ି ମୁଁ ଏଠାରେ ବିବାହ କରିପାରିବିନି କହିଥିଲା. ଦୁଇ ଭାଇ ଅପାକୁ ସମ୍ମତି ଜଣେଇ ଅପାକୁ ବେଦୀରୁ ଉଠାଇ ଆଣିବା ବେଳେ ମାଆ ସୁମତି କଚାଡି ହୋଇ ପଡିବା ପୂର୍ବରୁ ଧରିନେଇଥିଲେ ଦୁଇ ପୁଅ ଓ ଶାନ୍ତା.।

   ଶାନ୍ତାର ବାହାଘର ଏପରି ନାଟକୀୟ ଢଙ୍ଗରେ ଭାଙ୍ଗିଯିବ ବୋଲି ମାଆ କି ଆଈ ଭାବିନଥିଲେ. ଶାନ୍ତା ଆଉ କାହାକୁ ବିବାହ କରିବେ ନାହିଁ କହିବା ଆଈ ଓ ମାଆଙ୍କୁ କଷ୍ଟ ହୋଇଥିଲା. ସେଦିନ ସୁମତି ଶୋଇ ରହିଥିଲେ ଦିନ ତମାମ. ଅବସର ପରେ ମଧ୍ୟ କର୍ମଚଞ୍ଚଳ ମାଆଙ୍କୁ ଶୋଇ ରହିଥିବା ଦେଖି ଦୁଇପୁଅ ଡାକ୍ତର ଡାକି ଆଣିଲେ ତ ଶାନ୍ତା ବ୍ୟସ୍ତ ବିବ୍ରତ ହୋଇ ପଡି ଡାକ୍ତରଙ୍କୁ ମାଆ ସୁମତିଙ୍କର କଣ ହୋଇଛି ପଚାରୁଥିଲା. ମାନସିକ ଅଶାନ୍ତି ହିଁ ମାଆଙ୍କ ପାଇଁ ଅସୁସ୍ଥତାର କାରଣ କହି ଡାକ୍ତର ଫେରିଗଲା ପରେ ସୁମିତି ଅନଶନ କରିଛନ୍ତି ବୋଲି ଜଣେଇ ଦେଇଥିଲେ. ଆଈ ମଧ୍ୟ ତାଙ୍କ ଝିଅ ସୁମତିଙ୍କ ପାଖରେ ଶୋଇ ଯାଇ ଶାନ୍ତା ବିବାହ କରିବାକୁ ରାଜି ନହେବା ପର୍ଯ୍ୟନ୍ତ ସେ ଓ ତାଙ୍କ ଝିଅ ଅର୍ଥାତ ଶାନ୍ତାଙ୍କର ଆଈ ଓ ମାଆ ଅନଶନ କରିବା ନିଷ୍ପତ୍ତି ଦୁଇଭାଇଙ୍କୁ ଯେତିକି ଖୁସି ଦେଲା, ଶାନ୍ତାଙ୍କୁ ସେତିକି ଦୁଃଖ.ଶେଷକୁ ଶାନ୍ତା ବିବାହ ପାଇଁ ରାଜି ହେବାରୁ ମାଆ ଓ ଆଈ ଅନଶନ ଭାଙ୍ଗିଥିଲେ. ସାହାନାଇ ଓ ଶୁଭଶଙ୍ଖ ବାଜିବା ସହ ଦୁଇଭାଇ ଏକା ସଙ୍ଗେ ବରଧରା ହୋଇ ବେଶ ହେଉଥିଲେ ତ ଆଈ ମାଆ ଦୁହିଁଙ୍କୁ ଲବ କୁଶ ଦୁହିଁ ଯାଆଁଳା ଭାଇ... ମାଛ ମାରିଗଲେ କେଉଟ ସାହି... ଆଣିଲେ ଭାକୁର ଖାଇଲେ ରୋହି.. ମାଆକୁ ଦେଲେ ଲାଞ୍ଜ ଖଣ୍ଡିଏ ମାଆ କହିଲା ମୁଁ ଖାଇବି ନାହିଁ କହି ଛିଡ଼ାଉ ଥିଲା ବେଳେ ପୁରୋହିତ ମନ୍ତ୍ର ଉଚ୍ଚାରଣ ସହିତ ଶୁଭ ବେଳ ଗାଡିଯାଉଛି କହି ଡାକ ଛାଡୁଥିଲେ ବରଧରା ବାହାରିବାର ଘୋଷଣାରେ ସମସ୍ତେ ବାହାଘର ଦିନର ତମାମ କାମ କାର୍ଯ୍ୟ ଛାଡ଼ି ଦଉଡି ଆସିଥିଲେ.।


Rate this content
Log in

Similar oriya story from Abstract